ETV Bharat / city

ବାରମ୍ବାର ବଦଳୁଛି ପରିବହନ ନୀତି, ବିଧାନସଭା ସାମ୍ନାରେ ତେଜିଲା ନମ୍ବରପ୍ଲେଟ ତାତି - ଓଡିଶା ବିଧାନସଭା ସମ୍ମୁଖରେ ବିକ୍ଷୋଭ ଖବର

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନେଇ ରାଜ୍ୟ ଓ କେନ୍ଦ୍ର ପରିବହନ ବିଭାଗ ବିରୋଧରେ ୧୫ଦିନ ଧରି ଆନ୍ଦୋଳନ ପରେ ବିଧାନସଭା ଘେରିଲେ ଆନ୍ଦୋଳନକାରୀ । ଅଧିକ ପଢନ୍ତୁ

ବାରମ୍ବାର ବଦଳୁଛି ପରିବହନ ନୀତି, ବିଧାନସଭା ସାମ୍ନାରେ ତେଜିଲା ନମ୍ବରପ୍ଲେଟ ତାତି

author img

By

Published : Aug 2, 2022, 4:12 PM IST

ଭୁବନେଶ୍ବର: ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନେଇ ଅସନ୍ତୋଷ । ରାଜ୍ୟ ଓ କେନ୍ଦ୍ର ପରିବହନ ବିଭାଗ ବିରୋଧରେ ୧୫ଦିନ ଧରି ଆନ୍ଦୋଳନ ପରେ ବିଧାନସଭା ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ରଙ୍ଗତୁଳି କାରିଗରଙ୍କ ପେଟକୁ ଲାତ ଓ କର୍ପୋରେଟ କମ୍ପନି ପ୍ରିତି ଅଭିଯୋଗ କଲେ ଆନ୍ଦୋଳନକାରୀ । ଲୋୟର ପିଏମଜିରେ ଉଭୟ ସରକାର ବିରୋଧରେ ଗର୍ଜନ କରିବା ସହ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଆଳରେ ସରକାର ରୋଜଗାର ଛଡାଇ ନେଉଥିବା ଅଭିଯୋଗ କରିଛି ଷ୍ଟିକର ଆଣ୍ଡ ନମ୍ବର ପ୍ଲେଟ ଆସୋସିଏସନ ।

ବାରମ୍ବାର ବଦଳୁଛି ପରିବହନ ନୀତି, ବିଧାନସଭା ସାମ୍ନାରେ ତେଜିଲା ନମ୍ବରପ୍ଲେଟ ତାତି

ରାଜ୍ୟ ବ୍ୟାପୀ ରଙ୍ଗତୁଳୀ କାରିଗର ଏକାଠି ହୋଇ ଏନେଇ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଭିଯୋଗ ଅନୁଯାୟୀ, ହାଇସିକ୍ୟୁରିଟି ନମ୍ବର ପ୍ଲେଟ କହୁଥିବା ବ୍ୟବସ୍ଥାକୁ କିଛି ନିର୍ଦ୍ଦିଷ୍ଟ କର୍ପୋରେଟରଙ୍କୁ ପ୍ରିଣ୍ଟ ଅନୁମତି ଦେଇଛନ୍ତି ସରକାର । ଯାହାଫଳରେ ବେରୋଜଗାର ହୋଇଛନ୍ତି ରଙ୍ଗତୁଳୀ କାରିଗର । ସେପଟେ ଉତ୍ତମ ମାନର ନମ୍ବର ପ୍ଲେଟ ମିଳୁନଥିବା ବେଳେ ସାଧାରଣ ଲୋକଟିଏ ନୂଆ ନୂଆ ସମସ୍ୟାରେ ଛନ୍ଦି ହେଉଛି । ଏଥିରେ ପୁଣି ସରକାର ଓ୍ବାନ ନମ୍ବର ପ୍ଲେଟ ବ୍ଯବହର ବାଧ୍ୟତାମୂଳକ କରିଛନ୍ତି, ନିୟମ ଉଲଙ୍ଘନ କଲେ ଫାଇନ ବ୍ୟବସ୍ଥାର ମଧ୍ୟ ଯୋଜନା ଚାଲିଛି । ଏପରି କରି ସାଧାରଣ କାରିଗରଙ୍କର ଜୀବନ ଜୀବିକା ଉପରେ ଲାତ ମାରୁଛନ୍ତି ବୋଲି ଅଭିଯୋଗ ବାଢିଛନ୍ତି ସଙ୍ଘର ସମ୍ପାଦକ ରଞ୍ଜନ କୁମାର ମିଶ୍ର ।

ତେବେ ଜୁନ ୧ରୁ ଆରମ୍ଭ ହୋଇଛି HSRP ନମ୍ବର ପ୍ଲେଟ୍ ପାଇଁ ଅନଲାଇନ ବୁକିଂ ପ୍ରକ୍ରିୟା । ଏନେଇ ପ୍ରଥମ ଭେଣ୍ଡର ଭାବେ କିଛି ଭେଣ୍ଡରଙ୍କ ନାମ ଘୋଷଣା କରିଛି ପରିବହନ ବିଭାଗ । ନମ୍ବର ପ୍ଲେଟ ଲଗାଇବାକୁ ଥିବା ଗ୍ରାହକଙ୍କ ପାଇଁ ଆରମ୍ଭ କରିଛି ବୁକିଂ ପ୍ରୋସେସ୍ । ଅର୍ଥାତ ୨୦୧୮ ଅପ୍ରେଲ ପୂର୍ବରୁ କିଣିଥିବା ଗାଡିର ନମ୍ବରକୁ କିପରି ବୁକିଂ କରି ନୂତନ ମାଗ୍ନେଟିକ ଚିଫ ତିଆରି HSRP ନମ୍ବର ପ୍ଲେଟ ଲଗାଇ ପାରିବେ ସେନେଇ ଅନଲାଇନରେ ଭେଣ୍ଡରଙ୍କ ପାଖରେ ବୁକିଂ କରି ଲଗାଇପାରିବେ । ତେବେ ନମ୍ବର ପ୍ଲେଟ ତିଆରି କରୁଥିବା ଆର୍ଟିଷ୍ଟମାନଙ୍କ ରୋଜଗାର ଉପରେ ଏହାର ସିଧା ପ୍ରଭାବ ପଡିଛି । ଯାହାକୁ ନେଇ ବିରୋଧ ତେଜୁଥିବା ବେଳେ ଏନେଇ ପରିବହନ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.