ETV Bharat / city

ଗଞ୍ଜେଇ ବିକି ହୋଇଥିଲେ କୋଟିପତି, ସମ୍ପତ୍ତି ବ୍ୟାଜାପ୍ତ କଲା STF ଟିମ୍

ନିଶାଦ୍ରବ୍ୟ ବିକି କୋଟିପତି ୨ ଭାଇ । ଏସଟିଏଫ ଟିମ ନଜରକୁ ଆସିବା ପରେ ତାଙ୍କ ସମ୍ପତ୍ତିକୁ ବ୍ୟାଜାପ୍ତ କରାଯାଇଛି । ଅଧିକ ପଢନ୍ତୁ

ଗଞ୍ଜେଇ ବିକି ହୋଇଥିଲେ କୋଟିପତି, ସମ୍ପତ୍ତି ବ୍ୟାଜାପ୍ତ କଲା STF ଟିମ୍
ଗଞ୍ଜେଇ ବିକି ହୋଇଥିଲେ କୋଟିପତି, ସମ୍ପତ୍ତି ବ୍ୟାଜାପ୍ତ କଲା STF ଟିମ୍
author img

By

Published : Jul 28, 2022, 6:51 PM IST

ଭୁବନେଶ୍ବର: ଗଞ୍ଜେଇ ବ୍ୟବସାୟୀଙ୍କ କୋଟି କୋଟି ସମ୍ପତ୍ତି ଠାବ । ନିଶାଦ୍ରବ୍ୟ ବିକି ଆୟ କରିଥିଲେ ଗଞ୍ଜାମର ଦୁଇ ଭାଇ । ଶେଷରେ STF ଟିମର ନଜର ପଡିବା ପରେ ଦୁଇ ଗଞ୍ଜେଇ ବ୍ୟବସାୟୀଙ୍କ ସମ୍ପତ୍ତିକୁ ବ୍ୟାଜାପ୍ତ କରିଛି ଟିମ ।

ଟିମ ଗତ ଏପ୍ରିଲ ୨୯ ତାରିଖରେ ଏହି ୨ ବ୍ୟବସାୟୀଙ୍କ ଧରିଥିଲା ଏସଟିଏଫ । ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ଗଞ୍ଜେଇ ଏବଂ ଅଫିମ ଜବତ କରିଥିଲା । ଏହାପରେ ତଦନ୍ତ ବେଳେ ଦୁଇ ଭାଇଙ୍କ ସମ୍ପତ୍ତି ଦେଖି ଟେରା ହୋଇ ଯାଇଥିଲେ ତଦନ୍ତକାରୀ । ଦୁଇ ଭାଇଙ୍କ ସମ୍ପତ୍ତି ମଧ୍ୟରେ ରହିଛି ୬ଟି ବ୍ୟବସାୟିକ ବିଲ୍ଂଡି, ୮ଟି ସ୍ଥାନରେ ସ୍ଥାବର ଜମି ସହ ୧୯ଟି ଆକାଉଣ୍ଟରେ ପୁଳା ପୁଳା ଟଙ୍କା, ୨ଟି ଗାଡି ଓ ୫୯୫ଗ୍ରାମର ସୁନା ଅନଙ୍କାର । ଗଞ୍ଜେଇ ଓ ଅଫିମ ବେପାର କରି ଏହି ବେଆଇନ ସମ୍ପତ୍ତି ଠୁଳ କରିଥିଲେ ଦୁଇ ଭାଇ ବନମାଳି ପ୍ରଧାନ ଓ ଅରୁଣ ପ୍ରଧାନ । ଏହି ବେଆଇନ ସମ୍ପତ୍ତିର ମୂଲ୍ୟ ୩ କୋଟି ଟଙ୍କାର ଅଧିକ ହେବ ବୋଲି ଜଣାପଡିଛି । ଏହି ସମ୍ପତ୍ତିକୁ ବ୍ୟାଜାପ୍ତ କରିବା ପାଇଁ କମ୍ପିଟେଣ୍ଟ ଅଥୋରିଟିଙ୍କ ଅନୁମତି ଲୋଡିଥିଲେ ବିଭାଗୀୟ ଅଧିକାରୀ । ଅନୁମତି ମିଳିବା ପରେ ସମ୍ପତ୍ତିକୁ ସିଜ କରିଛି ଏସଟିଏଫ୍ ଟିମ ।

ସେହିପରି ଦୁହିଁଙ୍କ ଆକାଉଣ୍ଟକୁ ଅଚଳ କରିବା ସହ ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ସିଜ କରିଛି ଏସଟିଏଫ୍ ଟିମ । ନିଶା ଟଙ୍କାରେ ତିଆରି କରୁଥିଲେ ସମ୍ପତିର ସାମ୍ରାଜ୍ୟ । ଆଇନର ପ୍ରାବଧାନ ଅନୁଯାୟୀ ଏସବୁ ସିଜ କରିଛି କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଏସଟିଏଫ୍ ଟିମ । ଏନେଇ ପ୍ରେସ ରିଲିଜ ଜରିଆରେ ସୂଚନା ଦେଇଛି ଏସଟିଏଫ୍ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.