ଭୁବନେଶ୍ବର: ବେଆଇନ ବନ୍ଧୁକ କଳାବଜାରୀ ନେଇ ବଢୁଛି ଅପରାଧ। ଛୋଟ ଛୋଟ ଅପରାଧିଙ୍କ ଠାରୁ ବଡ ବଡ ଅପରାଧୀ । ବନ୍ଧୁକ ମୁନରେ ରଚୁଛନ୍ତି ବଡବଡ ଅପରାଧ। ଚୋରି ଡକାୟତି ରାହାଜାନି ଠୁ ଆରମ୍ଭ କରି ସୁପାରିକିଲିଂ ଭଳି ବେଆଇନ ଡ୍ରସ କାରବାର କରୁଛନ୍ତି। ବନ୍ଧୁକ ମୁନରେ ଭୟଭୀତ କରି ଚଲାଇଛନ୍ତି ଅପରାଧର ସାମ୍ରାଜ୍ୟ । ଯାହାକୁ ନେଇ ରାଜ୍ୟରେ ବେଆଇନ ବନ୍ଧୁକ କାରବାର ଉପରେ ରୋକ ଲଗାଇବାକୁ ଏସଟିଏଫ ଆରମ୍ଭ କରିଛି ଅପରେସନ।
ଏସଟିଏଫର ପ୍ରଥମ ଅପରେସନରେ କେନ୍ଦ୍ରାପଡାରେ ଜଣେ ଯୁବକକୁ ଗିରଫ କରାଯାଇଛି । କେନ୍ଦ୍ରାପଡା ନଉସଦିପୁରର ଏସ କେ ରାଜ ଓରଫ ଏସକେ ଖାନକୁ ଗିରଫ କରିଛି ଏସଟିଏଫ । ଏସକେ ଖାନ ପାଖରୁ ଗୋଟିଏ ୭.୬୫ ଏମଏମ ପିସ୍ତଲ ସହ ଦୁଇଟି ମାଗାଜିନ ଓ ଗୋଟିଏ ଜୀବନ୍ତ ଗୁଳି ସହ ଗୋଟିଏ ବାଇକ OD22PL2363 ଜବତ କରିଛି ଏସଟିଏଫ ଟିମ। ଏପରିକି ତା ନାଁରେ ଅନେକ ଅପରାଧିକ ମାମଲା ଥିବା ବେଳେ ଆର୍ମସ ଆକ୍ଟ ୨୫/୨୭ରେ ଗିରଫ କରିଛି ଏସଟିଏଫ ଟିମ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ