ETV Bharat / city

ଜୀବନ୍ତ ବଜ୍ରକାପ୍ତା ଧରି ଡିଲ ପାଇଁ ଜଗିଥିଲେ, NHରେ ମାଡିବସିଲା STF ଟିମ - ଗୁରୁଜଙ୍ଗ ପିତାପଲ୍ଲି

ରାଜଧାନୀରେ ବଢି ଚାଲିଛି ବଜ୍ରକାପ୍ତା ତସ୍କରୀ । ପୁଣି STF ଟିମ 2 ଅଭିଯୁକ୍ତଙ୍କୁ ରାସ୍ତାକଡ଼ରୁ ଧରିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ...

ଜୀବନ୍ତ ବଜ୍ରକାପ୍ତା ଧରି ଛକିଥିଲେ ରାସ୍ତାରେ, NH-16ରେ ମାଡିବସିଲା STF ଟିମ

author img

By

Published : Oct 8, 2021, 12:07 PM IST

ଭୁବନେଶ୍ବର: ଗୁରୁଜଙ୍ଗ ପିତାପଲ୍ଲିରେ ଚାଲିଥିଲା ବଜ୍ରକାପ୍ତା ତସ୍କରୀ । ଜୀବନ୍ତ ବଜ୍ରକାପ୍ତା ଧରି ଡିଲ ପାଇଁ ରାସ୍ତାରେ ଛକିଥିବା ବେଳେ ଖବର ପାଇ ପହଞ୍ଚିଥିଲା ଏସଟିଏଫ ଟିମ। ଏନେଇ ଖୋର୍ଦ୍ଧା NH-16ରେ ରେଡ କରି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି STF ଟିମ । ସେମାନଙ୍କ ଠାରୁ ଏକ ବଜ୍ରକାପ୍ତା ଜବତ କରିବା ସହ ଗୋଟିଏ କାର ମଧ୍ୟ ଜବତ କରାଯାଇଛି ।

ଜୀବନ୍ତ ବଜ୍ରକାପ୍ତା ଧରି ଡିଲ ପାଇଁ ଜଗିଥିଲେ, NHରେ ମାଡିବସିଲା STF ଟିମ

ଏନେଇ ୨ ଅଭିଯୁକ୍ତ କଳାହାଣ୍ଡିର କୈଳାସ ଖୋସଲା ଓ ନବରଙ୍ଗପୁରର ଚୈତନ ଭାତ୍ରାକୁ ଗିରଫ କରିଛି ଏସଟିଏଫ ଟିମ । ଦୁଇ ଜଣଙ୍କୁ ଓ୍ବାଇଲ୍ଡ ଲାଇଫ ଆକ୍ଟରେ ଗିରଫ କରାଯାଇଛି । ତେବେ ବିଶେଷ କରି ବଜ୍ରକାପ୍ତା ରୋଗର ପ୍ରତିଶେଧକ ପାଇଁ ଏକ ଅନ୍ଧବିଶ୍ବାସ ପ୍ରଥା ରହିଛି, ଏହା ଆଧାରରେ ଏନେଇ ତସ୍କରୀ ହେଉଛି ।

ଜୀବନ୍ତ ବଜ୍ରକାପ୍ତା ଧରି ଛକିଥିଲେ ରାସ୍ତାରେ, NH-16ରେ ମାଡିବସିଲା STF ଟିମ
ଜୀବନ୍ତ ବଜ୍ରକାପ୍ତା ଧରି ଛକିଥିଲେ ରାସ୍ତାରେ, NH-16ରେ ମାଡିବସିଲା STF ଟିମ

କିଛି ଦିନ ତଳେ‌ ରାଜଧାନୀର IG ପାର୍କରୁ ମଧ୍ୟ ଅଧ କେଜିର ବଜ୍ରକାପ୍ତା ଖୋଳ ଜବତ କରାଯାଇଥିଲା । ଏହି ଘଟଣାରେ ବନ୍ୟପ୍ରାଣୀ ତସ୍କରୀ ମାମଲାରେ ଏସଟିଏଫ ଏଯାବତ ୧୬ଟି ବାଘ ଛାଲ, ୯ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୫ଟି ବଜ୍ରକାପ୍ତା ସହ ୧୫ କେଜିରୁ ଊର୍ଦ୍ଧ୍ବ ବଜ୍ରକାପ୍ତା ଖୋଳ ଜବତ କରାଯାଇଛି । ଏହି ତସ୍କରୀ ମାମଲାରେ ୩୫ ଜଣଙ୍କୁ ଗିରଫ କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.