ETV Bharat / city

ପରିବା ମାର୍କେଟରେ କୋଟିଏ ଟଙ୍କାର ବ୍ରାଉନସୁଗାର, ବାଲେଶ୍ଵରରେ ଡିଲ ବେଳେ ଧରିଲା STF

author img

By

Published : Nov 9, 2021, 12:40 PM IST

Updated : Nov 9, 2021, 1:04 PM IST

ବାଲେଶ୍ବର ପରିବା ମାର୍କେଟରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ କଲା STF । ୨ ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ...

ପରିବା ମାର୍କେଟରେ ଚାଲିଥିଲା ବ୍ରାଉନସୁଗାର ଡିଲ୍, ମାଡିବସିଲା STF, ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ବର : ପରିବା ମାର୍କେଟରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ ସହ ୨ ଜଣଙ୍କୁ ଗିରଫ କଲା STF ଟିମ୍ । ଓଡିଶାରୁ ବିହାର ଚାଲାଣ ପାଇଁ ବାଲେଶ୍ବରର ଏକ ପରିବା ମାର୍କେଟରେ ଡିଲ ଚାଲିଥିବା ବେଳେ STF ଟିମ୍ ଚଢାଉ କରି ୧ କେଜି ୫୨ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ବିହାର ପାଟନାର‌ ବିଜୟ ଯାଦବ ଓ ବାଲେଶ୍ବର ସହଦେବଖୁଣ୍ଟାର ଅଶୋକ ବେହେରା ବୋଲି ଜଣାପଡିଛି ।

ପରିବା ମାର୍କେଟରେ କୋଟିଏ ଟଙ୍କାର ବ୍ରାଉନସୁଗାର, ବାଲେଶ୍ଵରରେ ଡିଲ ବେଳେ ଧରିଲା STF
ପରିବା ମାର୍କେଟରେ କୋଟିଏ ଟଙ୍କାର ବ୍ରାଉନସୁଗାର, ବାଲେଶ୍ଵରରେ ଡିଲ ବେଳେ ଧରିଲା STF

ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ବର ସହଦେବଖୁଣ୍ଟା ନୟାବଜାର ମାର୍କେଟରେ ଏହି ୨ ବେପାରୀଙ୍କ ମଧ୍ୟରେ ଆଜି ବ୍ରାଉନସୁଗାର ଡିଲ ଚାଲିଥିଲା । ଏହି ସମୟରେ ଏସଟିଏଫ ଟିମ୍ ଖବର ପାଇ ଚଢାଉ କରି ୧କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ କରି ୨ ଜଣଙ୍କୁ ଗିରଫ କରିଥିଲା । ତେବେ ଚଢାଉ ସମୟରେ ବ୍ରାଉନସୁଗାର ଓଡିଶାରୁ ବିହାର ଚାଲାଣ ପାଇଁ ଡିଲ ଚାଲିଥିବା ଜଣାପଡିଛି । ଏନେଇ ଚାଲାଣ ଚେନ ଭାଙ୍ଗିବାକୁ ପ୍ରୟାସ କରାଯିବ ବୋଲି ଏସଟିଏଫ ଏସପି ତେଜରାଜ ପଟେଲ ସୂଚନା ଦେଇଛନ୍ତି । ତେବେ ୨୦୨୦ରୁ ଏଯାବତ ୪୩କେଜି ବ୍ରାଉନସୁଗାର ସହ ୮୬କ୍ବିଣ୍ଟାଲ ର ଗଞ୍ଜେଇ ଓ ୧୦୦ରୁ ଉର୍ଦ୍ଧ୍ବ ପେଡଲରଙ୍କୁ ଗିରଫ କରାଯାଇଥିବା ସୁଚନା ଦେଇଛିନ୍ତି ଏସଟିଏଫ ଏସପି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Nov 9, 2021, 1:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.