ETV Bharat / city

ଗ୍ରାହକଙ୍କ ପାଖରେ ପହଞ୍ଚାଉଥିଲା ଯୁବତୀ, ଦଲାଲକୁ ମାଡି ବସିଲେ ଏସଟିଏଫ ଟିମ - ଏସଟିଏଫ ଟିମ ହାତରେ କେଶବ

ଗିରଫ ହେଲେ ଗଞ୍ଜାମର ଦେହ ଦଲାଲ କେଶବ ସାହୁ। ଯିଏ ବ୍ରହ୍ମପୁରରେ ସମ୍ଭାଳୁଥିଲେ ବାଙ୍ଗଲା ନେଟୱାର୍କ। କେଶବ ଗିରଫ ପରେ ବାଙ୍ଗଲା ନେଟୱାର୍କରେ କିଛି ଓଡିଆ ଯୁବତୀ ସାମିଲ ଥିବା ଜଣାପଡିଛି । ଅଧିକ ଖବର ପଢନ୍ତୁ...

_sex_racket
ଗ୍ରାହକ ପାଖରେ ପହଁଞ୍ଚାଉଥିଲା ଯୁବତୀ,ଦଲାଲକୁ ମାଡିବସିଲେ ଏସଟିଏଫ ଟିମ
author img

By

Published : Mar 3, 2020, 12:44 PM IST

ଭୁବନେଶ୍ବର: ଖୋଲିଲା ବାଙ୍ଗଲା ଗାର୍ଲ ବ୍ରହ୍ମପୁର ଲିଙ୍କ । ଗିରଫ ହେଲେ ଗଞ୍ଜାମର ଦେହ ଦଲାଲ କେଶବ ସାହୁ। ଯିଏ ବ୍ରହ୍ମପୁରରେ ସମ୍ଭାଳୁଥିଲେ ବାଙ୍ଗଲା ନେଟୱାର୍କ। ବାଙ୍ଗଲା ନେଟୱାର୍କର ମାଷ୍ଟରମାଇଣ୍ଡ ଅଞ୍ଜଳୀ ଓ ଇବ୍ରାହିମ ସମେତ ଦଲାଲ ପ୍ରିତି ପାଢି ଗିରଫ ପରେ କେଶବ ସମ୍ଭାଳୁଥିଲା ଏହି ଦେହଜୀବୀଙ୍କ ସାମ୍ରାଜ୍ୟ। ହେଲେ ଦୁର୍ଭାଗ୍ୟବଶତଃ ନୟାପଲ୍ଲୀରେ ଜଣେ ଗ୍ରାହକ ନିକଟରେ ଯୁବତୀ ପହଞ୍ଚାଉଥିବାବେଳେ ସୁରାକ ପାଇ ଜଗିଥିଲା ଏସଟିଏଫ ଟିମ । ଆଉ ମାଡିବସିଥିଲା ଦେହ ଦଲାଲ କେଶବକୁ ।

ସୂଚନା ଅନୁସାରେ,ଏବେ ଯୁବତୀକୁ ଉଦ୍ଧାର ସହ କେଶବକୁ ଗିରଫ କରିବା ଫଳରେ ଏସଟିଏଫ ହାତରେ ଲାଗିଛି ବ୍ରହ୍ମପୁର ଲିଙ୍କ୍ । କେଶବକୁ ରିମାଣ୍ଡରେ ନେଇ ପଚରାଉଚୁରା କରିବ ଏହି ଟିମ । ତେବେ ଅଞ୍ଜଳୀ ନେଟୱାର୍କରେ ଆହୁରି ୮ରୁ ୯ ବାଙ୍ଗଲା ଗାର୍ଲ ରହିଥିବାବେଳେ ସେମାନଙ୍କୁ ଉଦ୍ଧାର ପାଇ ଯୋଜନା ଚଳାଇଛି ଏସଟିଏଫ ଟିମ।

ତେବେ ବ୍ରହ୍ମପୁର ଦଲାଲ ଗିରଫ ପରେ ଖୁବଶୀଘ୍ର ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ରେଡ୍ କରିପାରେ ଏସଟିଏଫ ଟିମ। ସେପଟେ କେଶବ ଗିରଫ ପରେ ବାଙ୍ଗଲା ନେଟୱାର୍କରେ କିଛି ଓଡିଆ ଯୁବତୀ ସାମିଲ ଥିବା ଜଣାପଡିଛି । ଭୁବନେଶ୍ବରରେ ଧରାପଡିବା ଭୟରେ ବ୍ରହ୍ମପୁରରେ ରଖିଥିବା ଜାଣିବାକୁ ମିଳିଛି । ଭଦ୍ରକ ଓ ବାଲେଶ୍ବର ଅଞ୍ଚଳରୁ ଏସବୁ ଯୁବତୀ ଆଣି ସାମିଲ କରାଇଥିବା କେଶବ ନିକଟରୁ ସୁରାକ ପାଇଛି ଏସଟିଏଫ ଟିମ ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.