ଭୁବନେଶ୍ବର: ରାଜଧାନୀରେ ଠାବ ହେଲା ହାଇ ପ୍ରୋଫାଇଲ ବ୍ରାଉନ ସୁଗାର ରାକେଟ। ଏନଏଚ 16ରୁ ଏସ୍ଟିଏଫ ହାତରେ ଧରାପଡିଲେ 5 ଅଭିଯୁକ୍ତ। 324ଗ୍ରାମର ବ୍ରାଉନସୁଗାର ସହ ନଗଦ 1 ଲକ୍ଷ 84 ହଜାର ଟଙ୍କା ଜବତ ।
ଗୋଟିଏ ମାରୁତି କାର୍ ସହ 4 ବାଇକ ଯୋଗେ ଡିଲ୍ ବେଳେ ଧରାପଡିଲେ ଭୁବନେଶ୍ବରର ଦୁଇଜଣ ଓ ବାଲେଶ୍ବରର ୩ ଜଣ ଅଭିଯୁକ୍ତ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବାନେଇ ଅନୁମାନ କରାଯାଉଛି।
ତେବେ ଅଭିଯୁକ୍ତଙ୍କୁ ଗିରଫ ପରେ ରିମାଣ୍ଡରେ ନେବାକୁ ଆବେଦନ କରିବେ ଏସଟିଏଫ ଅଫିସର। ଗିରଫ ଅଭିଯୁକ୍ତଙ୍କ ସହ ପଶ୍ଚିମବଙ୍ଗ ଲିଙ୍କ୍ର ମିଳିଛି ସୁରାକ। ଗିରଫ ଅଭିଯୁକ୍ତ ହେଲେ ଭୁବନେଶ୍ବରର ଏସ୍କେ ସାଗବା ଏବଂ ଏସକେ ହବିବୁଲ୍। ସେହିପରି ବାଲେଶ୍ବରର ତନ୍ମୟ ସାହୁ, ଏସ୍କେ ଫକିର ଓ ମହମ୍ମଦ ସୋହେଲ ବୋଲି ଜଣାପଡିଛି।
ଏସ୍କେ ଫକିର ଏହାର ମାଷ୍ଟରମାଇଣ୍ଡ ବୋଲି ସୂଚନା ଦେଇଛି ପୋଲିସ । ସେ ବାଲେଶ୍ବର ବେପାରିଙ୍କଠାରୁ ବ୍ରାଉନସୁଗାର ଆଣି ଏଠାରେ ପେଡଲରକୁ ବିକ୍ରି କରୁଥିଲା।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ