ETV Bharat / city

ଅଧିକ ୟୁରିଆ ସାର ଯୋଗାଇବା ପାଇଁ ପଦକ୍ଷେପ ନିଆଯାଇଛି: ସମବାୟ ମନ୍ତ୍ରୀ

author img

By

Published : Aug 21, 2020, 9:51 PM IST

ରାଜ୍ୟରେ ଆବଶ୍ୟକତା ଅନୁଯାୟୀ ଅଧିକ ୟୁରିଆ ସାର ଯୋଗାଣ ଦିଗରେ ପଦକ୍ଷେପ ନିଆଯାଇଥିବା କହିଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଅଧିକ ପଢନ୍ତୁ..

steps-have-been-taken-to-provide-more-urea-fertilizer-says-cooperatives-minister

ଭୁବନେଶ୍ୱର: ୨୧ ଅଗଷ୍ଟ, ୨୦୨୦ ସଂପ୍ରତି କୋଭିଡ୍‌-୧୯ ସ୍ଥିତିରେ ରାଜ୍ୟ ତଥା ଦେଶରେ ମାର୍ଚ୍ଚ ମାସଠାରୁ ବିଭିନ୍ନ ପର୍ଯ୍ୟାୟ ଲକଡ।ଉନ ଓ ସଟ୍‌ଡାଉନ ଜାରି କରାଯିବା ପରିପ୍ରେକ୍ଷୀରେ ଖରିଫ ଚାଷ ନିମନ୍ତେ ଆବଶ୍ୟକ ପରିମାଣର ୟୁରିଆ ସାର ଉତ୍ପାଦନ ଓ ପରିବହନ ଆଦି ବାଧାପ୍ରାପ୍ତ ହୋଇଥିଲା । ଯଦ୍ୱାରା ଓଡ଼ିଶାରେ ମାର୍କଫେଡ ୩୧ ଜୁଲାଇ ୨୦୨୦ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ୧ ଲକ୍ଷ ୫୦ ହଜାର ଟନ ୟୁରିଆ ସାର ପ୍ରାପ୍ତ ହେବା ଓ ଏହାକୁ ବିକ୍ରୟ କେନ୍ଦ୍ରରେ ପହଞ୍ଚାଇବା ବଦଳରେ ୧ ଲକ୍ଷ ୫ ହଜାର ୬୬୨ ମେଟ୍ରିକ ଟନ ପ୍ରାପ୍ତ ହୋଇଥିଲା ।

ତେବେ ଆବଶ୍ୟକତା ଅନୁଯାୟୀ ଅଧିକ ୟୁରିଆ ସାର ଯୋଗାଣ ଦିଗରେ ପଦକ୍ଷେପ ନିଆଯାଇଛି ବୋଲି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ସୂଚନାଯୋଗ୍ୟ ଯେ ଚଳିତବର୍ଷ ଅଦ୍ୟାବଧି ୩୦ଟି ଜିଲ୍ଲାର ୨୦୮୧ଟି ପ୍ୟାକସ୍‌/ଲ୍ୟାମ୍ପସକୁ ୧ ଲକ୍ଷ ୧୭ ହଜାର ୫୫୦ ମେଟ୍ରିକ ଟନ ୟୁରିଆ ସାର ଯୋଗାଇ ଦିଆଯାଇଛି ବୋଲି ମାର୍କଫେଡ ସୂତ୍ରରୁ ପ୍ରକାଶ ।

ଗତବର୍ଷ ଅଗଷ୍ଟ ୩୧ ତାରିଖ ସୁଦ୍ଧା ୧ ଲକ୍ଷ ୪୨ ହଜାର ୫୩୭ ମେଟ୍ରିକ ଟନ‌ ଏବଂ ସେପେଫମ୍ବର ୩୦ ତାରିଖ ସୁଦ୍ଧା ୧ ଲକ୍ଷ ୬୭ ହଜାର ୮୪୪ ମେଟ୍ରିକ ଟ୍ରନ‌ ୟୁରିଆ ସାର ମାର୍କଫେଡ଼କୁ ଯୋଗାଇ ଦିଆଯାଇଥିଲା । ଅଗଷ୍ଟ ମାସରେ ଖରିଫ ନିମନ୍ତେ ଅଧିକ ୟୁରିଆ ସାର ଆବଶ୍ୟକ ପଡୁଥିବା ଦୃଷ୍ଟିରୁ
ପର୍ଯ୍ୟାପ୍ତ ଯୋଗାଣ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ମାର୍କଫେଡ ପକ୍ଷରୁ ଅନୁରୋଧ କରାଯାଇଛି ।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.