ETV Bharat / city

ଜନ୍ମମାଟିରେ ନିର୍ମାଣ ହେବ କାନ୍ତକବିଙ୍କ ପ୍ରତିମୂର୍ତ୍ତି - Kanta kabi lakhmikanta mahapatra

‘ବନ୍ଦେ ଉତ୍କଳ ଜନନୀ’ ଲେଖକ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ତିଆରି ହେବ ଜନ୍ମସ୍ଥାନ ଭଦ୍ରକଠାରେ ।

statue-of-kanta-kabi-lakhmikanta-mahapatra-will-be-erected-on-his-birthplace-bhadrak
ଜନ୍ମମାଟିରେ ନିର୍ମାଣ ହେବ କାନ୍ତକବିଙ୍କ ପ୍ରତିମୂର୍ତ୍ତି
author img

By

Published : Jun 12, 2020, 5:30 AM IST

ଭୁବନେଶ୍ବର: ଶେଷରେ ସମ୍ମାନ ପାଇଲେ ବରପୁତ୍ର ଆଉ ସମ୍ମାନ ପାଇଲା ତାଙ୍କ ଲେଖନୀ । ‘ବନ୍ଦେ ଉତ୍କଳ ଜନନୀ’କୁ ମିଳିଲା ରାଜ୍ୟ ସଙ୍ଗୀତ ମାନ୍ୟତା । ସରକାର-ବିରୋଧୀଙ୍କ ଦୀର୍ଘ ଦିନ ସଙ୍ଘର୍ଷ ପରେ ଶେଷରେ ଗୀତକୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେଇଛନ୍ତି ରାଜ୍ୟ ସରକାର । ଆଉ ଏବେ ଲେଖକ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପାଇଁ ମଧ୍ୟ ପ୍ରତିସମ୍ମାାନ ଦେବାକୁ ଯାଉଛନ୍ତି ସରକରା ।

‘ବନ୍ଦେ ଉତ୍କଳ ଜନନୀ’ ଲେଖକ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସମାନାର୍ଥେ ତାଙ୍କର ଏକ ପ୍ରତିମୂର୍ତ୍ତି ତିଆରି ହେବ ତାଙ୍କ ଜନ୍ମସ୍ଥାନ ଭଦ୍ରକଠାରେ । ଏହି ସ୍ମାରକୀ ନିର୍ମାଣ କରିବେ ରାଜ୍ୟ ସରକାର । ପ୍ରାୟ ଦେଢ କୋଟି ଟଙ୍କା ଅଟକଳ ବ୍ୟୟ ବରାଦ ହୋଇଛି ଏଥିପାଇଁ । ଆସନ୍ତା ଡିସେମ୍ବର 9ରେ ହେବ ଏହାର ଲୋକାର୍ପଣ । କାରଣ ସେହିଦିନ କାନ୍ତକବିଙ୍କ ଜନ୍ମଜୟନ୍ତୀ ପଡୁଛି । ଏହି ଅର୍ଥ ରାଜ୍ୟ ସରକାରଙ୍କ ସାହିତ୍ୟ ଓ ସଂସ୍କୃତି ବିଭାଗ ବହନ କରିବ ବୋଲି ସୂଚନା ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.