ETV Bharat / city

ଷ୍ଟେସନ ବଜାରରେ ଏଥର ନାହିଁ ତୋରଣ, ଅନଲାଇନରେ ଶ୍ରଦ୍ଧାଳୁ କରିବେ ଦର୍ଶନ

author img

By

Published : Oct 20, 2020, 2:39 PM IST

ଏଥର ପୂଜାରେ ମଣ୍ଡପ ଆସିବାକୁ ଶ୍ରଦ୍ଧାଳୁଙ୍କୁ ବାରଣ ଥିବାରୁ ଅନଲାଇନରେ କିପରି ଘରେ ବସି ମା'ଙ୍କ ଦର୍ଶନ କରି ପାରିବେ ସେନେଇ ବ୍ୟବସ୍ଥା କରିଛନ୍ତି ବିଭିନ୍ନ ପୂଜା ମଣ୍ଡପ ।

ଷ୍ଟେସନ ବଜାରରେ ଏଥର ନାହିଁ ତୋରଣ: ଅନଲାଇନରେ ଭକ୍ତ ପାଇବେ ଦର୍ଶନ

ଭୁବନେଶ୍ବର: ଶାରଦୀୟ ଦୁର୍ଗାପୂଜାରେ ରାଜଧାନୀର ଯେଉଁ କେତୋଟି ପୂଜା ମଣ୍ଡପ ଚର୍ଚ୍ଚିତ ମଧ୍ୟରୁ ଷ୍ଟେସନ ବଜାର ଅନ୍ୟତମ । ପ୍ରତିବର୍ଷ ନିଜର ଆକର୍ଷଣୀୟ ତୋରଣ ଓ ସଜ୍ଜସଜା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରଥମ ପସନ୍ଦରେ ଥାଏ । ଆଉ ଭୁବନେଶ୍ବରର ପ୍ରଥମ ଚାନ୍ଦି ମେଢ଼ର ତୋରଣ ସହ ସୁନା ମୁକୁଟରେ ମା' ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି । ତେବେ ଚଳିତ ବର୍ଷ କୋରୋନା ଯୋଗୁଁ ସରକାର ଅନେକ କଟକଣା ଜାରି କରିଛନ୍ତି ।

ଷ୍ଟେସନ ବଜାରରେ ଏଥର ନାହିଁ ତୋରଣ, ଅନଲାଇନରେ ଶ୍ରଦ୍ଧାଳୁ କରିବେ ଦର୍ଶନ

ଯାହାକୁ ଆୟୋଜକମାନେ ପାଳନ କରିବା ସହ ଖୁବ କମ ବ୍ୟୟ ବରାଦରେ ପୂଜା ଆୟୋଜନ କରୁଛନ୍ତି । ତେବେ ଏଥର ପୂଜାରେ ମଣ୍ଡପ ଆସିବାକୁ ଦର୍ଶକମାନଙ୍କୁ ବାରଣ ଥିବାରୁ ଏଥର ଅନଲାଇନରେ ଭକ୍ତମାନେ କିପରି ଘରେ ବସି ମା'ଙ୍କ ଦର୍ଶନ କରି ପାରିବେ ସେନେଇ ବ୍ୟବସ୍ଥା ହେଉଥିବା କହିଛନ୍ତି ଆୟୋଜକ ଦୀପକ ଜେନା । ମୂର୍ତ୍ତି ଛୋଟ ହେଉଥିବାରୁ ମା ଙ୍କଠାରେ ଚାନ୍ଦି ଅଳଙ୍କାର ଓ ଚାନ୍ଦି ମେଢ଼ ମଧ୍ୟ ଲଗା ଯାଉନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ସେହିପରି ପୂଜାପାଇଁ ଦଶହରା ପର୍ଯ୍ୟନ୍ତ ଲାଗି ରହୁଥିବା ସାଂସ୍କୃତିକ କାର୍ଯ୍ୟ ମଧ୍ୟ ଏବର୍ଷ ଆୟୋଜନ ହେବ ନାହିଁ ବୋଲି ସେ କହିଛନ୍ତି ।

ତେବେ ଲୋକମାନେ ଅନେକ ଦିନ ଧରି ଧାର୍ମିକସ୍ଥଳକୁ ଯାଉ ନଥିବା ଓ ପ୍ରସାଦ ପାଇବାରୁ ବଞ୍ଚିତ ହେଉଥିବାରୁ ଏହାର ଆଖପାଖ ଭକ୍ତଙ୍କ ପାଇଁ ପ୍ରସାଦ ଘରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଉଥିବା ସେ କହିଛନ୍ତି । ତେବେ କୋରୋନା ଯୋଗୁଁ ଆସିଥିବା ଏଭଳି ପରିସ୍ଥିତି ଖୁବଶୀଘ୍ର ଦୂର ହୋଇ ଜଗତର କଲ୍ୟାଣ ହେଉ ବୋଲି ମା'ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ଭୁବନେଶଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.