ETV Bharat / city

ଜୁଲାଇ 31 ସୁଦ୍ଧା କେନ୍ଦ୍ରକୁ ଚାଷୀଙ୍କ ତାଲିକା ଦେବ ରାଜ୍ୟ: କୃଷିମନ୍ତ୍ରୀ

ଜୁଲାଇ 31 ସୁଦ୍ଧା କେନ୍ଦ୍ରକୁ ସମସ୍ତ ଚାଷୀଙ୍କ ତାଲିକା ପ୍ରଦାନ କରିବ ରାଜ୍ୟ । ପୂର୍ବରୁ 12 ଲକ୍ଷ 35 ହଜାର ଚାଷୀଙ୍କ ତାଲିକା ରାଜ୍ୟସରକାର ଦେଇଥିଲେ । ତେବେ ଏଥିମଧ୍ଯରୁ ୯ ଲଷ ୩୬ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳିଛି ପ୍ରଥମ ପର୍ଯାୟ ଟଙ୍କା ।

author img

By

Published : Jun 7, 2019, 3:25 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ପିଏମ କିଷାନ ଯୋଜନା ପାଇଁ କେନ୍ଦ୍ରକୁ ସବୁ ଚାଷୀଙ୍କ ତାଲିକା ଦେବ ରାଜ୍ୟ । ଜୁଲାଇ 31 ସୁଦ୍ଧା କେନ୍ଦ୍ରକୁ ଚାଷୀଙ୍କ ତାଲିକା କରିବ ହସ୍ତାନ୍ତର । ପୂର୍ବରୁ 12 ଲକ୍ଷ 35 ହଜାର ଚାଷୀଙ୍କ ତାଲିକା ରାଜ୍ୟ ସରକାର ଦେଇଥିଲେ । ତେବେ ଏଥିମଧ୍ଯରୁ ୯ ଲଷ ୩୬ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳିଛି ପ୍ରଥମ ପର୍ଯ୍ୟାୟ ଟଙ୍କା ।
ଚାଷୀ ତାଲିକା ଭିତରୁ ଓକିଲ, ଚାକିରିଆ ଓ ରାଜନେତାଙ୍କୁ ବାଦ ଦେଇ ଜୁଲାଇ ୩୧ ସୁଦ୍ଧା ପୁଣି ତାଲିକା ଦେବାକୁ କେନ୍ଦ୍ର ସରକାର କହିଛନ୍ତି । ଏନେଇ ପଦକ୍ଷେପ ନିଆଯାଉଥିବା କହିଛନ୍ତି ରାଜ୍ୟ କୃଷିମନ୍ତ୍ରୀ ଅରୁଣ ସାହୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ପିଏମ୍‌ କିଷାନ ଯୋଜନାରେ ବଡ ଚାଷୀଙ୍କୁ ସାମିଲ କରାଯାଇନାହିଁ । ବଡଚାଷୀଙ୍କୁ ସାମିଲ କରିବା ପାଇଁ ଏବେ କ୍ୟାବିନେଟରେ ପ୍ରସ୍ତାବ ପାର ହୋଇଥିବା ବେଳେ ଆମ ପାଖକୁ ଏନେଇ କୌଣସି ଖବର ଆସିନାହିଁ ବୋଲି ମନ୍ତ୍ରୀ ସୂଚାଇ ଦେଇଛନ୍ତି ।

ସେପଟେ ଯୋଜନାରେ ଦ୍ବିତୀୟ ପର୍ଯ୍ୟାୟର ଟଙ୍କା ହିତାଧିକାରୀଙ୍କୁ ମିଳିବାକୁ ଥିବାରୁ ଜୁଲାଇ 31 ସୁଦ୍ଧା ରିପୋର୍ଟ ଦେବାକୁ କୁହାଯାଇଥିବା ଜଣାପଡିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

କେନ୍ଦ୍ର ମାଗିଲା ଚାଷୀଙ୍କ ତାଲିକା, ଜୁଲାଇ ୩୧ ସୁଦ୍ଧା ଦିଆଯିବ ପ୍ରସ୍ତୁତ ତାଲିକା : କୃଷିମନ୍ତ୍ରୀ

ଖରିଫ ଫସଲ ଉପରେ ଶବୁ ଜିଲ୍ଲାର ଅଧିକାରୀଙ୍କ ସହ ଆଲୋଚନା କଲେକୃଷି ମନ୍ତ୍ରୀ। କିଭଳି ଭାବରେ କୃଷକ ମାନଙ୍କ ପାଖ ରେ ଠିକ ସମୟରେ ସାର ପହଞ୍ଚିବା, ବିହନ ପହଞ୍ଚିବ ଏବଂ ସଚେତନତା କରିବା  ନେଇ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ କରିଛି ।

ଖରିଫରୁତୁରେ ୬.୫ ଲକ୍ଷ୍ୟ ହେକ୍ଟର ଜମି ରହିଥିବା ବେଳେ ଖରିଫ ରେ ଯାହା ଯାହା ଚାଷ କରାଯାଏ ତାହା କିଭଳି ଭାବରେ ସଫଳତା ପାଇପାରିବ। ସେ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ବିଭାଗ ପକ୍ଷରୁ। ଫାନି ପରେମୁଖ୍ୟମନ୍ତ୍ରି ଏକ ପ୍ୟାକେଜ ଘୋଷଣା କରିଛନ୍ତି। ଯେଉଁ କୃଷକଙ୍କ କ୍ଷୟ କ୍ଷତି ଘଟିଛି ସେ ନେଇ ଏକ ତାଲିକା ପ୍ରସ୍ତୁତ ହୋଇଛି। 

ପିଏମ କିଷାନ ଯୋଜନାରେ କେନ୍ଦ୍ର ସରକାରଙ୍କୁ ରାଜ୍ଯ ସରକାର ଦେଇଛନ୍ତି ୧୨ ଲଷ ୩୫ ହଜାର ଚାଷୀ ଙ୍କ ତାଲିକା। ଏଥି ମଧ୍ଯରୁ ୯ ଲଷ ୩୬ ହଜାର ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ୁ ମିଳିଛି ପ୍ରଥମ ପର୍ଯାୟ ଟଙ୍କା। ଦ୍ବିତୀୟ ପର୍ଯାୟ ଟଙ୍କା ପାଇଁ ଓକିଲ, ଚାକିରିଆ ଓ ରାଜନେତାଙ୍କୁ ବାଦ ଦେବା ଜୁଲାଇ ୩୧ ସୁଦ୍ଧା ତାଲିକା ଦେବାକୁ କେନ୍ଦ୍ର ସରକାର କହିଛନ୍ତି। ଏ ନେଇ ପଦକ୍ଷେପ ନିଆଯାଇଛି କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।
 
ପିଏମ୍ କିସାନ୍ ଯୋଜନାରେ ହିତାଧିକାରୀଙ୍କୁ ମିଳିବ ଦ୍ଵିତୀୟ ପର୍ଯ୍ୟାୟର ଟଙ୍କା। ଜୁଲାଇ ୩୧ ସୁଦ୍ଧା ରାଜ୍ୟକୁ ତାଲିକା ଦେବାକୁ କହିଲା କେନ୍ଦ୍ର। ତେବେ ପିଏମକିସନ୍ ଯୋଜନା ରେ ବଡ଼ ଚାଷୀଙ୍କୁ ସାମିଲ କରାଯାଇନାହିଁ ବୋଲି କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ। ଏହି ଯୋଜନାରେ ବଡ଼ ଚାଷୀଙ୍କୁ ସାମିଲ କରିବା ରେ ଏବେ ରାଜ୍ୟ କ୍ୟାବିନେଟ ରେ ପ୍ରସ୍ତାବ ରହିଛି ବୋଲି କହିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ।

ଅରୁଣ ସାହୁ, କୃଷି ମନ୍ତ୍ରୀ
Visual and byte send mojo

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.