ETV Bharat / city

ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ପୁନର୍ଗଠିତ

author img

By

Published : Nov 4, 2020, 10:35 AM IST

ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ପୁନର୍ଗଠିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପାଧ୍ୟକ୍ଷ । ଅଧିକ ପଢନ୍ତୁ...

ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ପୁନର୍ଗଠିତ
ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ପୁନର୍ଗଠିତ

ଭୁବନେଶ୍ବର: ପୁନର୍ଗଠିତ ହୋଇଛି ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଅଧ୍ୟକ୍ଷ ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାର ଉପାଧ୍ୟକ୍ଷ ରହିଛନ୍ତି ।

ଆଠମଲ୍ଲିକର ବିଧାୟକ ରମେଶ ଚନ୍ଦ୍ର ସାଏ, ମୋରଡାର ବିଧାୟକ ରାଜକିଶୋର ଦାସ, ରାଜନଗର ବିଧାୟକ ଧ୍ରୁବଚରଣ ସାହୁ, ଏସିଆନ୍‌ ନେଚର କନ୍‌ଜରଭେସନ୍‌ ଫାଉଣ୍ଡେସନ୍‌, ବାଙ୍ଗାଲୋରର ପ୍ରଫେସର ଆର୍‌. ସୁକୁମାର, ନେଚର ଆଣ୍ଡ ୱାଇଲଡ୍‌ ଲାଇଫ୍‌ ସୋସାଇଟି ଅଫ୍‌ ଓଡିଶାର ସରୋଜ କୁମାର ପଟ୍ଟନାୟକ, ସେଭ୍‌ ଏଲିଫାଣ୍ଟ ଫାଉଣ୍ଡେସନ୍‌ ଟ୍ରଷ୍ଟର ଡ. ରଜନୀକାନ୍ତ ଜେନା, ଭାରତ ସରକାରଙ୍କ ପୂର୍ବତନ ଜଙ୍ଗଲ ବିଭାଗ ମୁଖ୍ୟ ମହାନିର୍ଦ୍ଦେଶକ ପି. ଆର୍‌. ମହାନ୍ତି, ନ୍ୟାସନାଲ୍‌ ଟାଇଗର କନ୍‌ଜରଭେସନ୍‌ ଅଥରିଟିର ପୂର୍ବତନ ସଦସ୍ୟସଚିବ ଡ. ଅନୁପ କୁମାର ନାୟକ ଏହାର ସଦସ୍ୟ ରହିଛନ୍ତି ।

ସେହିପରି ସମ୍ବଲପୁର ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ କୁଳପତି ଡ. ଶ୍ରୀମତୀ ପ୍ରିୟମ୍ବଦା ମହାନ୍ତି, ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରାଣୀବିଜ୍ଞାନ ପ୍ରଫେସର ଡ. ସୁଶୀଲ କୁମାର ଦତ୍ତ, ୱାଇଲଡ୍‌ ଲାଇଫ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆର ବି. ସି. ଚୌଧୁରୀ, ଜିଲ୍ଲା ମୟୂର ସୁରକ୍ଷା କମିଟି ଗଞ୍ଜାମର ସଭାପତି ସମୀର କୁମାର ପ୍ରଧାନ, ୱାଇଲଡ୍‌ ଲାଇଫ୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ଇଣ୍ଡିଆର ଡ. ବିଭାସ ପାଣ୍ଡବ, ମୟୂରଭଞ୍ଜ ଜିଲ୍ଲାର ଇଟାମୁଣ୍ଡିଆର ଗୋପୀନାଥ ସିଂହ, କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ତହସିଲ୍‌ର ବରିକୁମ୍ପା ଗାଁର ମଧୁସୂଦନ କଅଁର, କେଉଁଝର ଜିଲ୍ଲା ମଣ୍ଡୁଆ ନିବାସୀ ମାନସିଂ ଦୁର୍ଗାପ୍ରସାଦ ନାୟକ ମଧ୍ୟ ଏହାର ସଦସ୍ୟ ଅଛନ୍ତି ।

ଅନ୍ୟପଟେ ଜଙ୍ଗଲ ଓ ପରିବେଶ ବିଭାଗ ସଚିବ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ, ଓଡିଶା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ସଚିବ, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(କ୍ରାଇମ୍‌ ଶାଖା), ସେନାବାହିନୀର ପ୍ରତିନିଧି, ପ୍ରାଣୀପାଳନ ନିର୍ଦ୍ଦେଶକ, ମତ୍ସ୍ୟ ନିର୍ଦ୍ଦେଶକ, ଭାରତ ସରକାରଙ୍କ ବନ୍ୟପ୍ରାଣୀ ସଂରକ୍ଷଣ ନିର୍ଦ୍ଦେଶକ, ଡେରାଡୁନ୍‌ସ୍ଥିତ ୱାଇଲଡ୍‌ ଲାଇଫ୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ଇଣ୍ଡିଆର ପ୍ରତିନିଧି, କୋଲକାତାସ୍ଥିତ ବଟାନିକାଲ ସର୍ଭେ ଅଫ୍‌ ଇଣ୍ଡିଆର ପ୍ରତିନିଧି ଏବଂ ଗୋପାଳପୁରସ୍ଥିତ ଜୁଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆର ପ୍ରତିନିଧି ପୁନର୍ଗଠିତ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡର ସଦସ୍ୟ ରୂପେ କାର୍ଯ୍ୟ କରିବେ ।

ଏହି ବୋର୍ଡର ସଦସ୍ୟ-ସଚିବ ରୂପେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ଓ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକ, ଓଡିଶା ଦାୟିତ୍ବ ତୁଲାଇବେ । ବୋର୍ଡର କାର୍ଯ୍ୟକାଳ ତିନି ବର୍ଷ ହେବ । ସୂଚନାଯୋଗ୍ୟ ଯେ ବନ୍ୟପ୍ରାଣୀ (ସୁରକ୍ଷା) ଆଇନ, 1972ର ବିଭାଗ-7 ଆଧାରରେ ବନ୍ୟପ୍ରାଣୀ (ସୁରକ୍ଷା) ସଂଶୋଧନ ଆଇନ୍‌, 2002ର ବିଭାଗ-6 ଅନୁଯାୟୀ ଏହି ବୋର୍ଡ ପୁନର୍ଗଠିତ ହୋଇ ରାଜ୍ୟ ସରକାରଙ୍କ ମଞ୍ଜୁରି ଲାଭ କରିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.