ଭୁବନେଶ୍ବର: ଚଳିତ ବର୍ଷ ମାର୍ଚ୍ଚରୁ ମେ ମାସ ପର୍ଯ୍ୟନ୍ତ ପ୍ରବଳ ଖରା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ପୂର୍ବ ଛତିଶଗଡ଼ ଏବଂ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଭୀଷଣ ଖରା ଅନୁଭୂତ ହେବ। ଆସନ୍ତା ୫ ଦିନ ତାପମାତ୍ରା ବୃଦ୍ଧି ପାଇବ।
ସ୍ବଭାବିକ ସର୍ବୋଚ୍ଚ ତାପମାତ୍ରା ଠାରୁ ଅଧିକ ତାପମାତ୍ରା ରହିବ। ତେବେ ଆସନ୍ତା ୨୪ ଘଣ୍ଟା ଅର୍ଥାତ୍ ମଙ୍ଗଳବାର ମଧ୍ୟରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ। ଉପକୂଳ ଏବଂ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ତାପମାତ୍ରା ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଯାଜପୁର, କଟକ, ଖୋର୍ଦ୍ଧା, ଅନୁଗୁଳ, କେନ୍ଦୁଝର, ବୌଦ୍ଧ, ଭଦ୍ରକ, ମୟୁରଭଞ୍ଜ, ନୟାଗଡ଼ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମାର୍ଚ୍ଚ ୨ ତାରିଖ ସନ୍ଧ୍ୟା ସମୟରୁ ମୟୂରଭଞ୍ଜ, ବାଲେଶ୍ବର ,କେନ୍ଦୁଝର, ଭଦ୍ରକ ଜିଲ୍ଲାର କିଛି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି।
ଗତ ୨୪ ଘଣ୍ଟା ରେ ୬ ଟି ସହର ୩୯ ଡିଗ୍ରୀ ଛୁଇଁଛି। ବାରିପଦା ଓ ତାଳଚେର ସବୁଠୁ ଉତ୍ତପ୍ତ ସହର। ବାରିପଦା ଓ ତାଳଚେର ରେ ତାପମାତ୍ରା ୩୯.୮, ଅନୁଗୁଳ ୩୮.୭, ବୌଦ୍ଧ ୩୯.୫ ଡିଗ୍ରୀ ରହିଛି। ସେହିପରି ଭୁବନେଶ୍ୱର ରେ ସାଧାରଣ ଲୋକଙ୍କୁ ଟିକେ ଆସ୍ବସ୍ତି ମିଳିଛି ,ଭୁବନେଶ୍ୱର ରେ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ