ଭୁବନେଶ୍ବର: ଲଘୁଚାପ ସହ ଘୂର୍ଣ୍ଣିବଲୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୩ ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
କଳାହାଣ୍ଡି,କୋରାପୁଟ,ମାଲକାନଗିରି,ନୂଆପଡା,ସମ୍ବଲପୁର,ଝାରସୁଗୁଡା,ବଲାଙ୍ଗୀର,ବାଲେଶ୍ବର,ଭଦ୍ରକ,ମୟୂରଭଞ୍ଜ ଓ କେନ୍ଦୁଝରରେ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେବେ ଭୁବନେଶ୍ବର ଓ କଟକ ଟୁଇନସିଟିରେ ଆକାଶ ମେଘାଚ୍ଛନ୍ନ ରହିବା ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ