ETV Bharat / city

ଅକ୍ଟୋବରରେ ଫେରିଯିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ - ଅକ୍ଟୋବରରେ ଫେରିଯିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଅକ୍ଟୋବରରେ ଫେରିଯିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

state weather update
ଅକ୍ଟୋବରରେ ଫେରିଯିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ
author img

By

Published : Sep 28, 2020, 2:12 PM IST

ଭୁବନେଶ୍ବର: ଚଳିତ ବର୍ଷ ଅକ୍ଟୋବର ଦ୍ବିତୀୟ ସପ୍ତାହରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶାରୁ ଫେରିଯିବ । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ୨୮ ତାରିଖ ସୋମବାର ଠାରୁ ବିଭିନ୍ନ ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିବା ଆରମ୍ଭ ହୋଇଛି। ଭାରତର ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଅଞ୍ଚଳର ବାୟୁମଣ୍ଡଳର ତଳଭାଗରେ ଆଣ୍ଟିସାଇକ୍ଲୋନିକ୍ ସଞ୍ଚାରଣର ସ୍ଥାପନ ତଥା ବାୟୁମଣ୍ଡଳରେ ଆଦ୍ରତା ଓ ବର୍ଷାର ପରିମାଣ ଯଥେଷ୍ଟ ହ୍ରାସ ପାଇଛି ।

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜସ୍ଥାନ ଓ ପଞ୍ଜାବର କିଛି ଅଞ୍ଚଳରୁ ପ୍ରତ୍ୟାବର୍ତନ କରିଛି। ଆଗାମୀ ୨ ରୁ ୩ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସମୀ ବାୟୁ ପଶ୍ଚିମ ରାଜସ୍ଥାନ ଓ ପଞ୍ଜାବ, ହରିୟାଣା, ଚଣ୍ଡିଗଡ, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶର କିଛି ଅଞ୍ଚଳରୁ ପ୍ରତ୍ୟାହୃତ ହେବ ପାଇଁ ପାଗ ଅନୁକୂଳ ରହିଛି। ସୂଚନା ଥାଉ କି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଭାରତ ଭୂଖଣ୍ଡରେ ମେ ମାସ ଶେଷ ସପ୍ତାହରେ ପ୍ରବେଶ କରେ ଓ ଜୁନ ପ୍ରଥମରେ କେରଳରେ ପ୍ରବେଶ କରେ । ଯାହା ଫଳରେ ବର୍ଷା ହୋଇଥାଏ । ତେବେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଓଡିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିଯିବ।

ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.