ETV Bharat / city

କନଫ୍ୟୁଜନରେ ପରିବହନ ମନ୍ତ୍ରୀ, ଚିନ୍ତାରେ ରାଜ୍ୟବାସୀ ! - BS-4

ରାଜ୍ୟରେ ଆଉ ଚାଲିବ ନାହିଁ BS-4 ଗାଡି । ଆସନ୍ତା ଏପ୍ରିଲରୁ BS-4 ଗାଡିର ଅଖ ଚକ ସବୁ ହେବ ଠପ । ମନ୍ତ୍ରୀ ପଦ୍ମନାଭ ବେହେରା ଏହି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । ତେବେ BS-4ଗାଡିର ଭବିଷ୍ୟତ କଣ ହେବ ? କଣ କହିଲେ ମନ୍ତ୍ରୀ ? ପଢନ୍ତୁ ସଂପୂ୍ର୍ଣ୍ଣ ଖବର...

BS-4 vehicle
BS-4 vehicle
author img

By

Published : Feb 14, 2020, 11:50 PM IST

Updated : Feb 14, 2020, 11:57 PM IST

ଭୁବନେଶ୍ବର: ସାରା ଦେଶରେ ଆସନ୍ତା ଏପ୍ରିଲ ମାସରୁ ଆଉ ବିକ୍ରି କିମ୍ବା ପଞ୍ଜିକରଣ ହେବନାହିଁ BS-4 ଗାଡି । ଏନେଇ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶନାମା ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି ଏପ୍ରିଲରୁ ଆଉ କୌଣସି ନୂତନ ଗାଡି ପଞ୍ଜିକରଣ କି ବିକ୍ରିୟ ହେବନାହିଁ । ତେଣୁ ଆବଶ୍ୟକ ପଦକ୍ଷେପ ନେବାକୁ ସର୍ବୋଚ୍ଚ କୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି । ପରିବେଶ ପ୍ରଦୂଷଣ ପାଇଁ ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।

କନଫ୍ୟୁଜନରେ ପରିବହନ ମନ୍ତ୍ରୀ; ଚିନ୍ତାରେ ରାଜ୍ୟବାସୀ !

ତେବେ ଶୁକ୍ରବାର ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବିଧାନସଭା ପରିସରରେ ଦେଇଥିବା ପ୍ରତିକ୍ରିୟା ଏହି ପ୍ରସଙ୍ଗକୁ ଆହୁରି ଜଟିଳ କରିଦେଇଛି । ମନ୍ତ୍ରୀ କହିଛନ୍ତି BS-4 ଗାଡିକୁ ନେଇ କେନ୍ଦ୍ରରୁ ନିର୍ଦ୍ଦେଶନାମା ଆସିଛି । ଏପ୍ରିଲ ମାସରୁ ଆଉ BS-4 ଗାଡି ରାଜ୍ୟରେ ଚାଲିବ ନାହିଁ କି ବିକ୍ରି ହେବନାହିଁ ? ଏପ୍ରିଲରୁ କେବଳ BS-6 ଗାଡି ଚାଲିବ । ମନ୍ତ୍ରୀ ଏହା ସ୍ପଷ୍ଟ ଭାବେ କହିଛନ୍ତି । ତେବେ ସାମ୍ବାଦିକଙ୍କ ପ୍ରଶ୍ନଥିଲା ବର୍ତ୍ତମାନ ଯେଉଁ ସବୁ BS-4 ଗାଡି ଚାଲିଛି ସେସବୁର ଭବିଷ୍ୟତ କଣ ? ମନ୍ତ୍ରୀ କିନ୍ତୁ ସ୍ପଷ୍ଟ ଉତ୍ତର ନଦେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ କଥା ଉଠାଇଛନ୍ତି । ମନ୍ତ୍ରୀଙ୍କର ଏହି ଉତ୍ତରଦ୍ବାରା ଲୋକଙ୍କର ଦ୍ବନ୍ଦ୍ବ ବଢିବାରେ ଲାଗିଛି ।

ପ୍ରକୃତରେ ସର୍ବୋଚ୍ଚ ଅଦାଲତ କଣ ନିର୍ଦ୍ଦେଶ ଦେଇଛନ୍ତି ? ନିର୍ଦ୍ଦେଶନାମାରେ କଣ ଉଲ୍ଲେଖ ଅଛି ? କେନ୍ଦ୍ର ରାଜ୍ୟକୁ କଣ ପରାମର୍ଶ ଦେଇଛି ? ଯଦି ମନ୍ତ୍ରୀଙ୍କ କଥା ଅନୁସାରେ ଏପ୍ରିଲରୁ ରାଜ୍ୟରେ BS-4 ଗାଡି ସଂପୂର୍ଣ୍ଣ ବନ୍ଦହେବ ବା ରାସ୍ତାରେ ଗଡିବ ନାହିଁ ତେବେ ହଜାର ହଜାର ଲୋକଙ୍କ ପୁରୁଣା ଗାଡି ସବୁ କଣହେବ । ଲୋକେ ଏହାକୁ ଗ୍ରହଣ କରିବେ ତ ? ସେଥିପାଇଁ ପରିବହନ ବିଭାଗ କିଛି ପଦକ୍ଷେପ ନେଇଛି କି ? ତେବେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଏପ୍ରିଲରୁ BS-4 ଗାଡି ଆଉ ବିକ୍ରି କିମ୍ବା ପଞ୍ଜିକରଣ ନକରିବା ପାଇଁ ।

ପରିବହନ ମନ୍ତ୍ରୀ ନିର୍ଦ୍ଦେଶନାମାକୁ ସଠିକ ଭାବେ ବୁଝିଛନ୍ତି କି ନାହିଁ ତାହାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 14, 2020, 11:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.