ଭୁବନେଶ୍ବର: ଏଣିକି ଦୁର୍ଘଟଣା ଘଟିଲେ ହେବ କ୍ରାସ ଇନଭେଷ୍ଟିଗେସନ। ଅର୍ଥାତ ପୋଲିସ ଓ ପରିବହନ ଖୋଜିବ ଦୁର୍ଘଟଣାର କାରଣ। ପୋଷ୍ଟମର୍ଟମ ପରି ବିଭିନ୍ନ ଦିଗକୁ ନେଇ ହେବ ତଦନ୍ତ। ତଦନ୍ତରୁ ରୋଡ ଇଞ୍ଜିନିୟରିଂରେ ତ୍ରୁଟି ଜଣାପଡିଲେ ଏଥର ରାସ୍ତାର କାମ କରିଥିବା କଣ୍ଟ୍ରାକ୍ଟର ଓ ଇଞ୍ଜିନିୟରି ସହ ପ୍ରୋଜେକ୍ଟ କରିଥିବା କମ୍ପାନୀ ବିରୋଧରେ ହେବ ମାମଲା।
ଆପିସିର ଧାରା ୧୯୮ ବି ରେ ମାମଲା ରୁଜୁ କରିବ ପୋଲିସ । ଏହା ଦ୍ବାରା ରୋଡ ଇଞ୍ଜିନିୟରିଂରେ ଅବହେଳା କରୁଥିବା କଣ୍ଟ୍ରାକ୍ଟର ଓ ଇଞ୍ଜିନିୟର ସଚେତନ ହେବେ । ଏବେ ଆଇନର ଏକ ଭୟ ରହିବ। ଏନେଇ କ୍ରାସ ଇନଭେଷ୍ଟିଗେସନ ଅର୍ଥାତ ଦୁର୍ଘଟଣା ପରେ ଦୁର୍ଘଟଣାର କାରଣ ଜାଣିବା ଓ ତଦନ୍ତ କରିବା ପାଇ ତାଲିମ ଶିବିର ଆରମ୍ଭ କରିଛି ରାଜ୍ୟ ପରିବହନ ବିଭାଗ ।
ଯେଉଁଥିରେ ସବୁଥାନାର ଜଣେ ଲେଖାଏ ଅଫିସର ଓ ପରିବହନ ବିଭାଗର କର୍ମଚାରୀ ଏନେଇ ରାଜ୍ୟର ୩ଟି ଜୋନରେ ଭୁବନେଶ୍ୱର,ବ୍ରହ୍ମପୁର ଓ ରାଉରକେଲାରେ ନେବେ ଟ୍ରେନିଂ। ପ୍ରଥମ ପର୍ଯାୟରେ ଭୁବନେଶ୍ୱରରେ ୧୦ଜିଲ୍ଲାର ପାଖାପାଖି ୫୦ରୁ ଅଧିକ ପୋଲିସ କର୍ମଚାରି ଓ ୨୦ ଜଣ ପରିବହନ କର୍ମଚାରୀ ତାଲିମ ନେଇଛନ୍ତି।
ଏନେଇ କ୍ରାସ ଇନଭେଷ୍ଟିଗେସନ ତାଲିମ ଦେବା ପାଇଁ ମୁସ୍କାନ ନାମକ ଏକ ସଂସ୍ଥା ଯେକି ରୋଡ ସେଫଟି ଓ ଇଞ୍ଜିନିୟରିଂ ପାଇଁ କାମ କରୁଛି ସେମାନଙ୍କ କର୍ମଚାରୀ ତାଲିମ ଦେଇଛନ୍ତି । ଯାହାର ଉଦାଘଟନ କରିଥିଲେ ପରିବହନ ମନ୍ତ୍ରୀ । ଏଥିରେ ପୋଲିସ ଡିଜି ସହ ପରିବହନ ବିଭାଗ ଅଧିକାରୀ ଏବେ ରୋଡ ସେଫଟି ଏକ୍ସପର୍ଟ ପ୍ରମୁଖ ଉପସ୍ଥିତ ରହି ଏସବୁ ଦିଗରେ ତାଲିମ କିପରି ନେବେ ସେ ନେଇ ଧ୍ୟାନ ଦେଇଛନ୍ତି। ଯେଉଁଥିରେ ସେମାନେ ବିଶେଷତ ୫ଟି ଦିଗକୁ ଧ୍ୟାନ ଦେଉଛନ୍ତି। ଅର୍ଥାତ ଦୁର୍ଘଟଣା ପରେ ୫ଦିଗରେ ତଦନ୍ତ କରାଯିବ।
୧.ଦୁର୍ଘଟଣା ଘଟିଥିବା ସ୍ଥାନର ସ୍ଥିତି କିପରି ଥିଲା।ସେଠିକାର ପାଣିପାଗ କିପରି ରହିଥିଲା। ବର୍ଷା ବା ଅତ୍ୟଧିକ ସାମ୍ନା ପଟୁ ସୁର୍ଯକିରଣ ବା ପବନର ବେଗ ସେପରି କିଛି ରହିଥିଲା କି ଯାହା ଦୁର୍ଘଟଣା ପାଇଁ କାଳ ହୋଇପାରେ ସେ ଦିଗରେ ତଦନ୍ତ କରିବେ।
୨.ଦୁର୍ଘଟଣା ଘଟିଥିବା ସ୍ଥାନର ରୋଡ ଡିଜାଇନିଂ। ସେଠାରେ ରାସ୍ତାର ନିର୍ମାଣ ବା ଅଙ୍କାବଙ୍କା ସ୍ଥାନ ବା ଉଚାନିଚା ସ୍ଥାନ ରହିଛି କି ? ଯାହାଫଳରେ ରାସ୍ତା ନିର୍ମାଣ ତ୍ରୃଟି ଯୋଗୁଁ ଦୁର୍ଘଟଣା କାରଣ ହେଉଛି କି ସେ ନେଇ ଯାଞ୍ଚ କରିବେ।
୩.ଦୁର୍ଘଟଣା ଘଟାଇଥିବା ଡ୍ରାଇଭର । ତାର ଅଭିଜ୍ଞତା ଓ କାଗଜପତ୍ର ସଠିକ ରହିଥିଲା କି ନାହିଁ ସେ ଦିଗକୁ ଯାଞ୍ଚ କରିବେ। ତାଙ୍କର ସ୍ବାସ୍ଥ୍ୟବସ୍ଥା ଏବେର ଫିଜିକାଲ ଫିଟିନେସରେ ତୃଟି ରହିଛି କି ? । ସଠିକ ଭାବେ ଦୃଷ୍ଟିଶକ୍ତି ସହ ସଠିକ ଭାବେ ଲାଇସେନ୍ସ ପ୍ରାପ୍ତ ହୋଇଛନ୍ତି କି ନାହିଁ ସେ ଦିଗରେ ଯାଞ୍ଚ କରିବେ।
୪.ଦୁର୍ଘଟଣା ଘଟିଥିବା ଗାଡିଟିର ସ୍ଥିତି। ଗାଡିର ଫିଜିକାଲ ଫିଟନେସ ଠିକ ଥିଲା କି ନାହିଁ । ଗାଡିର ସ୍ପିଡ ଲିମିଟ ଓ ଗାଡିର ଇଜିଂନରେ କିଛି ଫଲ୍ଟ ରହିଥିଲା କି ନାହିଁ ? ଏତତ ବ୍ୟତିତ ଗାଡିଟି ସଠିକ ଆରଟିଓ ପଞ୍ଚିକରଣ ରହିଛି କି ନାହିଁ।
୫.ଦୁର୍ଘଟଣା ସ୍ଥଳରେ ସଠିକ ସାଇନ ବୋର୍ଡ ଲଗାଯାଇଛି କି ନାହିଁ । ଦୁର୍ଘଟଣା ଅଞ୍ଚଳ ଭାବେ ପରିବହନ ବିଭାଗ ବା ପରିବହନ ବିଭାଗ ତରଫରୁ ସଠିକ ଭାବେ ସୂଚନା ଫଳକ ଲଗାଯାଇଛି କି ନାହିଁ । ସ୍ଥାନୀୟ ଲୋକ ବା ୟାତାୟତ କରୁଥିବା ଲୋକ ସଠିକ ଭାବେ ସେଠାରେ ନିୟମ ମାନୁଛନ୍ତି କି ନାହିଁ । ସ୍ଥାନୀୟ ପୋଲିସ ଓ ପରିବହନ ବିଭାଗ ସେଠାରେ ଏନଫୋର୍ସମେଣ୍ଟ କରୁଛନ୍ତି କି ନାହିଁ । ଏହିଭଳି ଭାବେ ବିଭିନ୍ନ ଦିଗକୁ ନେଇ ଯାଞ୍ଚ କରିବେ ।
ଡ୍ରାଇଭରର ତ୍ରୃଟି ଥିଲେ ୩୦୨ ବା ୩୦୪ ଆଦି ଦଫାରେ ମାମଲା ହୋଇପାରିବ। ଗାଡିର ଫଲ୍ଟ ଥିଲେ କମ୍ପାନୀ କର୍ତ୍ତୃପକ୍ଷ ବିରୋଧରେ ରିପୋର୍ଟ ତଲବ କରାଯିବ । ତତସହିତ ରୋଡ ଇଞ୍ଜିନିୟରିଂ ତ୍ରୃଟି ଥିଲେ ୧୯୮ ବି ରେ ମାମଲା ରୁଜୁ ହୋଇପାରିବ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ