ETV Bharat / city

ମେଡିକାଲ କଲେଜ ବଦଳରେ ସୁପର ସ୍ପେସିଆଲିଟି କାହିଁକି ? ଧର୍ମେନ୍ଦ୍ରଙ୍କୁ ଚିଠି ଲେଖିଲେ ଖଣିମନ୍ତ୍ରୀ - union minister Dharmendra pradhan

ରାଉରକେଲା ଆଇଜିଏଚକୁ ମେଡିକାଲ କଲେଜ କାହିଁକି କରାଗଲା ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଲେ ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଅଧିକ ପଢନ୍ତୁ...

state steel and mines minister Prafulla mallick letter to union minister Dharmendra pradhan
ମେଡିକାଲ କଲେଜ ବଦଳରେ ସୁପରସ୍ପେସିଆଲିଟି କାହିଁକି,ଧର୍ମେନ୍ଦ୍ରଙ୍କୁ ଚିଠି ଲେଖିଲେ ଖଣିମନ୍ତ୍ରୀ
author img

By

Published : Mar 16, 2021, 7:00 PM IST

ଭୁବନେଶ୍ବର: ରାଉରକେଲାର ଆଇଜିଏଚକୁ ସୁପର ସ୍ପେସିଆଲିଟି ହସପିଟାଲରେ ପରିଣତକୁ ନେଇ ତେଜିଲା ରାଜନୀତି । ଏନେଇ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି ।

ମେଡିକାଲ କଲେଜ ବଦଳରେ ସୁପରସ୍ପେସିଆଲିଟି କାହିଁକି,ଧର୍ମେନ୍ଦ୍ରଙ୍କୁ ଚିଠି ଲେଖିଲେ ଖଣିମନ୍ତ୍ରୀ

ଷ୍ଟିଲସିଟି ରାଉରକେଲାରେ ଆସନ୍ତା 21 ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ 200 ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଟି ହସପିଟାଲର ଉଦଘାଟନ କରିବେ । ରାଉରକେଲାରେ ଥିବା ଆଇଜିଏଚକୁ ସୁପର ସ୍ପେସିଆଲିଟି ହସପିଟାଲରେ ପରିଣତ କରାଯାଇଛି । ଏହା ପୂର୍ବରୁ କିନ୍ତୁ ଶାସକ ଦଳ ରାଜନୀତି ଆରମ୍ଭ କରିଛି । ଏନେଇ କେନ୍ଦ୍ର ଖଣି ଇସ୍ପାତ ମନ୍ତ୍ରୀ ତଥା ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ପୂର୍ବରୁ 2015 ମସିହାରେ ତତକାଳିନ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ରାଉକେଲାରେ ଏକ ମେଡିକାଲ କଲେଜ ନେଇ ସୁନ୍ଦରଗଡ ସାଂସଦଙ୍କୁ ଆଶ୍ବାସନା ଦେଇଥିଲେ। ବର୍ତ୍ତମାନ କିନ୍ତୁ ମେଡିକାଲ କଲେଜ ବଦଳରେ କାହିଁକି ସୁପର ସ୍ପେସିଆଲିଟି ହସପିଟାଲ କରାଯାଉଛି ବୋଲି ବିଜେଡି ପ୍ରଶ୍ନ ଉଠାଇଛି ।

state steel and mines minister Prafulla mallick letter to union minister Dharmendra pradhan
ମେଡିକାଲ କଲେଜ ବଦଳରେ ସୁପରସ୍ପେସିଆଲିଟି କାହିଁକି,ଧର୍ମେନ୍ଦ୍ରଙ୍କୁ ଚିଠି ଲେଖିଲେ ଖଣିମନ୍ତ୍ରୀ

ସୁନ୍ଦରଗଡ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବାବେଳେ ଏହା ଖଣିଜ ସମ୍ପଦରେ ଭରପୁର ରହିଛି । ସାରା ଦେଶରେ ବିଭିନ୍ନ ଅଞ୍ଚଳକୁ ଖଣିଜ ସମ୍ପଦ ଯୋଗାଇବା ସହ ଲୋକଙ୍କୁ ନିଯୁକ୍ତି ଦେଇଛି । ଏଭଳି ସ୍ଥିତିରେ ରାଉରକେଲାରେ ମେଡିକାଲ କଲେଜର ଆବଶ୍ୟକତା ରହିଥିବାବେଳେ କାହିଁକି କରାଗଲା ନାହିଁ ବୋଲି ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପ୍ରଶ୍ନ କରିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.