ETV Bharat / city

ଗୃହରେ କୋଭିଡ ସେଣ୍ଟରରେ ମହିଳାଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ ଉଠାଇଲା କଂଗ୍ରେସ

author img

By

Published : Sep 30, 2020, 11:39 AM IST

ବିଧାନସଭାରେ ମୌସୁମୀ ଅଧିବେଶନର ଆଜି ଦ୍ବିତୀୟ କାର୍ଯ୍ୟକାଳ ଆରମ୍ଭ ହୋଇଯାଇଛି । ବଲାଙ୍ଗୀରର କୋଭିଡ ସେଣ୍ଟରରେ ମହିଳାଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ । ଅଧିକ ପଢନ୍ତୁ...

ବିଧାନସଭାରେ କୋଭିଡ ସେଣ୍ଟରରେ ମହିଳାଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ ଉଠାଇଲା କଂଗ୍ରେସ

ଭୁବନେଶ୍ବର: ବିଧାନସଭା ମୌସୁମୀ ଅଧିବେଶନର ଆଜି ଦ୍ବିତୀୟ । ବଲାଙ୍ଗୀର କୋଭିଡ ସେଣ୍ଟରରେ ମହିଳାଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ ଉଠାଇଲା କଂଗ୍ରେସ । କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏହି ପ୍ରସଙ୍ଗକୁ ନେଇ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ଘଟଣାର ତଦନ୍ତ କରାନଯାଇ ସମ୍ପୃକ୍ତ ଡାକ୍ତରଙ୍କୁ ବଦଳି କରି ଦିଆଗଲା । ତେଣୁ ଏହି ଘଟଣାର ସେ ସଠିକ ତଦନ୍ତ କରିବାକୁ ଦାବି ରଖିଛନ୍ତି ।

ଏହା ସହ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ବ୍ୟାପକ ଦୁର୍ନୀତି , କୋରୋନା ସ୍ଥିତି ବିଗିଡିବା, ଡ୍ରଗ୍ସ ମାଫିଆ ସକ୍ରିୟ, ବେକାରୀ ଓ ଦାଦନ ସମସ୍ୟା ଉଠାଇ ସରକାରଙ୍କ ଉପରେ ବର୍ଷିଛନ୍ତି ନରସିଂହ ମିଶ୍ର । ସେପଟେ ପ୍ରଶ୍ନକାଳ ବାତିଲ ପ୍ରସଙ୍ଗରେ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ବାଚସ୍ପତି ଗୃହର ଚେୟାର ବସି ପ୍ରଶ୍ନକାଳ ବାତିଲ କରାଯିବା ନେଇ ଘୋଷଣା କରିବା କଥା । କିନ୍ତୁ ଏହାକୁ ସେ ଘରେ କହି ବିଧି କ୍ଷୂର୍ଣ୍ଣ କରୁଛନ୍ତି ବୋଲି ବିରୋଧୀ ଦଳ ନେତା କହିଛନ୍ତି ।

ସୂଚନାଯୋଗ୍ୟ, ମଙ୍ଗଳବାର ଠାରୁ ରାଜ୍ୟର 16 ତମ ବିଧାନସଭା ଅନୁଷ୍ଠିତ ହୋଇଯାଇଛି । କୋରୋନା କଟକଣାରେ ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା ସହ ଅଧିବେଶନ ବସିଛି । ଚଳିତ ଅଧିବେଶନରେ ସରକାର 9 ଅଧ୍ୟାଦେଶ ଓ 16ଟି ବିଲ ପାରିତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସେପଟେ ପ୍ରଥମ ଦିନର ଅଧିବେଶନରେ ବିଶ୍ବବିଦ୍ୟାଳୟ ବିଲକୁ ଉଭୟ ବିରୋଧୀ ଜୋରଦାର ବିରୋଧ କରିଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.