ETV Bharat / city

ଚାଷୀ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ତେଜୁଛି ରାଜ୍ୟ ରାଜନୀତି - ଧାନମଣ୍ଡି ଅବବ୍ୟସ୍ଥା ପ୍ରସଙ୍ଗ

ବଢୁଛି ଚାଷୀଙ୍କ ସମସ୍ୟା, ବାହାରୁନି ସମାଧାନର ରାସ୍ତା। ଜାତୀୟ ସ୍ତରରେ କୃଷକ ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ରାଜ୍ୟରେ ମଧ୍ୟ କୃଷକଙ୍କ ଆନ୍ଦୋଳନ ଜୋର ଧରିବାରେ ଲାଗିଲାଣି । ଅଧିକ ପଢନ୍ତୁ....

ଚାଷୀ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ତେଜୁଛି ରାଜ୍ୟ ରାଜନୀତି

author img

By

Published : Jan 24, 2021, 7:27 PM IST

ଭୁବନେଶ୍ବର: ବଢୁଛି ଚାଷୀଙ୍କ ସମସ୍ୟା, ବାହାରୁନି ସମାଧାନର ରାସ୍ତା। ଜାତୀୟ ସ୍ତରରେ କୃଷକ ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ରାଜ୍ୟରେ ମଧ୍ୟ କୃଷକଙ୍କ ଆନ୍ଦୋଳନ ଜୋର ଧରିବାରେ ଲାଗିଲାଣି। କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକମାନେ ଆନ୍ଦୋଳନ କରୁଛନ୍ତି। ବିଭିନ୍ନ କୃଷକ ସଙ୍ଗଠନ ଗୁଡିକ ସମେତ କଂଗ୍ରେସ ଓ ବାମପନ୍ଥୀ ଦଳଗୁଡିକ ସାମିଲ ହୋଇ ଆନ୍ଦୋଳନର ଆଗାମୀ ରୂପରେଖ ପ୍ରସ୍ତୁତ କରିଛନ୍ତି । 25 ତାରିଖରେ କୃଷକ ସଙ୍ଗଠନ ଗୁଡିକ ମଶାଲ ଶୋଭାଯାତ୍ରା କରିବା ସହ ସାଧାରଣତନ୍ତ୍ର ଦିବସରେ ସମାନ୍ତରାଳ ପରେଡ଼ ପାଇଁ ପ୍ରସ୍ତୁତି ଜୋର କରିଛନ୍ତି।

ଚାଷୀ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ତେଜୁଛି ରାଜ୍ୟ ରାଜନୀତି

ସେପଟେ ଓଡ଼ିଶାରେ ମଣ୍ଡି ସମସ୍ୟାକୁ ନେଇ ଆରଡିସି ଆଲୋଚନା ବିଫଳ ହେବା ପରେ ସରକାରଙ୍କୁ 72 ଘଣ୍ଟାର ମହଲତ ଦେଇଥିବା ବିଜେପି ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ଯୋଜନା କରୁଛି। ଅନ୍ୟପଟେ ଉଭୟ ବିଜେପି ଓ ବିଜେଡି ସରକାରରେ ଥାଇ କୃଷକଙ୍କ ସମସ୍ୟାର ସମାଧାନ ନ କରି ଡ୍ରାମା କରୁଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । କୃଷକ ଜୀବନ ସହ ଖେଳ ଖେଳାଯାଉଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ।

ଅନ୍ୟପକ୍ଷରେ ବିଜେଡି କିନ୍ତୁ କୃଷକଙ୍କ ପାଇଁ ନିଜ ଦରଦ ବଖାଣିଛି, ରାଜ୍ୟର ବିଜେଡି ସରକାର ସବୁବେଳେ ଚାଷୀଙ୍କ ସହ ରହିଥିବା ଦୃଢୋକ୍ତି ଦେଖାଇଛି ବିଜେଡି। ଏପରିକି ଚାଷୀ ଦିଲ୍ଲୀରେ ଶୀତ କାକରରେ ବସିଥିବାବେଳେ ତାଙ୍କ ସମସ୍ୟା ସମାଧାନ ନକରି ଏଠି ଓଡ଼ିଶାରେ ଆନ୍ଦୋଳନ କରିବାର ମାନେ କଣ ବୋଲି ମଧ୍ୟ ପ୍ରଶ୍ନ କରିଛି ବିଜେଡି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.