ETV Bharat / city

ଆସନ୍ତା 28ରେ ରାଜ୍ୟସ୍ତରୀୟ ପେନସନ ଓ ଭବିଷ୍ୟନିଧି ଅଦାଲତ - ଖୋଲିବ ଭବିଷ୍ୟନିଧି ଅଦାଲତ

ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଓ ରାଜ୍ୟ କର୍ମଚାରୀଙ୍କ ସମସ୍ୟାର ହେବ ସମାଧାନ । ପେନ୍‌ସନ୍‌ ଓ ଭବିଷ୍ୟନିଧି ସମ୍ପର୍କିତ ଅଭିଯୋଗ ଶୁଣାଣି ଆସନ୍ତା 28 ତାରିଖରେ ହେବ । ଅଧିକ ପଢ଼ନ୍ତୁ

ଆସନ୍ତା 28ରେ ରାଜ୍ୟସ୍ତରୀୟ ପେନସନ ଓ ଭବିଷ୍ୟନିଧି ଅଦାଲତ

author img

By

Published : Jul 26, 2022, 7:32 AM IST

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଓ ରାଜ୍ୟ କର୍ମଚାରୀଙ୍କ ସମସ୍ୟାର ହେବ ସମାଧାନ । ପେନ୍‌ସନ୍‌ ଓ ଭବିଷ୍ୟନିଧି ସମ୍ପର୍କିତ ଅଭିଯୋଗ ଶୁଣାଣି ଆସନ୍ତା 28 ତାରିଖରେ ହେବ । ଏ.ଜି କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ ଏହି ଅଭିଯୋଗ ଶୁଣାଣୀ । ପେନସନ୍‌ ଓ ଭବିଷ୍ୟନିଧି ସମ୍ପର୍କିତ ବହୁ ଅଭିଯୋଗ ପ୍ରଧାନ ମହାଲେଖାକାରଙ୍କ(Accountant General) ଦୃଷ୍ଟିକୁ ଆସୁଛି । ଏହାର ସମାଧାନ ପାଇଁ ପ୍ରଧାନ ମହାଲେଖାକାର(Principal Accountant General) ନିର୍ଦ୍ଦେଶ ଦେଇଛନ୍ତି ।

ଏକ ସ୍ୱତନ୍ତ୍ର ଅଭିଯୋଗ ସମାଧାନ ପ୍ରକୋଷ୍ଠ 28 ତାରିଖରେ ଖୋଲାଯିବ । ଏହି ପ୍ରକୋଷ୍ଠରେ ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରା, ବରିଷ୍ଠ ଉପ-ମହାଲେଖାକାର (ପେନସନ ଓ ଭବିଷ୍ୟନିଧି) ଶ୍ରୀରାଜ ଅଶୋକ ଓ ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହିବେ । ଯେଉଁ ଅବସରପ୍ରାପ୍ତ କର୍ମଚାରୀ ଅବସରକାଳୀନ ପ୍ରାପ୍ୟ ଠିକ ସମୟରେ ପାଇନାହାନ୍ତି, ସେମାନଙ୍କର ଅଭିଯୋଗକୁ ବିଚାରକୁ ନିଆଯିବ । ତୁରନ୍ତ ସେମାନେ ଯେପରି ଅବସରକାଳୀନ ପ୍ରାପ୍ୟ ପାଇପାରିବେ ତାର ବ୍ୟବସ୍ଥା କରାଯିବ । ଏହି ପ୍ରକୋଷ୍ଠ କାର୍ଯ୍ୟାଳୟର ପ୍ରଥମ ମହଲାରେ ଥିବା ସଭାଗୃହରେ ଦିନ 11ଟା ରୁ ଆରମ୍ଭ ହେବ ଅଭିଯୋଗ ଶୁଣାଣୀ ।

ଯେଉଁ ଅବସରପ୍ରାପ୍ତ କର୍ମଚାରୀ ସେମାନଙ୍କ ଅବସରକାଳୀନ ପ୍ରାପ୍ୟ ପାଇ ପାରିନାହାନ୍ତି ଉକ୍ତ ଦିନ ସେମାନେ ପେନ୍‌ସନ୍‌ ଓ ଭବିଷ୍ୟନିଧି ସମ୍ପର୍କିତ କାଗଜପତ୍ର ସହ ଏହି ଅଭିଯୋଗ ଶୁଣାଣି ଅଦାଲତରେ ଆବେଦନ କରିପାରିବେ । ଏ ସମ୍ପର୍କରେ ଅଧିକ ବିବରଣୀ ପାଇଁ ସହକାରୀ ଲେଖାଅଧିକାରୀ କଲ୍ୟାଣ କୁମାର ପଣ୍ଡାଙ୍କ ମୋବାଇଲ ନମ୍ବର 8763333494ରେ ଯୋଗାଯୋଗ କରିବାକୁ ଏ. ଜି କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.