ETV Bharat / city

ବିଜେଡିର ସଦସ୍ୟ ସଂଗ୍ରହ ପ୍ରକ୍ରିୟାରେ 7 ନେତାଙ୍କୁ ଜିଲ୍ଲା ଦାୟିତ୍ବ - 7 ସଦସ୍ୟଙ୍କୁ ଜିଲ୍ଲା ଦାୟିତ୍ବ

ବିଜେଡିର ସଦସ୍ୟ ସଂଗ୍ରହ ପ୍ରକ୍ରିୟାକୁ ଅଧିକ ଶୃଙ୍ଖଳିତ କରିବାକୁ କମିଟିର 7 ଜଣ ସଦସ୍ୟଙ୍କୁ ଭିନ୍ନ ଭିନ୍ନ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ସେମାନେ ଜିଲ୍ଲା ପର୍ଯ୍ୟବେକ୍ଷକ, ଜିଲ୍ଲା ସଭାପତି, ସାଂସଦ, ବିଧାୟକ ଓ ନିର୍ବାଚନମଣ୍ଡଳୀ ନେତାଙ୍କ ସହ ଆଲୋଚନା କରି ସଦସ୍ୟ ସଂଗ୍ରହ ଲକ୍ଷ୍ୟ ପୂରଣ କରିବେ ।

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍, ଭୁବନେଶ୍ବର
author img

By

Published : Sep 8, 2019, 8:57 AM IST

ଭୁବନେଶ୍ବର: ସେପ୍ଟେମ୍ବର 2 ତାରିଖରୁ ଆରମ୍ଭ ହୋଇଥିଲା ବିଜେଡିର ସଦସ୍ୟ ସଂଗ୍ରହ ପ୍ରକ୍ରିୟା । ଏହାକୁ ଅଧିକ ଶୃଙ୍ଖଳିତ କରିବାକୁ ଦଳର 7 ଜଣ ସଦସ୍ୟଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ବ ଦିଆଯାଇଛି । କମିଟିର ସମସ୍ତ 7 ସଦସ୍ୟଙ୍କୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଶନିବାର ଜିଲ୍ଲା ଦାୟିତ୍ବ ନ୍ୟସ୍ତ କରିଛନ୍ତି । ଏମାନେ ସମସ୍ତେ ଜିଲ୍ଲା ପର୍ଯ୍ୟବେକ୍ଷକ, ଜିଲ୍ଲା ସଭାପତି, ସାଂସଦ, ବିଧାୟକ ଓ ନିର୍ବାଚନମଣ୍ଡଳୀ ନେତାଙ୍କ ସହ ଆଲୋଚନା କରି ସଦସ୍ୟ ସଂଗ୍ରହର ଲକ୍ଷ୍ୟ ପୂରଣ କରିବେ ।

State membership drive committee
ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍, ଭୁବନେଶ୍ବର

ବିଜେଡି ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ କମିଟିର ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବରଗଡ, ସମ୍ବଲପୁର, ଝାରସୁଗୁଡା, ଦେବଗଡ, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲା ଦାୟିତ୍ବ ଦିଆଯାଇଛି । ସେହିପରି ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ରଙ୍କୁ ଢେଙ୍କାନାଳ, ଅନୁଗୁଳ ଓ କଟକ, ପ୍ରତାପ କେଶରୀ ଦେବଙ୍କୁ ନୂଆପଡ଼ା, କଳାହାଣ୍ଡି, ବୌଦ୍ଧ ଓ କନ୍ଧମାଳ ଦାୟିତ୍ବ ନ୍ୟସ୍ତ ହୋଇଛି ।

ପ୍ରମିଳା ମଲ୍ଲିକଙ୍କୁ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର, ସଞ୍ଜୟ କୁମାର ଦାସବର୍ମାଙ୍କୁ ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ଗଜପତି, ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼, ପ୍ରଣବ ପ୍ରକାଶ ଦାସଙ୍କୁ ଖଣିଜ ସମୃଦ୍ଧ ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର ଓ ସୁନ୍ଦରଗଡ଼ର ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମକୁ ତଦାରଖ କରିବାକୁ ଦାୟିତ୍ବ ମିଳିଛି ।

ସୂଚନାନୁସାରେ ବିଜେଡିର ଏହି ସଦସ୍ୟ ସଂଗ୍ରହ ପ୍ରକ୍ରିୟା ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ହେବ । ଆସନ୍ତା ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ ।

ଭୁବନେଶ୍ବରରୁ ଅଜିତ୍ ଦାସ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.