ଭୁବନେଶ୍ବର : ରାଜଧାନୀରେ ରାଜ୍ୟସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଓଡ଼ିଶା ଷ୍ଟେଟ ପୋଲିସ ବ୍ରାସ୍ ବ୍ୟାଣ୍ଡର ଧୂନରେ ଓଡ଼ିଶା କଳା ସଂସ୍କୃତି ଓ ପ୍ରଥାର ଗାରିମା ଗାନ ସହ ବନ୍ଦେ ଉତ୍କଳ ଜନନୀ ଗାନରେ ପ୍ରକମ୍ପିତ ହୋଇଥିଲା ପରିବେଶ। ଆଉ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତର ଧୂନ ମନ ଓ ପ୍ରାଣକୁ ଝଙ୍କୃତ କରିଥିଲା । ଯାହା ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଥିଲା l ଏହି ଅବସରରେ ଗୋଟିଏ ସମୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ବନ୍ଦେ ଉତ୍କଳ ଗାନ କରାଯାଇଥିଲା ।
ଯାହା ଉତ୍କଳୀୟ ପରମ୍ପରା ଓ ସଂସ୍କୃତି ତଥା ଉତ୍କଳ ଗୌରବକୁ ଉଜ୍ଜୀବିତ କରିବା ପାଇଁ ନିଆରା ପ୍ରୟାସ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଵତନ୍ତ୍ର ଓଡ଼ିଶାର ମାନ୍ୟତା ପାଇଁ ଅଣ୍ଟା ଭିଡିଥିବା ଉତ୍କଳ ପୁରୁଷଙ୍କୁ ମନେ ପକେଇଥିଲେ । ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ , ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଭଳି ବହୁ ଓଡ଼ିଆଙ୍କ ଅବଦାନ ବାଖାନିଥିଲେ ।
14 ବର୍ଷ ପରେ ଓଡ଼ିଶା 100 ବର୍ଷ ପୂରଣ କରିବାକୁ ଯାଉ ଥିବା ବେଳେ ଓଡ଼ିଶାକୁ ପ୍ରଗତୀର ଆଧାରରେ ଆଗକୁ ନେବା ପାଇଁ ସ୍ୱତନ୍ତ୍ର ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସନ୍ଧ୍ୟାରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବା ସହ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ମଧ୍ୟ ଆଜିର ଦିବସ ପାଇଁ ଉଥାପନ କରାଯାଇଥିଲା । ଏହି ଅବସରରେ ବାଚସ୍ପତି ସୂର୍ଯୟନାରାୟଣ ପାତ୍ର, ମନ୍ତ୍ରୀ ରଘୁନନ୍ଦନ ଦାସ, ମନ୍ତ୍ରୀ ଅଶୋକ ପଣ୍ଡା , ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ପ୍ରମୁଖ ଶାସନ ସଚିବ ବିଷ୍ଣପଦ ସେଠୀ ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହାସହ 10ଜଣ କୋଭିଡ ଯୋଦ୍ଧାଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ