ETV Bharat / city

ରାଜ୍ୟସ୍ତରୀୟ କିଷାନ ଚିନ୍ତନ ଶିବିର ଆୟୋଜିତ, ଚାଷ ମାରଣ ନୀତି ଉପରେ ଆଲୋଚନା

author img

By

Published : Aug 20, 2022, 1:34 PM IST

ରାଜ୍ୟସ୍ତରୀୟ କିଷାନ ଚିନ୍ତନ ଶିବିର ବୈଠକ ଅନୁଷ୍ଠିତ । ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ପଞ୍ଜାବ ବିଧାୟକ ଶୁଖପାଲ ସିଂ ଖେରା । ଅଧିକ ପଢନ୍ତୁ

ରାଜ୍ୟ ସ୍ତରୀୟ କୃଷକ ଚିନ୍ତନ ଶିବିର ବୈଠକ
ରାଜ୍ୟ ସ୍ତରୀୟ କୃଷକ ଚିନ୍ତନ ଶିବିର ବୈଠକ

ଭୁବନେଶ୍ବର: ରାଜ୍ୟସ୍ତରୀୟ କିଷାନ ଚିନ୍ତନ ଶିବିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ AICC ସର୍ବଭାରତୀୟ କିଷାନ କଂଗ୍ରେସ ଅଧକ୍ଷ୍ୟ ତଥା ପଞ୍ଜାବ ବିଧାୟକ ଶୁଖପାଲ ସିଂ ଖେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷକଙ୍କ ବର୍ତ୍ତମାନର ସ୍ଥିତି ସମ୍ବନ୍ଧରେ ଆଲୋଚନା କରିଥିଲେ ।

ରାଜ୍ୟ ସ୍ତରୀୟ କୃଷକ ଚିନ୍ତନ ଶିବିର ବୈଠକ

ଦେଶରେ କୃଷକ ଖରାପ ଅବସ୍ଥାରେ ଥିବା ବେଳେ ତାଙ୍କ ପ୍ରତି ଗୁରୁତ୍ବ ଦିଆଯାଉନାହିଁ । ଏହି ସମୟରେ ସରକାର ସହର ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି । ୬୦-୭୦ ପ୍ରତିଶତ ଲୋକ ଗାଁ ଓ ଚାଷ ଉପରେ ନିର୍ଭର କରୁ ଥିବାବେଳେ ସରକାର କୃଷକ ମାନଙ୍କୁ ଅଣଦେଖା କରୁଛନ୍ତି । ଯାହାକୁ କଂଗ୍ରେସ କେବେ ନିନ୍ଦା କରି ଆସୁଛି । ସେଥିପାଇଁ କୃଷକ ଚିନ୍ତନ ଶିବିର ବୈଠକ ଦେଶରେ ସମସ୍ତ ରାଜ୍ୟରେ କରାଯାଇ କୃଷକଙ୍କୁ ସହଯୋଗ କରିବ ବୋଲି କଂଗ୍ରେସ କହିଛି ।

କୃଷକ ମାନଙ୍କର ବିକାଶ କିଭଳି ହେବ ଓ ରାଜ୍ୟରେ ବଢୁଥିବା କୃଷକ ଆତ୍ମହତ୍ୟା କେମିତି କମିବ ସେ ନେଇ ବୈଠକରେ ଆଲୋଚନା କରାଯାଇଥିଲା । ଏହି ସମୟରେ ରାଜ୍ୟ ସରକାରଙ୍କୁ କୃଷକଙ୍କ ପ୍ରତି ଧ୍ୟାନ ଦେବା ସହ ସେମାନଙ୍କ ବିକାଶ ପାଇଁ ସ୍ବତନ୍ତ୍ର ଯୋଜନା ପାଇଁ ଦାବି କରିଛନ୍ତି ଶୁଖପାଲ ସିଂ । ରାଜ୍ୟ ପିସିସି ସଭାପତି ଶରତ ପଟ୍ଟନାୟକ ସମେତ ବିଧାୟକ ଏବଂ ବରିଷ୍ଠ ନେତା ଯୋଗ ଦେଇଥିଲେ । ଅନ୍ୟପଟେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ କଡା ସମାଲୋଚନା କରିଥିଲେ ପିସିସି ସଭାପତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.