ଭୁବନେଶ୍ବର: କଳିଙ୍ଗ ହସ୍ପିଟାଲରେ ସ୍ଵାସ୍ଥ୍ୟ ବିଭାଗର ଧରପଗଡ଼ । ଔଷଧର ଯାଞ୍ଚ କରୁଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର ଟିମ । ରାଜ୍ୟ ନିରୀକ୍ଷଣ ଓ ମନିଟରିଙ୍ଗ ଟିମ (State Inspection and monotoring team squad under PC & PNDT ACT) ଚଢ଼ାଉ କରିଛନ୍ତି।
ପୂର୍ବରୁ କଳିଙ୍ଗ ହସ୍ପିଟାଲରୁ ନିମ୍ନମାନର ଔଷଧ ସନ୍ଦେହରେ ୬ପ୍ରକାରର ଔଷଧ ଜବତ ହୋଇଥିଲା । ଭୁବନେଶ୍ବର ଡ୍ରଗ୍ସକଣ୍ଟ୍ରୋଲ ଇନ୍ସପେକ୍ଟର ୧ ଓ ୨ ସମେତ ଡ୍ରଗ୍ସକଣ୍ଟ୍ରୋଲ ଦପ୍ତରର ବରିଷ୍ଠ ଅଧିକାରୀମାନେ ଆଜି ଅଚାନକ ଡାକ୍ତରଖାନା ଉପରେ ଚଢାଉ କରିଥିଲେ ।
ଚଢାଉ ସମୟରେ ଡାକ୍ତରଖାନାର ଔଷଧ ଗୋଦାମ ସମେତ ବିକ୍ରୟକେନ୍ଦ୍ରର ଖାନତଲାସୀ ହୋଇଥିଲା । ଏହି ସମୟରେ ୬ଟି ଔଷଧର ମାନକୁ ସନ୍ଦେହ କରି ତାହାକୁ ଜବତ କରାଯିବା ସହିତ ପରୀକ୍ଷାପାଇଁ ପଠାଇ ଦିଆଯାଇଛି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ