ETV Bharat / city

ରାଜ୍ୟରେ ସଜ୍ଞା ହରାଉଛି ଶିଳ୍ପ ! - ଏନଟିପିସି

ରାଜ୍ୟରେ ଶିଳ୍ପାୟନର ଗତି ମନ୍ଥର । ନା ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ପାରୁଛି ନିଯୁକ୍ତି ନା ବଢୁଛି କମ୍ପାନୀର କ୍ଷମତା ।

ଫଟୋ ସୌଜନ୍ୟ; ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 15, 2019, 12:04 AM IST

ଭୁବନେଶ୍ବର: ଓଡିଶାରେ ଶିଳ୍ପାୟନକୁ ନେଇ ଅନେକ ସମୟରେ ଅନେକ ବିତର୍କ ହୋଇଛି । ସ୍ବାଧୀନତା ପରଠୁ ଆଜି ପର୍ଯ୍ୟନ୍ତ ବାସ୍ତବରେ ଶିଳ୍ପାୟନକୁ ନେଇ ଅନେକ ପ୍ରଚାର ପ୍ରସାର ହେଉଛି । ମାତ୍ର ବାସ୍ତବତା କଣ ? ଆମେ ପାଇଛେ କଣ ଆଉ ହରାଇଛେ କଣ ? ଶିଳ୍ପୟାନର ଗତି କୁଆଡେ ଯାଉଛି । ଆମ ଶିକ୍ଷିତ ଯୁବକ ଯୁବତୀ କେତେ ନିଯୁକ୍ତି ପାଇଛନ୍ତି ଆଉ କେତେ ଆତ୍ମନିର୍ଭରଶୀଳ ହୋଇଛନ୍ତି ?

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସ୍ବାଧୀନତାର 73 ବର୍ଷ ପରେ ବି କେଉଁଠି ଏବେବି ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ଯୁବପୀଢି । ପର୍ଯ୍ୟାପ୍ତ ସୁଯୋଗ ରହିଛି ହେଲେ କାର୍ଯ୍ୟକାରୀ ହେଉ ନଥିବା ଯୋଗୁଁ ଓଡିଶାରେ ଶିଳ୍ପାୟନ କେବଳ ପ୍ରହସନରେ ପରିଣତ ହୋଇଛି ।

ଏବେ ଅନେକ ମେଗା ଶିଳ୍ପର ଉଦାହରଣ ଦେଇ ସରକାର ବାଃ ବାଃ ନେଉଛନ୍ତି ସତ ହେଲେ ସେହି ଶିଳ୍ପ ସହିତ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କୁ ଯୋଡି ରୋଜଗାର ସୃଷ୍ଟି କରିବାରେ ସରକାର ବିଫଳ ହୋଇଛନ୍ତି । ଶିଳ୍ପ ମନ୍ତ୍ରୀ କହିଛନ୍ତି ମେକ ଇନ ଓଡିଶା ଯୋଜନା ମାଧ୍ୟମରେ ରାଜ୍ୟକୁ 4ଲକ୍ଷ କୋଟି ପୁଞ୍ଜି ଆସିବ ବୋଲି କହିଛନ୍ତି ।

ତେବେ ସରକାରଙ୍କ ଏହି ଯୁକ୍ତିକି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ନାପସନ୍ଦ କରିଛନ୍ତି । ସେ କହିଛନ୍ତି ଆମର ଆବଶ୍ୟକତା ଯାହା ଆମେ ସେ ଉପରେ ଧ୍ୟାନ ଦେଉନାହିଁ । ଏହାସହ ବଡ ଶିଳ୍ପ ଆଶାରେ ଛୋଟଛୋଟ ଶିଳ୍ପକୁ ମାରିଦେଉଛୁ ବୋଲି କହିଛନ୍ତି ।

ଶିଳ୍ପ ବିଶେଷଜ୍ଞ ମତ ହେଲା ରାଜ୍ୟରେ ଯେଉଁ ଶିଳ୍ପ ସଂସ୍ଥା ଅଛନ୍ତି ସେମାନଙ୍କର ପୁଞ୍ଜି କମ ପରିମାଣର । ଯାହା ଦ୍ବାରା ସେମାନେ ଆଶା ଅନୁଯାୟୀ ଉତ୍ପାଦନ କି ରପ୍ତାନୀ କରିପାରୁ ନାହାନ୍ତି । ସେମାନଙ୍କୁ ସରକାର ସାହାଯ୍ୟ ଯୋଗାଇଦେବାର ଆବଶ୍ୟକତା ଅଛି । ଏହାସହ ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟର ଗୋଟିଏ ବି ଶିଳ୍ପ ସଂସ୍ଥା ଜାତୀୟ କି ଅନ୍ତର୍ଜାତୀୟ ସ୍ତରରେ ଆସୁ ନାହାନ୍ତି । ଏହାକୁ ସରକାରଙ୍କୁ ଦେଖିବାକୁ ପଡିବ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଓଡ଼ିଶାରେ ଶିଳ୍ପାୟନ କୁ ନେଇ ଅନେର୍କ ସମୟରେ ଅନେକ ବିତର୍କ ହୋଇଛି। ସ୍ୱାଧୀନତା ପରଠୁ ଆଜି ପର୍ଯ୍ୟନ୍ତ ବାସ୍ତବରେ ଶିଳ୍ପାୟନକୁ ନେଇ ଅନେକ ପ୍ରଚାର ପ୍ରସାର ହେଉଛି। ହେଲେ ବାସ୍ତବତା କଣ ? ଆମେ ପାଇଛେ କଣ ଆଉ ହରାଇଛେ କଣ ? ଶିଳ୍ପୟନର ଗତି କୁଆଡେ ଯାଉଛି। ଆମ ଶିକ୍ଷିତ ଯୁବକ କେତେ ନିଯୁକ୍ତି ପାଇଛନ୍ତି ଆଉ କେତେ ଆତ୍ମନିର୍ଭରଶୀଳ ହୋଇଛନ୍ତି। ସ୍ୱାଧୀନତା ର 73 ବର୍ଷ ପରେ ବି କ୍ରୁଣ୍ଠି ନ କେଉଁଠି ଏବେ ବି ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି ଯୁବପିଢ଼ି। ପର୍ଯ୍ୟାପ୍ତ ସୁଯୋଗ ରହିଛି ହେଲେ କାର୍ଯ୍ୟକାରୀ ହେଉ ନଥିବା ଯୋଗୁଁ ଓଡ଼ିଶାରେ ଶିଳ୍ପାୟନ କେବଳ ପ୍ରହସନରେ ପରିଣତ ହୋଇଛି।

Body:ଓଡ଼ିଶାରେ ଶିଳ୍ପାୟନ କହିଲେ କିଛି ମେଗା ଶିଳ୍ପ କୁ ବୁଝାଏ। ସେଲ, ପାରାଦୀପ ବନ୍ଦର, ନାଲକୋ, ଏନଟିପିସି, ଏମ୍ସିଏଲ, ବିର୍ଲା, ବେଦାନ୍ତ, ଜିନ୍ଦଲ ଭଳି କିଛି ବଡ ଶିଳ୍ପ ସଂସ୍ଥାଙ୍କ ଉପସ୍ଥିତ ହିଁ ରାଜ୍ୟ ସରକାରଙ୍କ ଶିଳ୍ପାୟନ ନାରାକୁ ବଞ୍ଚାଇ ରଖିଛନ୍ତି। ଅତୀତରେ ମଧ୍ୟ ଏଭଳି ସ୍ଲୋଗାନ ଦିଆଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକ ଙ୍କ ହଜାରେ ଦିନରେ ହଜାରେ ଶିଳ୍ପ ହେଉ କି ବିଜୁ ପଟ୍ଟନାୟକଙ୍କ ଶିଳ୍ପ ସମୃଦ୍ଧ ନାରା ହେଉ ଅନେକ ସଫଳ ବି ହୋଇଛି। ହେଲେ ସ୍ଵାଧୀନତା ପରଠୁ ସେଭଳି ଆଖିଦୃଶିଆ ପ୍ରଗତି ଦେଖିବାକୁ ମିଳିନି। ବରଂ ଓଡିଶା ଅନେକ ହରାଇଛି। ବାରଙ୍ଗ କାଚ କାରଖାନା ହେଉ କି ଚୌଦ୍ଵାର ଟେକ୍ସଟାଇଲ ମିଲ ହେଉ, କଳିଙ୍ଗ ଆଇରନ ଶିଳ୍ପ ହେଉ କି କୋଣାର୍କ ଟିଭି ଏସବୁ ଦିନେ ଓଡ଼ିଶାର ପରିଚୟ ଥିଲା। ଅନେକ ଚିନି କଳ, ସୁତ କଳ, ଲୁଗା କଳ ବନ୍ଦ ହୋଇ ପଡିଛି। ଆସ୍ତେ ଆସ୍ତେ ଏସବୁ ବାଣ୍ଡ ହୋଇଯିବ ଯୋଗୁଁ ଆମେ ଏବେ ପଡୋଶୀ ରାଜ୍ୟ ଉପରେ ସମ୍ପୂର୍ଣ ନିର୍ଭଶୀଳ। ଏବେ ଅନର୍କ ମେଗା ଶିଳ୍ପର ଉଦାହରଣ ଦେଇ ସରକାର ବାହା ବାହା ନେଉଛନ୍ତି ସତ ହେଲେ ସେହିଁ ଶିଳ୍ପ ସହିତ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କୁ ଯୋଡି ରୋଜଗାର ସୃଷ୍ଟି କରିବାରେ ସରକାର ବିଫଳ ହୋଇପଡିଛି। ଅନେକ msme ୟୁନିଟ ଏବେ ବନ୍ଦ ହୋଇ ଯାଉଛି। ପ୍ରତିଦିନ ଏଭଳି ତଥ୍ୟ ଆସୁଛି। ମେକ ଇନ ଓଡିଶା କଂକ୍ଲେଭ କରାଯାଇଛି, ହେଲେ ସେହି ପୁରୁଣା ଶିଳ୍ପ ସଂସ୍ଥାଙ୍କ ସମ୍ପ୍ରସାରଣ ତା କାହାର ନୂଆ ୟୁନିଟକୁ ହିସାବ କୁ ନିଆଯାଉଛି। କେତେ ନୂଆ ଶିଳ୍ପ ଆସିଲା କି କେତେ ନୂଆ ସେକ୍ଟର ଆସିଲା ତାର ହିସାବ ହେଉ ନାହିଁ।
ବାଇଟ: ଦିବ୍ୟଶଙ୍କର ମିଶ୍ର, ଶିଳ୍ପ ମନ୍ତ୍ରୀ
ବାଇଟ: ପଞ୍ଚାନନ କାନୁନଗୋ, ପୂର୍ବତନ ଅର୍ଥମନ୍ତ୍ରୀ
ବାଇଟ: ଭାବନି ଶଙ୍କର ପାଣି, ଶିଳ୍ପ ବେଶେଷଜ୍ଞ

Conclusion:ଓଡ଼ିଶାର ଲୁଣ କେଜି ପ୍ରତି 2 ଟଙ୍କା ଦରରେ ଅନ୍ୟ ଦେଶକୁ ଯାଉଛି ଅଥଚ ଏଠି କେଜି ପ୍ରତି 20 ତାଙ୍କ ଦେଇ ଲୁଣ କିଣୁଛନ୍ତି ଲୋକେ। ସରକାରୀ ଯୋଜନାରେ ଲକ୍ଷ ଲକ୍ଷ ସାଇକେଲ ବଣ୍ଟାଯାଉଛି ଅଥଚ ବାଣ୍ଡ ହୋଇଯାଇଥିବା ସାଇକେଲ କାରଖାନାର ପୁନରୁଦ୍ଧାର ନକରି ବାହାରୁ କିଣାଯାଉଛି। ଯଦିଓ ବିକାଶ ପାଇଁ ମେଗା ଶିଳ୍ପର ଆବଶ୍ୟକତା ରହିଛି ହେଲେ ତାହା ଏବେ ଯାଏ ଓଡିଶାକୁ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ କରି ପାଟି ନାହିଁ। କାହିଁକି ନା ଏପର୍ଯ୍ୟନ୍ତ ସାଧାରଣ ଲୋକେ ତାହା ଅନୁଭବ କଟିପରି ନାହାନ୍ତି। ତେଣୁ ଏବେ ଓଡ଼ିଶାର ସର୍ବଫାହିକ ଲୋକ ତାଙ୍କର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିପତି ଓଡିଶା ଭିତରେ ପାଇପାରିବେ ତା ଉପରେ ଗୁରୁତ୍ୱ ଦେବା ସହିତ ତୋଜଗାର ସୃଷ୍ଟି କୁ ପ୍ରାଧାନ୍ୟ ଦିଆଯିବ ଦରକାର।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.