ETV Bharat / city

ବିରୋଧୀ ଦଳ ନେତାଙ୍କୁ AIIMSରେ ଯାଇ ଭେଟିଲେ ଶକ୍ତିମନ୍ତ୍ରୀ-ସ୍ୱାସ୍ଥ୍ୟମନ୍ତ୍ରୀ

author img

By

Published : Sep 9, 2021, 9:50 PM IST

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କୁ ଏମ୍ସ ଯାଇ ଭେଟିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ । ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଲେ । ଅଧିକ ପଢନ୍ତୁ...

ବିରୋଧୀ ଦଳ ନେତାଙ୍କୁ AIIMS ଯାଇ ଭେଟିଲେ ଶକ୍ତିମନ୍ତ୍ରୀ-ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: ଏମ୍ସରେ ଚିକିତ୍ସାଧୀନ ଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକଙ୍କୁ ଭେଟିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ଓ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ସେଠାରେ ଉଭୟ ମନ୍ତ୍ରୀ ପ୍ରାୟ ଅଧଘଣ୍ଟା ରହି ବିରୋଧୀ ଦଳ ନେତାଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ।

ପ୍ରାୟ ଛଅ ମାସ ତଳେ କୋଭିଡ୍‌ ଆକ୍ରାନ୍ତ ହୋଇ ବିରୋଧୀ ଦଳ ନେତା ଏମ୍ସରେ ଚିକିତ୍ସାଧୀନ ଅଛନ୍ତି । ମଝିରେ ତାଙ୍କ ସ୍ବାସ୍ଥ୍ୟ ଅତି ଗୁରୁତର ହେବା ଯୋଗୁଁ ବହୁ ଦିନ ଯାଏଁ ଭେଣ୍ଟିଲେଟରରେ ରଖାଯାଇଥିଲା । ଏବେ ସେ ଭେଣ୍ଟିଲେଟରରୁ ବାହାରି ଥିଲେ ହେଁ ସ୍ବାସ୍ଥ୍ୟ ଅତ୍ୟନ୍ତ ଦୁର୍ବଳ ରହିଛି । ତେଣୁ ସମ୍ପୂର୍ଣ୍ଣ ସୁସ୍ଥ ନ ହେବା ଯାଏଁ ସେ ବିଶେଷଜ୍ଞ ଡାକ୍ତରଙ୍କ ତତ୍ତ୍ବାବଧାନରେ ରହିବେ ବୋଲି ଜଣାପଡ଼ିଛି ।

ସ୍ବାସ୍ଥ୍ୟମନ୍ତ୍ରୀ ବିରୋଧୀ ଦଳ ନେତାଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରସ୍ତୁତ ଥିବା ଜଣାଇଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ବିରୋଧୀ ଦଳ ନେତାଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝୁଛନ୍ତି ବୋଲି କହିଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିରୋଧୀ ଦଳ ନେତାଙ୍କୁ ନୂଆଖାଇର ଅଭିନନ୍ଦନ ଆଗୁଆ ଜଣାଇଛନ୍ତି । ଏହାସହିତ ସମଗ୍ର କଳାହାଣ୍ଡିବାସୀ ବିରୋଧୀ ଦଳ ନେତାଙ୍କ ଆଶୁ ଆରୋଗ୍ୟ କାମନା କରୁଥିବା କହିଛନ୍ତି । ନିଜ ସ୍ବାସ୍ଥ୍ୟ ପ୍ରତି ଗୁରୁତ୍ବ ଦେବା ସହ ସମ୍ପୂର୍ଣ୍ଣ ସୁସ୍ଥ ନ ହେବା ଯାଏଁ ନିଜକୁ ବାହ୍ୟ ବାତାବରଣରୁ ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି । କଳାହାଣ୍ଡି ଜିଲ୍ଲାବାସୀଙ୍କ ଶୁଭେଚ୍ଛା ତାଙ୍କ ସହିତ ରହିଛି ବୋଲି ଜଣାଇ ଶିଳ୍ପମନ୍ତ୍ରୀ ବିରୋଧୀ ଦଳ ନେତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.