ETV Bharat / city

ସର୍ଭେଲାନ୍ସ ଓ ଟ୍ରିଟ୍‌ମେଣ୍ଟ ଚାଲିଛି, କିନ୍ତୁ କିଛି ସ୍ଥାନରେ କମୁନି ସଂକ୍ରମଣ

author img

By

Published : Jul 9, 2021, 9:37 PM IST

ରାଜ୍ୟରେ କୋରୋନା ସଂକ୍ରମଣ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା । କିଛି ସ୍ଥାନରେ ଏପର୍ଯ୍ୟନ୍ତ ସଂକ୍ରମଣ କମିନାହିଁ, ତେଣୁ ସେଠାରେ ସର୍ଭେଲାନ୍ସ ଓ ଟେଷ୍ଟିଂ ବଢ଼ାଇବୁ। ଅଧିକ ପଢନ୍ତୁ...

state health director, Bijay Mohapatra, covid situation in odisha, କିଛି ସ୍ଥାନରେ କମୁନି ସଂକ୍ରମଣ , ଭୁବନେଶ୍ବର କୋରୋନା, bhubaneswar covid, ସ୍ବାସ୍ଥ୍ୟ ନିର୍ଦ୍ଦେଶକ, କମ୍ୟୁନିଟି ଭାଇରସ
ସର୍ଭେଲାନ୍ସ ଓ ଟ୍ରିଟ୍‌ମେଣ୍ଟ ଚାଲିଛି, କିନ୍ତୁ କିଛି ସ୍ଥାନରେ କମୁନି ସଂକ୍ରମଣ

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା । ସର୍ଭେଲାନ୍ସ ଓ ଟ୍ରିଟ୍‌ମେଣ୍ଟ ଚାଲିଛି, କିନ୍ତୁ କମ୍ୟୁନିଟିରେ ଭାଇରସ ରହିଛି । କିଛି ସ୍ଥାନରେ ଏପର୍ଯ୍ୟନ୍ତ କମିନାହିଁ, ତେଣୁ ସେଠାରେ ସର୍ଭେଲାନ୍ସ ଓ ଟେଷ୍ଟିଂ ବଢ଼ାଇବୁ। ଧୀରେ ଧୀରେ କମୁଛି କୋରୋନା, ଆତଙ୍କିତ ହେବାର ନାହିଁ ବୋଲି କହିଛନ୍ତି ବିଜୟ ମହାପାତ୍ର।

ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟରେ କିଛି ସ୍ଥାନରେ ସଂକ୍ରମଣ ଧୀରେ ଧୀରେ କମୁଛି । ବେଳେ ବେଳେ ସଂକ୍ରମଣ ଖସି ଆସି ପ୍ଲାଟୋ ଷ୍ଟେଜରେ ରହୁଛି । ବର୍ତ୍ତମାନ ହସ୍ପିଟାଲରେ ମଧ୍ୟ ସଂକ୍ରମଣ ମାମଲା କମ୍‌ ରହିଛି । କିନ୍ତୁ ଚିନ୍ତା ବଢ଼ାଉଛି ଭୁବନେଶ୍ବରରୁ ମୟୂରଭଞ୍ଜ । ଏହି ସ୍ଥାନରେ କମୁନି ସଂକ୍ରମଣ । ଲୋକ ଟେଷ୍ଟ କରିବାକୁ ଆସୁଛନ୍ତି ଓ ପଜିଟିଭ ଚିହ୍ନଟ ହେଉଛନ୍ତି ।

ରାଜ୍ୟରେ ଅନ୍ୟ ଜିଲ୍ଲା ଗୁଡିକରେ ସଂକ୍ରମଣ ବଢ଼ୁନି ଓ ରୋଗୀ ଗୁରୁତର ହେଉ ନାହାନ୍ତି ଏହା ଆଶ୍ବସ୍ତିକର ଖବର । ଉପକୂଳ 5 ଜିଲ୍ଲାରେ ଟ୍ରେସିଂ, ଟେଷ୍ଟିଙ୍ଗ, ଟ୍ରିଟମେଣ୍ଟକୁ ଗୁରୁତ୍ବ ଦିଆଯାଉଛି । ସଂକ୍ରମଣ କମୁନଥିବା ସ୍ଥାନରେ ସର୍ଭିଲେନ୍ସ ବଢ଼ାଯିବ। ଟେଷ୍ଟିଙ୍ଗ ମଧ୍ୟ ବଢ଼ାଯିବ । କେନ୍ଦ୍ରୀୟ ଟିମ ବିଭିନ୍ନ ସ୍ଥାନ ବୁଲୁଛନ୍ତି । ଆମେ ଯେଉଁ କାମ କରୁଛୁ ତାହାକୁ ତଦାରଖ କରୁଛନ୍ତି । ତୃତୀୟ ଲହର ପାଇଁ ଯେତିକି ମେଡିକାଲ ଅଛି ଯଥେଷ୍ଟ । ଆବଶ୍ୟକ ପଡି଼ଲେ ନୂଆ ମେଡି଼କାଲ ହେବ । କମ୍ୟୁନିଟି ସଂକ୍ରମଣ ରହୁଛି। ଏହା ଧୀରେ ଧୀରେ କମୁଛି। ଆତଙ୍କିତ ହେବାର ନାହିଁ ବୋଲି ମହାପାତ୍ର ସ୍ପଷ୍ଟ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.