ETV Bharat / city

ଟୀକା ଆବଣ୍ଟନରେ ସଂଶୋଧନ ପାଇଁ ଚିଠି - ଟୀକା ଆବଣ୍ଟନରେ ସଂଶୋଧନ

ରାଜ୍ୟରେ ଘରୋଇ ହସ୍ପିଟାଲ କମ ଥିବାରୁ ଟୀକା ଆବଣ୍ଟନରେ ସଂଶୋଧନ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢ଼ନ୍ତୁ...

tate health department, letter to union health secretary, vaccination drive, ଟୀକା ଆବଣ୍ଟନରେ ସଂଶୋଧନ, କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି
ଟୀକା ଆବଣ୍ଟନରେ ସଂଶୋଧନ ପାଇଁ ଚିଠି
author img

By

Published : Jun 14, 2021, 10:27 PM IST

ଭୁବନେଶ୍ବର: ଘରୋଇ ଟୀକାକରଣକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛି ସ୍ବାସ୍ଥ୍ୟ ବିଭାଗ । ଟିକାବଣ୍ଟନକୁ ନେଇ ସଂଶୋଧନ କରିବା ପାଇଁ ଚିଠିରେ ଉଲ୍ଲେଖ ।

ଘରୋଇ ଉତ୍ପାଦକମାନଙ୍କ ଠାରୁ ସିଧାସଳଖ ଟୀକା ଘରୋଇ ଡାକ୍ତରଖାନା କ୍ରୟ କରାଯାଇପାରିବେ । ଆଜି ପର୍ଯ୍ୟନ୍ତ ଓଡି଼ଶାରେ କେବଳ ଚାରିଟି ଘରୋଇ ଡାକ୍ତରଖାନା ସିଧାସଳଖ ଟିକା କ୍ରୟ କରିବାରେ ସକ୍ଷମ ହୋଇଛନ୍ତି । ଓଡି଼ଶାରେ ଘରୋଇ ଡାକ୍ତରଖାନାର ଉପସ୍ଥିତି ବହୁତ କମ ଥିବା ବେଳେ ମୋଟ ସ୍ବାସ୍ଥ୍ୟ ସେବା କ୍ଷେତ୍ରର ମାତ୍ର 5% ମଧ୍ୟରେ ସୀମିତ ଅଟେ ।

ଓଡି଼ଶାରେ ବେସରକାରୀ ସ୍ବାସ୍ଥ୍ୟ ସେବା କ୍ଷେତ୍ରର କମ୍ ଉପସ୍ଥିତିକୁ ଦୃଷ୍ଟିରେ ରଖି ଏହା ଅନୁରୋଧ କରାଯାଇଛି ଯେ ଓଡ଼ିଶା ରାଜ୍ୟ ପାଇଁ ସରକାରୀ ବେସରକାରୀ ଟିକା ଆବଣ୍ଟନ ଅନୁପାତ 75:25 ରହିଛି । ଓଡ଼ିଶାରେ ଅଧିକ ଘରୋଇ ହସ୍ପିଟାଲ ନଥିବାରୁ ଟୀକା ଆବଣ୍ଟନରେ ସଂଶୋଧନ କରାଯାଉ । ଏଥରେ ସଂଶୋଧନ କରାଯାଇ 95.5 ଅନୁପାତ କରିବାକୁ ଅନୁରୋଧ କରାଯାଇଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.