ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରରେ ଓଡ଼ିଶା ରାଜ୍ୟ ଅତିଥି ଭବନର ନୂତନ ବିଲଡିଂ ଉଦଘାଟନ କରିଛନ୍ତି । ଏହା ସହ ଆଇଟିସି ଗ୍ରୁପ୍ ଦ୍ୱାରା ଡୁମଡୁମାରେ ନିର୍ମିତ ୱେଲକମ୍ ହୋଟେଲ୍ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଷ୍ଟେଟ ଗେଷ୍ଟହାଉସର ଆନେକ୍ସ ବିଲଡିଂ 27 କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଯାହାକି 5488 ସ୍କୋୟାର ମିଟର ସ୍ଥାନରେ ନିର୍ମିତ ହୋଇଛି । ଆନେକ୍ସ ବିଲ୍ଡିଂଟି G + 5 ବିଶିଷ୍ଟ । ରାଜ୍ୟ ଅତିଥିମାନଙ୍କୁ ଆରାମ ଏବଂ ସୁବିଧା ଯୋଗାଇବା ପାଇଁ ଏହି ବିଲ୍ଡିଂ ନିର୍ମାଣ ହୋଇଛି । ଅତ୍ୟାଧୁନିକ ଡିଜାଇନରେ ନିର୍ମାଣ ହୋଇଛି ଏହି ଅତିଥି ଭବନ । ଏଥିରେ 15 ଟି ଭିଆଇପି ସୁଟ୍ ଏବଂ 41 ଡିଲକ୍ସ ରୁମ୍ ରହିଛି । ଓଡ଼ିଶାର କଳା ଏବଂ ସଂସ୍କୃତିର ସୌନ୍ଦର୍ଯ୍ୟକୁ ଏଥିରେ ଚିତ୍ରଣ କରାଯାଇଛି । ଏହା ସହ ଆଇଟିସି ଗ୍ରୁପ୍ ଦ୍ୱାରା ଡୁମଡୁମାରେ ନିର୍ମିତ ୱେଲକମ୍ ହୋଟେଲ୍ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ