ETV Bharat / city

ଜ୍ଞାନୀ, ଗୁଣି ଓ ବୁଦ୍ଧିଜୀବୀଙ୍କୁ ମତଦାନରୁ ଦୂରେଇ ରଖୁଛନ୍ତି ସରକାର: BJP

author img

By

Published : Mar 25, 2022, 9:18 PM IST

ସହରାଞ୍ଚଳରେ ଭୋଟିଂ ପ୍ରତିଶତ କମ ରହୁଛି । ଗତ ପୌର ନିର୍ବାଚନ ତୁଳନାରେ ଚଳିତ ଥର ମତଦାନ ପ୍ରତିଶତ ଆହୁରି କମିଛି । କ୍ରମାଗତ ଭାବେ କମିବାରେ ଲାଗିଛି । ଅଧିକ ପଢ଼ନ୍ତୁ

ଜ୍ଞାନୀ, ଗୁଣି ଓ ବୁଦ୍ଧିଜୀବୀଙ୍କୁ ମତଦାନରୁ ଦୁରେଇ ରଖୁଛନ୍ତି ସରକାର: ବିଜେପି

ଭୁବନେଶ୍ବର: ସହରାଞ୍ଚଳରେ ଭୋଟିଂ ପ୍ରତିଶତ କମ ରହୁଛି । ଗତ ପୌର ନିର୍ବାଚନ ତୁଳନାରେ ଚଳିତ ଥର ମତଦାନ ପ୍ରତିଶତ ଆହୁରି କମିଛି । କ୍ରମାଗତ ଭାବେ କମିବାରେ ଲାଗିଛି । ଏ ନେଇ ରାଜ୍ୟ ନିର୍ବାଚନ ଆୟୋଗ, ରାଜ୍ୟ ସରକାର ଓ ପୋଲିସ ପ୍ରଶାସନକୁ ଟାର୍ଗେଟ କରିଛି ବିଜେପି ।

ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି ଯେ, "ଯାହା ବି ହେଉ ଆମେ କ୍ଷମତାରେ ରହୁ, ଏଭଳି ନିଷ୍ପତ୍ତି ରାଜ୍ୟ ସରକାର ନେଲା ଭଳି ମନେ ହେଉଛି । ଯେତେ ଯାହା ହେଉ ପଛେ ଆମେ ନିର୍ବାଚନ ଜିତିବୁ । ଲୋକଙ୍କ ଉପରେ ଆକ୍ରମଣ ହେଉ, ଲୋକ ମରନ୍ତୁ । ଲୋକଙ୍କୁ ହଣା ଯାଉ, ଲୋକଙ୍କୁ ଗୁଳି ମରାଯାଉ । ଲୋକଙ୍କ ଉପରେ ମିଛ ଅଭିଯୋଗ ହେଉ । ତାହାପରେ ବି ନିର୍ବାଚନ ଜିତିବାକୁ ବାଧ୍ୟ । ଏଭଳି କିଛି ଭାବି ନେଇଛି ଶାସକ ଦଳ ।"

ବିରୋଧୀଙ୍କୁ ନାମାଙ୍କନ ଦାଖଲ କରିବାକୁ ଦିଆଯାଉନାହିଁ । ନାମାଙ୍କନ କଲେ ବାଧ୍ୟ କରି ନାମାଙ୍କନ ପ୍ରତ୍ୟାହାର କରାଇ ଦିଆଯାଉଛି । ବିନା ନିର୍ବାଚନରେ ଓ ବିରୋଧୀରେ ବି ବିଜେଡି ହିଁ ନିର୍ବାଚନ ଜିତିବ ବୋଲି ମାନସିକତା ରଖିଛି । ଫଳରେ ବିଭିନ୍ନ ସହରାଞ୍ଚଳରେ ଭୋଟିଂ ପ୍ରତିଶତ କମ ରହିଛି । ବିଶେଷ କରି ଭୁବନେଶ୍ୱର ଓ ବ୍ରହ୍ମପୁରରେ ଭୋଟିଂ କମ୍‌ ରହିଛି । ଏହାର ଦୁଇଟି କାରଣ ରହିଛି । ପ୍ରଥମ କାରଣ ହେଲା ଭୋଟର ଲିଷ୍ଟ ଏଜେଣ୍ଡା ମୋଡ଼ରେ ଡିଜାଇନ ହୋଇଛି । ବିଜୁ ଜନତା ଦଳ କିଭଳି ଲାଭ ପାଇବ ସେନେଇ ବ୍ୟବସ୍ଥା ହୋଇଛି ।

ଜ୍ଞାନୀ, ଗୁଣି ଓ ବୁଦ୍ଧିଜୀବୀ ଲୋକଙ୍କୁ ଭୋଟିଂରୁ ଦୁରେଇ ରଖିବାକୁ ପ୍ରୟାସ କରାଯାଇଛି । ଏହି ବର୍ଗର ଲୋକ ରାଜ୍ୟ ସରକାରଙ୍କୁ ବିରୋଧ କରନ୍ତି । ବିରୋଧରେ ଭୋଟ ଦିଅନ୍ତି । ସେମାନଙ୍କ ନାଁ ଭୋଟର ଲିଷ୍ଟରେ ନାହିଁ । ଏଭଳି ଆପାର୍ଟମେଂଟ ଅଛି, ଯେଉଁଠି କାହାର ନାଁ ଭୋଟର ଲିଷ୍ଟରେ ନାହିଁ । ଯଦି ନାଁ ଅଛି, ଘରଠୁ ବହୁ ଦୂରରେ ଅଛି । ସେମାନେ ଭୋଟ ଦେଇ ପାରି ନାହାନ୍ତି ବୋଲି ବଜେପି ଅଭିଯୋଗ କରିଛି ।

ଦ୍ୱିତୀୟ ବିଶେଷ କାରଣ ହେଉଛି, ବୁଥ୍‌ ସାମ୍ନାରେ ବିଜୁ ଜନତା ଦଳର ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତି ନିୟୋଜିତ ହୋଇଥିଲେ । ଜୋର ଜବରଦସ୍ତ ମତଦାନ କରାଉଥିଲେ । ଫଳରେ ଲୋକ ଭୟଭୀତ ହୋଇ ମତଦାନ କେନ୍ଦ୍ରରୁ ଫେରି ଆସିଥିଲେ । ତେଣୁ ଭୁବନେଶ୍ୱର ଓ ବ୍ରହ୍ମପୁର ସହରରେ ମତଦାନ ପ୍ରତିଶତ କମ ରହିଛି । ଯେଉଁଦିନ ଭୋଟର ମତଦାନ କରିବାକୁ ଭୟ କରିବ । ତାହାଠାରୁ ଅଧିକ ଯନ୍ତ୍ରଣାଦାୟକ କିଛି ନୁହେଁ । ପୋଲିସ, ସରକାର ଶାସନ ବ୍ୟବସ୍ଥା ଓ ରାଜ୍ୟ ନିର୍ବାଚନ ଆୟୋଗ ଉପରେ ବିଶ୍ଵାସ ତୁଟିବା ଆରମ୍ଭ ହୋଇଛି । ଏଥିପାଇଁ ନିର୍ବାଚନ ଆୟୋଗ, ରାଜ୍ୟ ସରକାର ଓ ପୋଲିସ ବାହିନୀ ସମ୍ପୂର୍ଣ୍ଣ ଭାବରେ ଦାୟୀ ବୋଲି ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.