ETV Bharat / city

ଇ-ଯାନ କିଣିଲେ ରିହାତି ଦେବେ ରାଜ୍ୟ ସରକାର - ଓଡିଶା ଇ ଯାନ

ଇ-ଯାନ କିଣିଲେ ରିହାତି ଦେବେ ରାଜ୍ୟ ସରକାର । ଦୁଇ ଚକିଆ ଇ-ଯାନ କିଣିଲେ ସର୍ବାଧିକ 5 ହଜାର ଟଙ୍କା ଯାଏଁ ରିହାତି ପାଇବେ ଗ୍ରାହକ । ଅଧିକ ପଢନ୍ତୁ...

2025 ସୁଦ୍ଧା ମୋଟ 20% ଇ- ଯାନ ବ୍ୟବହାର ଲକ୍ଷ୍ୟ

author img

By

Published : Aug 28, 2021, 4:59 PM IST

Updated : Aug 28, 2021, 5:31 PM IST

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ ଇ-ଯାନ ନୀତି 2021କୁ ଅନୁମୋଦନ ଦେଇଛି । କ୍ୟାବିନେଟ ଅନୁମୋଦନ ପରେ ରାଜ୍ୟରେ 2025 ସୁଦ୍ଧା 20% ବ୍ୟାଟେରୀ ଚାଳିତ ଇଲେକ୍ଟ୍ରିକ ଯାନ ବ୍ୟବହାର ପାଇଁ ଲକ୍ଷ୍ୟ ରଖାଯାଇଛି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏନେଇ ସୂଚନା ଦେଇଛନ୍ତି ।

କ୍ୟାବିନେଟ ଅନୁମୋଦିତ ଓଡ଼ିଶା ଇ-ଭି ନୀତି ଅନୁସାରେ, ଦୁଇ ଚକିଆ ଇ-ଯାନ କିଣିଲେ ସର୍ବାଧିକ 5 ହଜାର ଟଙ୍କା ଯାଏଁ ରିହାତି ପାଇବେ ଗ୍ରାହକ । ତିନି ଚକିଆରେ ସର୍ବାଧିକ 10 ହଜାର ଟଙ୍କା, ଚାରି ଚକିଆରେ 50 ହଜାର ଟଙ୍କା ଯାଏଁ ସବସିଡି ପାଇପାରିବେ ଇ-ଯାନ କ୍ରେତା ।

ଏ ସମ୍ପର୍କରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଇ-ଯାନ ନୀତି ପ୍ରଦୂଷଣ ରୋକିବାରେ ସମର୍ଥ ହେବ । ଏଥିରେ ସବୁ ଅଂଶୀଦାରଙ୍କ ଲାଗି ପ୍ରୋତ୍ସାହନ ଦିଆଯାଇଛି । ଇ-ଯାନ ପଞ୍ଜିକରଣ ଫି ଓ ଟିକସରେ ବି ଛାଡ଼ ବ୍ୟବସ୍ଥା ରହିଛି । ଏହାଦ୍ବାରା 2025 ସୁଦ୍ଧା ମୋଟ ଯାନବାହନ ପଞ୍ଜିକରଣର 20% ବ୍ୟାଟେରୀ ଚାଳିତ ଇଲେକ୍ଟ୍ରିକ ଯାନ ପାଇଁ ରଖାଯାଇଥିବା ଲକ୍ଷ୍ୟ ସୁବିଧାରେ ହାସଲ ହୋଇପାରିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Aug 28, 2021, 5:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.