ETV Bharat / city

ବନ୍ୟା ଭାଙ୍ଗିଦେଲା ସରକାରଙ୍କ ଅଣ୍ଟା, 932 କୋଟି 64 ଲକ୍ଷର ହୋଇଛି କ୍ଷୟକ୍ଷତି - odisha

ଚଳିତ ବର୍ଷ ରାଜ୍ୟରେ ବନ୍ୟା ଅର୍ଦ୍ଧାଧିକ ଅଞ୍ଚଳକୁ କ୍ଷତି ପହଞ୍ଚାଇଛି । ମଧ୍ୟମଧରଣର ବନ୍ୟା ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ନିଦ ହଜାଇଦେଇଛି ଚଳିତବର୍ଷର ବନ୍ୟା । ଅଧିକ ପଢନ୍ତୁ...

ବନ୍ୟା ଭାଙ୍ଗିଦେଲା ସରକାରଙ୍କ ଅଣ୍ଟା, 932 କୋଟି 64 ଲକ୍ଷ ଟଙ୍କାର ହୋଇଛି କ୍ଷୟକ୍ଷତି

author img

By

Published : Sep 24, 2020, 3:44 PM IST

Updated : Sep 24, 2020, 6:24 PM IST

ଭୁବନେଶ୍ବର: ଚଳିତ ବର୍ଷ ରାଜ୍ୟରେ ବନ୍ୟା ଅର୍ଦ୍ଧାଧିକ ଅଞ୍ଚଳକୁ କ୍ଷତି ପହଞ୍ଚାଇଛି । କହିବାକୁ ଗଲେ ଏକ ପ୍ରକାର ସରକାରଙ୍କ ଅଣ୍ଟା ଭାଙ୍ଗିଦେଇଛି ବନ୍ୟା ବିତ୍ପାତ । ମଧ୍ୟମ ଧରଣର ବନ୍ୟା ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ନିଦ ହଜାଇଦେଇଛି ଚଳିତ ବର୍ଷର ବନ୍ୟା । ଏହା କହିଛି ଜଳ ସମ୍ପଦ ବିଭାଗ ।

ବିଭାଗର ରିପୋର୍ଟ ମୁତାବକ ଚଳିତ ବନ୍ୟାରେ ରାଜ୍ୟର 38ଟି ନଦୀବନ୍ଧ ଭାଙ୍ଗିଯାଇଛି ଏବଂ ବନ୍ୟା ଦ୍ୱାରା ଧୋଇଯାଇଛି 283 କୋଟି ଟଙ୍କାର ନଦୀବନ୍ଧ । ତେଣୁ ଏହି ରିପୋର୍ଟ ହିଁ ପ୍ରମାଣିତ କରୁଛି ବନ୍ୟାର ଅବସ୍ଥା କି ଭୟଙ୍କର ରହିଥିଲା ।

ବନ୍ୟା ଭାଙ୍ଗିଦେଲା ସରକାରଙ୍କ ଅଣ୍ଟା, 932 କୋଟି 64 ଲକ୍ଷ ଟଙ୍କାର ହୋଇଛି କ୍ଷୟକ୍ଷତି
ବନ୍ୟା ଭାଙ୍ଗିଦେଲା ସରକାରଙ୍କ ଅଣ୍ଟା, 932 କୋଟି 64 ଲକ୍ଷ ଟଙ୍କାର ହୋଇଛି କ୍ଷୟକ୍ଷତି

କେବଳ ସେତିକି ନୁହେଁ ଜଳ ସମ୍ପଦ ବିଭାଗର କ୍ଷୟକ୍ଷତି ସୂଚନା ମୁତାବକ ଯେତିକି ନଦୀବନ୍ଧ ରାଜ୍ୟରେ କ୍ଷୟକ୍ଷତି ହୋଇଛି କିମ୍ବା ଭାସି ଯାଇଛି, ସେଥିପାଇଁ ନଦୀବନ୍ଧ ସୁଦୃଢ କରିବାକୁ ଆବଶ୍ୟକ 932 କୋଟି 64 ଲକ୍ଷ ଟଙ୍କା ।

ଘାଇ ମରାମତି , ସ୍ଥାୟୀ ଓ ଅସ୍ଥାୟୀ ମରାମତି ପାଇଁ ଓ ନଦୀବନ୍ଧ ସୁଦୃଢ଼ୀକରଣ ପାଇଁ ୯୩୨ କୋଟି ଆବଶ୍ୟକ। ୯୩୨ କୋଟିର ଅନୁଦାନ ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଜରିଆରେ ଅନୁରୋଧ କରାଯାଇଥିବା ସୂଚନା ଦେଇଛନ୍ତି ମହାନଦୀ ବେସିନ ମୁଖ୍ୟଯନ୍ତ୍ରୀ ସୁଶାନ୍ତ ରଥ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 24, 2020, 6:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.