ETV Bharat / city

10 ଜଣ ଅଧିକାରୀ ବିଶ୍ଵବିଦ୍ୟାଳୟ ସିଣ୍ଡିକେଟ ଭାବେ ମନୋନୀତ - 13 ବିଶ୍ଵବିଦ୍ୟାଳୟର ସିଣ୍ଡିକେଟ୍‌ ପାଇଁ 10 ଅଧିକାରୀ

13ଟି ବିଶ୍ଵବିଦ୍ୟାଳୟର ସିଣ୍ଡିକେଟ୍‌ ପାଇଁ 10 ଜଣ ସରକାରୀ ଅଧିକାରୀଙ୍କୁ ପ୍ରତିନିଧି ଭାବେ ମନୋନୀତ କରିଛନ୍ତି ରାଜ୍ୟ ସରକାର । ଏହି ଅଧିକାରୀମାନେ ଉଚ୍ଚଶିକ୍ଷା ସଚିବଙ୍କ ପ୍ରତିନିଧି ଭାବେ ସିଣ୍ଡିକେଟ୍‌ ବୈଠକରେ ଉପସ୍ଥିତ ରହିବେ । ଅଧିକ ପଢନ୍ତୁ

10 ଜଣ ଅଧିକାରୀ ବିଶ୍ଵବିଦ୍ୟାଳୟ ସିଣ୍ଡିକେଟ ଭାବେ ମନୋନୀତ

author img

By

Published : Sep 30, 2022, 7:31 PM IST

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା 13ଟି ବିଶ୍ଵବିଦ୍ୟାଳୟର ସିଣ୍ଡିକେଟ୍‌ ପାଇଁ 10 ଜଣ ସରକାରୀ ଅଧିକାରୀଙ୍କୁ ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବେ ମନୋନୀତ କରାଯାଇଛି । ଏହି ଅଧିକାରୀମାନେ ଉଚ୍ଚଶିକ୍ଷା ସଚିବଙ୍କ ପ୍ରତିନିଧି ଭାବେ ସିଣ୍ଡିକେଟ୍‌ ବୈଠକରେ ଉପସ୍ଥିତ ରହିବେ । ଏନେଇ ଉଚ୍ଚଶିକ୍ଷା ବିଭାଗ ରାଜ୍ୟର 13ଟି ବିଶ୍ୱବିଦ୍ୟାଳୟ ମାନଙ୍କର କୁଳପତିଙ୍କୁ ଚିଠି ଲେଖିଛନ୍ତି ।

10 ଜଣ ଅଧିକାରୀ ବିଶ୍ଵବିଦ୍ୟାଳୟ ସିଣ୍ଡିକେଟ ଭାବେ ମନୋନୀତ
10 ଜଣ ଅଧିକାରୀ ବିଶ୍ଵବିଦ୍ୟାଳୟ ସିଣ୍ଡିକେଟ ଭାବେ ମନୋନୀତ

ଏହା ମଧ୍ୟ ପଢନ୍ତୁ: Odisha Cabinet Meeting: 8 ପ୍ରସ୍ତାବକୁ କ୍ୟାବିନେଟ ମାରିଲା ମୋହର

ଉଚ୍ଚଶିକ୍ଷା ବିଭାଗର ସ୍ଵତନ୍ତ୍ର ସଚିବ ପ୍ରଶାନ୍ତ କୁମାର ରଥ ଏମ୍‌ଏସ୍‌ସିବି ଓ ଫକୀର ମୋହନ ବିଶ୍ଵବିଦ୍ୟାଳୟରେ ପ୍ରତିନିଧିତ୍ଵ କରିବେ । ବିଭାଗୀୟ ଅତିରିକ୍ତ ସଚିବ ରମାକାନ୍ତ ନାୟକ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ, ଅତିରିକ୍ତ ସଚିବ ପ୍ରଦୀପ କୁମାର ମିଶ୍ର ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ, ଅତିରିକ୍ତ ସଚିବ ବୀରେନ୍ଦ୍ର କୋରକୋରା ଉତ୍କଳ ଓ ରେଭେନ୍ସା ବିଶ୍ଵବିଦ୍ୟାଳୟ, ଅତିରିକ୍ତ ସଚିବ ନିବେଦିତା‌ ମିଶ୍ର ମଧୁସୂଦନ ଆଇନ ବିଶ୍ଵବିଦ୍ୟାଳୟ, ଅତିରିକ୍ତ ସଚିବ ମନୋରଞ୍ଜନ ନାୟକ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ, ଯୁଗ୍ମ ସଚିବ ପ୍ରତିଭା ସାହୁ ସମ୍ବଲପୁର ଓ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ, ଯୁଗ୍ମ ସଚିବ ସ୍ନିଗ୍ଧା ଚମ୍ପତ୍ତିରାୟ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ, ଧୀରେନ୍ଦ୍ର ନାଥ କର ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟ, ଉପନିର୍ଦ୍ଦେଶକ ରଜତ କୁମାର ମାନସିଂ କଳାହାଣ୍ଡି ବିଶ୍ଵବିଦ୍ୟାଳୟର ସିଣ୍ଡିକେଟ୍‌ ପାଇଁ ମନୋନୀତ ହୋଇଛନ୍ତି ।

ଉଚ୍ଚଶିକ୍ଷା ସଚିବ ଯଦି କୌଣସି ବିଶ୍ଵବିଦ୍ୟାଳୟ ସିଣ୍ଡିକେଟ୍‌ ବୈଠକରେ ଅନୁପସ୍ଥିତ ରୁହନ୍ତି, ତେବେ ତାଙ୍କ ସ୍ଥାନରେ ଉକ୍ତ ଅଧିକାରୀମାନେ ସାମିଲ ହେବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.