ଭୁବନେଶ୍ବର: ଘରୋଇ ହିଂସା ରୋକିବାକୁ ହେଲ୍ପ ଲାଇନ ନମ୍ବର ଜାରି। କୋରୋନା ସମୟରେ ଘରୋଇ ହିଂସା ରୋକିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। କୌଣସି ପରିସ୍ଥିତିରେ ଯଦି ମହିଳାଙ୍କ ଉପରେ ଘରୋଇ ହିଂସା ହୋଇଥିବା କିମ୍ବା ଆଶଙ୍କା ରହିଥିବା ତେବେ ସେମାନେ ହେଲ୍ପ ଲାଇନ ନମ୍ବରକୁ ଫୋନ କରି ସହାଯ୍ୟ ନେଇ ପାରିବେ ।
ରାଜ୍ୟରେ ଲକଡାଉନ ଚାଲିଥିବା ପରିସ୍ଥିତିରେ ରାଜ୍ୟ ସରକାର ମହିଳା ମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ପ୍ରତିରୋଧ କରିବା ପାଇଁ ଏକ ହେଲ୍ପ ଲାଇନ ନମ୍ବର ସହ ହ୍ଵାଟ୍ସଆପ ନମ୍ବର ଜାରି କରିଛନ୍ତି। ହ୍ଵାଟ୍ସଆପ ନମ୍ବର ଟି ହେଲା - 7205006039, ହେଲ୍ପ ଲାଇନ ନମ୍ବର ଟି ହେଲା 181 । ଏପରି ସ୍ଥିତିରେ ଯଦି ମହିଳାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି ତେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
କୋଭିଡ-19 ରେ ଲାକଡାଉନ ସମୟରେ କିଭଳି ନିଜକୁ ପ୍ରସ୍ତୁତି କରିବାକୁ ପଡିବ ସେନେଇ ମନସ୍ତତ୍ତ୍ବବିତ ଅମରିତ ପାଟଯୋଶୀଙ୍କ କହିଥିବା କଥାକୁ ସଭିଙ୍କ ସହ ବାଣ୍ଟିଥିଲେ ବାଗଚି । ସେଗୁଡିକ ହେଲା...
1- ପରିସ୍ଥିତିକୁ ଗ୍ରହଣ କରନ୍ତୁ । ସ୍ବୀକାର କରନ୍ତୁ, ଅସ୍ବୀକାର ଯେତିକି କରିବେ କଷ୍ଟ ସେତିକି ହେବ।
2- ସାହସ ରଖନ୍ତୁ, ଆସ୍ଥା ରଖନ୍ତୁ ପ୍ରଶାସନ ଉପରେ ଭରସା ରଖନ୍ତୁ ।
3- ଭୟ ଏବଂ ଆଶଙ୍କା ଏକ ସାଧାରଣ ପତିକ୍ରିୟା ।
4- ଏକାଠି ରହିଲେ ମନୋମାଳିନ୍ୟ ହୋଇଥାଏ। ଏହା ଏକଜୁଟ ହେବାର ସମୟ।
5- ଅନେକ ଘରେ ଭିତରେ ଲକଡାଉନ ବେଳେ ଗୃହବନ୍ଦୀ ଭାବରେ ରହି ଯାଇଛନ୍ତି। କର୍ମଜୀବନ ଗୃହସ୍ଥ ଜୀବନ ସାମାଜିକ ଅସ୍ତିତ୍ବ। ଏହା ସମ୍ପୂର୍ଣ୍ଣ ରୂପେ ଅଲଗା ଅଲଗା ରହୁଥିଲା କିନ୍ତୁ ବର୍ତ୍ତମାନ ସମୟରେ ଏହା ଏକାଠି ରହିଛି । ଘରେ ଏହି ତିନୋଟି ଜିନିଷକୁ ଅଲଗା ଅଲଗା ରଖନ୍ତୁ ।
6- ବ୍ୟକ୍ତିଗତ କଷ୍ଟ ସମୟ ଆସୁଛି। ଆଗକୁ ଆହୁରି କଷ୍ଟ ଆସିବ। ଏବେ ଠୁ ଆମକୁ ମାନସିକ ସ୍ଥରରେ ପ୍ରସ୍ତୁତ ହେବାକୁ ପଡିବ।
7- ଧନୀ, ଗରିବ, ଗ୍ରାମବାସୀ, ସହରବାସୀ ସମସ୍ତେ କରୋନା ଆଗରେ ସମାନ।
8- ପରସ୍ପର ପ୍ରତି ସହନଶୀଳ ହୁଅନ୍ତୁ ।
9- ମିଥ୍ୟା ଆଶ୍ବାସନା ପାଇବା ପାଇଁ ନିଶା ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ।
10- ସଂକ୍ରମିତ ଓ ସଂଦିଗ୍ଦ ବ୍ୟକ୍ତିଙ୍କୁ ଓ ଡାକ୍ତରଙ୍କୁ ଦୋଷୀ ଆଖିରେ ଦେଖନ୍ତୁ ନାହିଁ।
11- ପ୍ରତ୍ୟକ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ସନ୍ଦେହ ନଜରରେ ଦେଖନ୍ତୁ ନାହିଁ ।
12- ନିଜର ସମୟକୁ ନିଜେ ସଜାଡି ନିଅନ୍ତୁ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ