ETV Bharat / city

ବାତିଲ ହେଲା +2 ପରୀକ୍ଷା, ଦ୍ଵନ୍ଦରେ ମୂଲ୍ୟାୟନ ପ୍ରକ୍ରିୟା

author img

By

Published : Jun 4, 2021, 4:07 PM IST

ରାଜ୍ୟ ସରକାର ବାତିଲ କରିଛନ୍ତି ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା । ରାଜ୍ୟରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନେଇଛନ୍ତି ସରକାର । ପରୀକ୍ଷା ବନ୍ଦ ନିଷ୍ପତିକୁ ନେଇ ମତ ରଖିଛନ୍ତି ଶିକ୍ଷାବିତ ଓ ଛାତ୍ର ଛାତ୍ରୀ । ସେପଟେ ମୂଲ୍ୟାୟନକୁ ନେଇ ଦ୍ବନ୍ଦରେ ଥିବା ଛାତ୍ରଛାତ୍ରୀ କହିଛନ୍ତି । ଅଧିକ ପଢନ୍ତୁ...

state govt Cancel +2 Board examination
ବାତିଲ ହେଲା +2 ବୋର୍ଡ ପରୀକ୍ଷା, ଦ୍ଵନ୍ଦରେ ମୂଲ୍ୟାୟନ

ଭୁବନେଶ୍ବର: ବାତିଲ ହେଲା ଦ୍ଵାଦଶ ପରୀକ୍ଷା, ଦ୍ଵନ୍ଦରେ ମୂଲ୍ୟାୟନ। ପରୀକ୍ଷା ଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ଗୁରୁତ୍ବପୂର୍ଣ୍ଣ । ଅନ୍ୟପଟେ ବାତିଲ ପରେ ଏବେ ଦ୍ଵନ୍ଦରେ ମୂଲ୍ୟାୟନ।

ଶେଷରେ ପଡିଲା ପୂର୍ଣ୍ଣଛେଦ। ହଟିଲା ସସପେନ୍ସ । ସାରା ଦେଶରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସିବିଏସଇ ଦ୍ଵାଦଶ ପରୀକ୍ଷା ବାତିଲ ହୋଇଥିବା ବେଳେ ଏବେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ (CHSE)ବୋର୍ଡ ପରୀକ୍ଷା ବାତିଲ ହୋଇଛି। ଯାହା ଆଜି ମୁଖ୍ୟମନ୍ତ୍ରୀ ଦ୍ଵାଦଶ ପରୀକ୍ଷା ବାତିଲକୁ ନେଇ ଘୋଷଣା କରିଛନ୍ତି। ସାରା ଦେଶରେ କୋଭିଡ ମହାମାରୀର ଦ୍ବିତୀୟ ଲହରୀ ବାର୍ତ୍ତମାନ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପିଲାଙ୍କ ପାଠପଢ଼ା। ଛାତ୍ରଛାତ୍ରୀ, ଅଭିଭାବକ ଓ ଅଧ୍ୟାପକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ପରିଷଦ ଦ୍ବାରା ପରିଚାଳିତ ଚଳିତ ବର୍ଷର ବାର୍ଷିକ ପରୀକ୍ଷା ବାତିଲ କରାଯାଇଛି। ଅନ୍ୟପଟେ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଦକ୍ଷତାର ମୂଲ୍ୟାୟନ ବିଶେଷଙ୍କ ମାନଙ୍କ ପରାମର୍ଶକ୍ରମେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଉତ୍ତମ ଭାବରେ ନିର୍ଦ୍ଧାରଣ କରାଯିବ। ଏହି ମୂଲ୍ୟାୟନ ରେ ଯଦି କୌଣସି ପିଲାମାନେ ସନ୍ତୁଷ୍ଟ ନ ହୁଅନ୍ତି ତେବେ ସେମାନେ ଚାହିଁଲେ ପରୀକ୍ଷା ଦେଇପାରିବେ। ପରିସ୍ଥିତିର ସମୀକ୍ଷା କରି ପରୀକ୍ଷା କେତେବେଳେ କରାଯିବ ତାହା ଉଚ୍ଚଶିକ୍ଷା ପରିଷଦ ନିର୍ଣ୍ଣୟ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ସେପଟେ ଯୁକ୍ତ ଦୁଇ ପରୀକ୍ଷା ବାତିଲକୁ ନେଇ ଶିକ୍ଷାବିତ ପ୍ରୀତିଶ ଆର୍ଚାଯ୍ୟ କହିଛନ୍ତି ଯେ ରାଜ୍ୟ ସରକାର ପରୀକ୍ଷା କରିବା ପାଇଁ ଚିନ୍ତା କରିଥିଲେ ଭଲ ହେଇଥାନ୍ତା। ବାତିଲ ନକରି ସ୍ଥଗିତ ରଖିଥାନ୍ତେ। କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବାତିଲ କରାଗଲା ଏହା ଭୁଲ କଥା ଯାହା ଜାତୀୟସ୍ତରୀୟ ପରୀକ୍ଷା ନିଟ ଓ ଅନ୍ୟ ପରୀକ୍ଷାକୁ ନେଇ ମଧ୍ୟ ବିନା ପରୀକ୍ଷାରେ ଆଡମିଶନ ହୋଇପାରିବ ନାହିଁ। ତେବେ ସେହି ସମୟରେ ପରୀକ୍ଷା ହେଇଥାନ୍ତା ଏବେ ବି ହୋଇପାରିଥାନ୍ତା। ତେବେ ଏହାକୁ ବାତିଲ ନକରି ସ୍ଥଗିତ କରିବାର ଥିଲା ବୋଲି ଶିକ୍ଷାବିତ କହିଛନ୍ତି।

ଅନ୍ୟପଟେ ଅଭିଭାବକ ମହାସଂଘ ବାସୁଦେବ ଭଟ୍ଟ କହିଛନ୍ତି ଯେ 3 ଲକ୍ଷରୁ ଉର୍ଦ୍ଧ୍ବ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିଛନ୍ତି। ସିବିଏସଇ ପରି ଅନେକ ପରୀକ୍ଷା ବାତିଲ ହୋଇଥିଲା। ଯେତେବେଳେ ସମୟ ଥିଲା ସେହି ସମୟରେ ପରୀକ୍ଷା କରିବାର ଥିଲା। ବର୍ତ୍ତମାନ କୋରୋନା ସଂକ୍ରମଣ ବଢୁଛି। ତେବେ ଏହି ସମୟରେ ପରୀକ୍ଷା ନକରି ବାତିଲ ନିଷ୍ପତିକୁ ନେଇ ସ୍ବାଗତ କରିଛି ସଂଘ। ଯେଉଁମାନେ ମେରିଟ ଛାତ୍ର ସେମାନଙ୍କୁ ପରୀକ୍ଷା ଦେବାର ସୁଯୋଗ ଦେବାର ଆବଶ୍ୟକ ରହିଛି। ଅନ୍ୟପଟେ ଯୁକ୍ତ ଦୁଇର ଛାତ୍ର କହିଛନ୍ତି ଯେ ବାତିଲକୁ ନେଇ ସ୍ବାଗତ କରୁଛି । ହେଲେ କିଭଳି ଭାବରେ ମୂଲ୍ୟାୟନ କରାଯିବ ସେନେଇ ଚିନ୍ତାରେ ରହୁଛୁ। ଯଦି ନବମ ଦଶମ ମାର୍କ ଆଧାରରେ ଯୁକ୍ତ ଦୁଇ ମୂଲ୍ୟାୟନ କରିବାକୁ ଦାବି କରୁଛୁ ବୋଲି ଛାତ୍ର କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.