ETV Bharat / city

ରାଜ୍ୟ ସରକାରଙ୍କ ଅନଲକ-5 କଟକଣା ଜାରି, ଅକ୍ଟୋବର 31 ଯାଏଁ ସ୍କୁଲ ବନ୍ଦ

ରାଜ୍ୟ ସରକାର ଜାରି କଲେ ଅନଲକ-5 କଟକଣା । ସରକାରଙ୍କ ଗାଇଡଲାଇନ ଅନୁଯାୟୀ ରାଜ୍ୟରେ ବନ୍ଦ ରହିବ ମନ୍ଦିର ଏବଂ ସମସ୍ତ ଧର୍ମାନୁଷ୍ଠାନ । ଅଧିକ ପଢନ୍ତୁ...

ଜାରି ହେଲା ରାଜ୍ୟ ସରକାରଙ୍କ ଅନଲକ 5 ଗାଇଡ଼ ଲାଇନ

author img

By

Published : Oct 1, 2020, 8:33 PM IST

ଭୁବନେଶ୍ବର: ରାଜ୍ୟ ସରକାର ଜାରି କଲେ ଅନଲକ-5 କଟକଣା । ସରକାରଙ୍କ ଗାଇଡଲାଇନ ଅନୁଯାୟୀ ରାଜ୍ୟରେ ବନ୍ଦ ରହିବ ମନ୍ଦିର ଏବଂ ସମସ୍ତ ଧର୍ମାନୁଷ୍ଠାନ । ସେହିପରି ୩୧ ଅକ୍ଟୋବର ଯାଏଁ ବନ୍ଦ ରହିବ ସୁଇମିଂ ପୁଲ । ରାଜ୍ୟ ସରକାରଙ୍କ ଏହା ହେଉଛି ଅକ୍ଟୋବର ମାସ ଗାଇଡଲାଇନ୍ । ଅକ୍ଟୋବର ମାସ ପାଇଁ ରାଜ୍ୟ ସରକାରଙ୍କ ଲକଡାଉନ ଗାଇଡଲାଇନ କଡାକଡି଼ି ପାଳନ କରିବାକୁ ମଧ୍ୟ ନିର୍ଦେଶ ଜାରି କରିଛନ୍ତି ସରକାର ।

ଜାରି ହେଲା ରାଜ୍ୟ ସରକାରଙ୍କ ଅନଲକ 5 ଗାଇଡ଼ ଲାଇନ
ଜାରି ହେଲା ରାଜ୍ୟ ସରକାରଙ୍କ ଅନଲକ 5 ଗାଇଡ଼ ଲାଇନ

ସେହିପରି ଶିକ୍ଷାନୁଷ୍ଟାନ ଓ କୋଚିଂ ସେଣ୍ଟର ଉପରେ କଟକଣା ଜାରି କରାଯାଇଛି । ଏହାସହ ଆନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ କଟକଣା ଜାରିରଖିଛନ୍ତି । ଏହାସହ ରାଜ୍ୟର ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ । ସିନେମା ହଲ ଓ ଥିଏଟର ଅକ୍ଟୋବର ୩୧ ଯାଏଁ ବନ୍ଦ ରହିବ । ରାଜନୈତିକ ଧାର୍ମିକ ସଭାସମିତି ଉପରେ କଟକଣା । କେବଳ ତିର୍ତୋଲ ଓ ବାଲେଶ୍ବର ସଦର ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।

ସଭାରେ ୧୦୦ ଜଣଙ୍କୁ ରହିବାକୁ ଅନୁମତି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ବି କଟକଣା ଜାରି କରାଯାଇଛି । ପରିକ୍ଷା ପାଇଁ ଅନୁମତି ଦିଆଯିବ । ଶିକ୍ଷାନୁଷ୍ଟାନର କାର୍ଯ୍ୟ ଚାଲୁ ରହିବ। । ଅନଲାଇନ ଶିକ୍ଷା ଦାନ ଜାରିରହିବ । ଏହାସହ କଣ୍ଟେମେଣ୍ଟ ବାହାରେ ଲାଗୁହେବନି କଟକଣା ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.