ETV Bharat / city

MSPର ପୁରା ଅର୍ଥ ଚାଷୀ ସିଧାସଳଖ ପାଇବାର ପ୍ରତିଶୃତି ରାଜ୍ୟ ସରକାର ଦିଅନ୍ତୁ

author img

By

Published : Jun 9, 2022, 8:18 PM IST

କେନ୍ଦ୍ର ସରକାର 17 ଟି କୃଷି ଜାତ ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ବୃଦ୍ଧି କରିଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 100 ଟଙ୍କା ବୃଦ୍ଧି କରାଯାଇଛି । ଅଧିକ ପଢନ୍ତୁ

MSP ର ପୁରା ଅର୍ଥ ଚାଷୀ ସିଧାସଳଖ ପାଇବାର ପ୍ରତିଶୃତି ରାଜ୍ୟ ସରକାର ଦିଅନ୍ତୁ

ଭୁବନେଶ୍ବର: କେନ୍ଦ୍ର ସରକାର ଗତକାଲି (ବୁଧବାର) 17 ଟି କୃଷି ଜାତ ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ବୃଦ୍ଧି କରିଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 100 ଟଙ୍କା ବୃଦ୍ଧି କରାଯାଇଛି । ପୂର୍ବରୁ ଏହାର ମୂଲ୍ୟ କ୍ୱିଣ୍ଟାଲ ପିଛା 1940 ଥିଲା କିନ୍ତୁ ବର୍ତ୍ତମାନ 2040 ହେଲା ।

ସେହିପରି FAQ ମାନର ମୂଲ୍ୟ 1960 ରୁ 2060 କୁ ବୃଦ୍ଧି କରାଯାଇଛି । ଏହାକୁ ନେଇ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । 17 ଟି କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ହେଲା ରାଜ୍ୟର ଏବଂ ଦେଶର ଚାଷୀ ମାନେ ଖୁସି ଅଛନ୍ତି । ହେଲେ ବିଜେଡି କାହିଁକି ଏଥିପାଇଁ ଦୁଃଖୀ ହୋଇଯାଉଛି । ତେବେ ସାମ୍ବାଦିକ ସମ୍ମିଳନୀ କରିଥିବା ବିଜେଡି ନେତା ସସ୍ମିତ ପାତ୍ର ଓ ଓଡିଶା ସରକାରଙ୍କୁ ପ୍ରଶ୍ନ କରିଛନ୍ତି ପ୍ରଦୀପ ।

ସସ୍ମିତଙ୍କ ପ୍ରେସମିଟ ଉପରେ ପ୍ରଦୀପ ପୁରୋହିତ ଜବାବ ଦେଇ କହିଛନ୍ତି ରାଜ୍ୟ ସରକାର କହିଥିଲେ ଚାଷୀଙ୍କୁ MSP ଉପରେ 100 ଟଙ୍କା ବୋନସ ଦେବେ ବୋଲି । ଏପର୍ଯ୍ୟନ୍ତ ଏହା କରିନାହାଁନ୍ତି । ତୁରନ୍ତ ଚାଷୀଙ୍କ ପାଇଁ ଏହା ଲାଗୁ କରିବେ କି ? 2014 ରୁ ଲଗାତର ଭାବେ କେନ୍ଦ୍ର ସରକାର MSP ବୃଦ୍ଧି କରିଛନ୍ତି । ରାଜ୍ୟ ସରକାର ଉତ୍ତର ଦାୟିତ୍ୱ ନିଅନ୍ତୁ ଯେ କେନ୍ଦ୍ର ଯେଉଁ ଅର୍ଥ ଦେଉଛନ୍ତି ତାହା ସମସ୍ତ ଚାଷୀ ସିଧାସଳଖ ପାଇବେ । ଦଲାଲ ମାନେ ମଧ୍ୟସ୍ତି ହୋଇ ଯେପରି ଚାଷୀଙ୍କ ଅର୍ଥ ବାଟମାରଣ କରିବେ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.