ETV Bharat / city

ତିନି ମାସର ବସ ଟ୍ୟାକ୍ସ ଛାଡ କଲେ ସରକାର - ବସ ଟ୍ୟାକ୍ସ ଛାଡ

ସମସ୍ତ ବସ ଉପରୁ ତିନି ମାସର ଟ୍ୟାକ୍ସ ଛାଡ ନେଇ ଘୋଷଣା କଲେ ରାଜ୍ୟ ସରକାର । ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ । ଅଧିକ ପଢନ୍ତୁ...

ତିନି ମାସର ବସ ଟ୍ୟାକ୍ସ ଛାଡ କଲେ ସରକାର
ତିନି ମାସର ବସ ଟ୍ୟାକ୍ସ ଛାଡ କଲେ ସରକାର
author img

By

Published : Jul 15, 2021, 7:22 PM IST

Updated : Jul 15, 2021, 7:43 PM IST

ଭୁବନେଶ୍ବର: ବସ ମାଲିକଙ୍କ ଲାଗି ଖୁସି ଖବର । ବସ ଟ୍ୟାକ୍ସ ଛାଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସମସ୍ତ ବସ ଉପରୁ ତିନି ମାସର ଟ୍ୟାକ୍ସ ଛାଡ କରିଛନ୍ତି ସରକାର । ଏନେଇ ଆଜି ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ତିନି ମାସର ବସ ଟ୍ୟାକ୍ସ ଛାଡ କଲେ ସରକାର
ତିନି ମାସର ବସ ଟ୍ୟାକ୍ସ ଛାଡ କଲେ ସରକାର

କୋରୋନାର ଦ୍ବିତୀୟ ଲହର ଯୋଗୁଁ ସରକାର ଲକଡାଉନ ଓ ସଟଡାଉନ୍‌ ଘୋଷଣା କରିଥିଲେ । ତେଣୁ ବସ୍‌ ଚଳାଚଳ ଠପ ହୋଇଯାଇଥିଲା । ଫଳରେ କ୍ଷତି ସହିଥିଲେ ବସ ମାଲିକ । କୋରୋନା କାଳରେ ବସ ଚଳାଚଳ ବନ୍ଦ ରହିଥିବାବେଳେ ମାଲିକମାନେ ଟ୍ୟାକ୍ସ ଦେବାରେ ଅସମର୍ଥ ହୋଇଥିଲେ । ଟ୍ୟାକ୍ସ ଛାଡ଼ ନେଇ ସରକାରଙ୍କ ନିକଟରେ ଦାବି ରଖିଥିଲେ ବସ ମାଲିକ ସଂଘ । ସମସ୍ତ ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଟ୍ୟାକ୍ସ ଛାଡ଼ ପରି ବଡ଼ ନିଷ୍ପତ୍ତି ନେଇଛନ୍ତି । ଏପ୍ରିଲ, ମେ ଓ ଜୁନ ମାସ ଟିକସ ଛାଡ଼ କରିଛନ୍ତି ରାଜ୍ୟ ସରକାର । ସମସ୍ତ ଶିକ୍ଷାନୁଷ୍ଠାନର ବସ ଉପରୁ ଟିକସ ଛାଡ଼ କରାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jul 15, 2021, 7:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.