ETV Bharat / city

ପ୍ରବାସୀ ଓଡିଆଙ୍କ ଆକାଉଣ୍ଟକୁ ଟଙ୍କା ପଠାନ୍ତୁ ରାଜ୍ୟ ସରକାର - state government should send money to accounts of migrant odia

ପ୍ରବାସୀ ଓଡିଆଙ୍କୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରବାସୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଇବାକୁ ବିରୋଧୀଙ୍କ ପରାମର୍ଶ । ଅଧିକ ପଢନ୍ତୁ...

state government
ପ୍ରବାସୀ ଓଡିଆଙ୍କ ଆକାଉଣ୍ଟକୁ ଟଙ୍କା ପଠାନ୍ତୁ ରାଜ୍ୟ ସରକାର
author img

By

Published : May 8, 2020, 2:39 PM IST

ଭୁବନେଶ୍ବର: ପ୍ରବାସୀ ଓଡିଆ ପ୍ରସଙ୍ଗରେ ପୁଣି ଥରେ ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ । ପ୍ରବାସୀ ଓଡିଆଙ୍କୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରବାସୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଇବାକୁ ଦେଲେ ପରାମର୍ଶ ।

ପ୍ରବାସୀ ଓଡିଆଙ୍କ ଆକାଉଣ୍ଟକୁ ଟଙ୍କା ପଠାନ୍ତୁ ରାଜ୍ୟ ସରକାର

ପ୍ରବାସୀ ଓଡିଆଙ୍କ ଉପରେ ପ୍ରତିକ୍ରିୟା ରଖି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି,‘ମାନ୍ୟବର ହାଇକୋର୍ଟଙ୍କ ଆଦେଶ ମାନି ରାଜ୍ୟ ସରକାରଙ୍କୁ କାମ କରିବାକୁ ପଡିବ । କିନ୍ତୁ ଯେଉଁମାନେ ବାହାରୁ ଆସିବାକୁ ପ୍ରସ୍ତୁତ ହେଉଥିଲେ ସେମାନଙ୍କ ଅସୁବିଧା ଦ୍ଵିଗୁଣିତ ହୋଇଗଲା । ତେଣୁ ସରକାର ତାଙ୍କ ପାଇଁ ଆବଶ୍ୟକୀୟ ଅର୍ଥ ବନ୍ଦୋବସ୍ତ କରନ୍ତୁ । ସର୍ବନିମ୍ନ 5 ହଜାର ଟଙ୍କା ଯଥାଶୀଘ୍ର ତାଙ୍କ ଆକାଉଣ୍ଟରେ ନଦେଲେ ସେମାନେ ବଞ୍ଚିବା କଷ୍ଟକର ହୋଇଯିବ ।’

ଅନ୍ୟ ରାଜ୍ୟ ଏନେଇ ପଦକ୍ଷେପ ନେଲେଣି । ତେଣୁ ଆମ ରାଜ୍ୟ ସରକାର ତୁରନ୍ତ ପ୍ରବାସୀ ଓଡିଆଙ୍କ ପାଇଁ ସୁଚିନ୍ତିତ ପଦକ୍ଷେପ ଘୋଷଣା କରନ୍ତୁ, ଯାହା ଫଳରେ ସେମାନଙ୍କ ମନରେ ବଞ୍ଚିବାର ଆଶା ସଞ୍ଚାର ହୋଇପାରିବ ବୋଲି କହିଛନ୍ତି ବିଜୟ ମହାପାତ୍ର।

ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହାକୁ ରାଜ୍ୟ ସରକାରଙ୍କ ବିଫଳତା ବୋଲି ଦର୍ଶାଇଛନ୍ତି । ପ୍ରବାସୀ ଓଡିଆଙ୍କୁ ଟେଷ୍ଟ କରି ଅଣାଯାଉ ବୋଲି ସେ କହିଛନ୍ତି । ରାଜ୍ୟ ସରକାର ସେମାନଙ୍କୁ ଆଣିବା ପାଇଁ ରୋଡମ୍ୟାପ୍‌ କରିନାହାନ୍ତି। ଯେଉଁମାନେ ଅନ୍ୟ ରାଜ୍ୟରେ ଅଛନ୍ତି ଖୁବଶୀଘ୍ର ପ୍ରବାସୀଙ୍କ ପାଇଁ ସେଠାରେ ରହିବା, ଖାଇବାର ବ୍ୟବସ୍ଥା କରାଯାଉ ବୋଲି କହିଛନ୍ତି ସେ ।

ସୂଚନାଥାଉକି, ସୁରଟରେ ଥିବା ପ୍ରବାସୀଙ୍କୁ ପ୍ରଥମେ ପରୀକ୍ଷା କରି ନେଗେଟିଭ୍‌ ଆସିଲେ ରାଜ୍ୟକୁ ଆଣିବାକୁ ହାଇକୋର୍ଟ ଗତକାଲି ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.