ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାମ ଚାଲିଛି । ଚୂଡାନ୍ତ ତାଲିକା ରାଜ୍ୟ ନିର୍ବାଚନ କମିଶନକୁ ଦିଆଯିବ । ଏହାପରେ କମିଶନ ନିର୍ବାଚନ ନେଇ ତାରିଖ ଘୋଷଣା କରିବେ । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା (Urban Development Minister Pratap Jena on election) ।
ମନ୍ତ୍ରୀ କହିଛନ୍ତି ଯେ, ସଂରକ୍ଷଣ ତାଲିକା ବାହାରିବା ପରେ ଆପତ୍ତି ଅଭିଯୋଗ ଶୁଣାଣି ପାଇଁ ମାସେ ସମୟ ଦିଆଯିବ । ପରେ ଚୂଡାନ୍ତ ସଂରକ୍ଷଣ ରିପୋର୍ଟ ନିର୍ବାଚନ କମିଶନଙ୍କ ପାଖକୁ ପଠାଯିବ । ଜାନୁଆରୀ ଶେଷ ସୁଧା ନିର୍ବାଚନ କମିଶନଙ୍କୁ ରିପୋର୍ଟ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି ।
ଏହାପରେ କମିଶନ ନିର୍ବାଚନ ତାରିଖ ସ୍ଥିର କରିବେ ବୋଲି ମନ୍ତ୍ରୀ କହିଛନ୍ତି । ତେବେ କିଛି ସ୍ଥାନରେ ସଂରକ୍ଷଣ ଚୂଡାନ୍ତ ହୋଇନଥିବାବେଳେ ଏହାକୁ ନେଇ ବିଚାର ବିମର୍ଶ ଚାଲିଥିବା ମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ