ଭୁବନେଶ୍ବର: ମହାମାରୀ କୋରୋନାରେ ଆଖି ବୁଜିଥିବା ଦିବଙ୍ଗତ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। 15 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଏନେଇ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଟ୍ବିଟ କରି ସୂଚନା ଦେଇଛନ୍ତି।
କୋରୋନାରେ ଆଖି ବୁଜିଥିବା ଦିବଙ୍ଗତ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ । ଗତ ନଭେମ୍ବର 5 ତାରିଖରେ କୋଭିଡ ଯୋଦ୍ଧା ପ୍ରବୀର ପ୍ରଧାନଙ୍କ କୋରୋନାରେ ଦେହାନ୍ତ ହୋଇଥିଲା । ସେ ବିଭିନ୍ନ ଖବରକାଗଜ ଓ ଟିଭି ଚ୍ୟାନେଲରେ କାମ କରିଥିଲେ ।
ତେବେ ଏବେ ଜଣେ କର୍ତ୍ତବ୍ୟପରାୟଣ କର୍ମବୀର ଭାବେ ଏକ ଘରୋଇ ଚ୍ୟାନେଲରେ କାମ କରୁଥିବାବେଳେ କୋରୋନାରେ ଆକ୍ରାନ୍ତ ହୋଇ ତାଙ୍କର ଅକାଳରେ ମୃତ୍ୟୁ ଘଟିଥିଲା । ତାଙ୍କ ପୂର୍ବରୁ ତାଙ୍କ ବାପାଙ୍କର ମଧ୍ୟ କୋରୋନାରେ ମୃତ୍ୟୁ ଘଟିଥିଲା । ପ୍ରବୀରଙ୍କ ମା', ପତ୍ନୀ ଓ ତାଙ୍କର ଗୋଟିଏ 2 ବର୍ଷର ଝିଅ ରହିଛି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ