ETV Bharat / city

ସମବାୟ କାର୍ଯ୍ୟାଳୟରେ ହେଲ୍ପ ଡେସ୍କ ଭେଳିକି : ଅମୀୟ ପଟ୍ଟନାୟକ

author img

By

Published : Jul 11, 2021, 8:00 PM IST

ଚଳିତ ଖରିଫ ଋତୁରେ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଧାନ ସଂଗ୍ରହ ନିମନ୍ତେ ଅନଲାଇନ ମାଧ୍ୟମରେ ଚାଷୀ ମାନଙ୍କର ନାମ ପଞ୍ଜିକରଣ କରାଯାଉଛି । ଜୁଲାଇ ୧୫ରୁ ଏହି ପ୍ରକ୍ରିୟା ଆରମ୍ଭ ହେବା ନେଇ ବିଭାଗୀୟ ମନ୍ତ୍ରୀ ଟ୍ବିଟ୍ କରିଥିଲେ । ଅଗଷ୍ଟ 16 ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ ଜାରି ରହିବ । ସମବାୟ କାର୍ଯ୍ୟାଳୟରେ ହେଲ୍ପ ଡେସ୍କ ଖୋଲିବାକୁ ନେଇ ତାତ୍ସଲ୍ୟ କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ...

ସମବାୟ କାର୍ଯ୍ୟାଳୟରେ ହେଲ୍ପ ଡେସ୍କ ଭେଳିକି: ଅମୀୟ ପଟ୍ଟନାୟକ

ଭୁବନେଶ୍ବର: ଚଳିତ ଖରିଫ ଋତୁରେ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଧାନ ସଂଗ୍ରହ ନିମନ୍ତେ ଅନଲାଇନ ମାଧ୍ୟମରେ ଚାଷୀ ମାନଙ୍କର ନାମ ପଞ୍ଜିକରଣ କରାଯାଉଛି । ଜୁଲାଇ ୧୫ରୁ ଏହି ପ୍ରକ୍ରିୟା ଆରମ୍ଭ ହେବା ନେଇ ବିଭାଗୀୟ ମନ୍ତ୍ରୀ ଟ୍ବିଟ୍ କରିଥିଲେ । ଅଗଷ୍ଟ 16 ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ ଜାରି ରହିବ । ତେବେ ଏହାକୁ ନେଇ ରାଜନୀତି ଜୋର ଧରିଛି । ଧାନମଣ୍ଡି ନେଇ ସୋସାଇଟିରେ ହେଲ୍ପ ଡେସ୍କ ଖୋଲିବା ନେଇ ସରକାରଙ୍କୁ ବିରୋଧୀ ତେର୍ଚ୍ଛା ବାଣ ମାରିଛନ୍ତି ।

ଧାନ ସଂଗ୍ରହକୁ ନେଇ ସମବାୟ କାର୍ଯ୍ୟାଳୟରେ ହେଲ୍ପଡେସ୍କ ରାଜ୍ୟ ସରକାରଙ୍କ ଏକ ଭେଳିକି ବୋଲି କହିଛନ୍ତି କଂଗ୍ରେସ କୃଷକ ସାମୁଖ୍ୟ ସଭାପତି ଅମୀୟ ପଟ୍ଟନାୟକ । ସୋସାଇଟି ସମ୍ପାଦକମାନେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି, ତେଣୁ ସରକାର ଜାଣିଶୁଣି ଏଭଳି କରୁଛନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା ।

ରାଜ୍ୟ ମଣ୍ଡି ସମସ୍ୟା ଲାଗି ରହିଛି । ଫଳରେ ପ୍ରତି ବର୍ଷ ଚାଷୀମାନେ ଧାନ ବିକ୍ରି କରିବାରେ ନାନା ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି । ଗତ ଖରିଫ ଓ ରବି ଋତୁର ଚାଷୀଙ୍କ ବଳକା ଧାନ ରାଜ୍ୟ ସରକାର କିଣି ନଥିବା ଅଭିଯୋଗ ହୋଇଛି । ଫଳରେ ଚାଷୀକୁ ହତାଶ ହେବାକୁ ପଡ଼ିଛି । ଧାନ କିଣା ପାଇଁ ରାଜ୍ୟ ସରକାର ଯାହା ପଦକ୍ଷେପ ନେଉଛନ୍ତି, ତାହା ପାଳନ ହେଉନାହିଁ ବୋଲି ଅଭିଯୋଗ ହୋଇଛି ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.