ETV Bharat / city

ପଞ୍ଚାୟତ-ପୌର ନିର୍ବାଚନ ବେଳେ ଭୋଟ ପାଇଁ ରାସନ କାର୍ଡ ବାଣ୍ଟିଥିଲେ ସରକାର: ବିଜେପି - ଭୋଟ ପାଇଁ ରାସନ କାର୍ଡ ବାଣ୍ଟିଥିଲେ ସରକାର

ଓଡିଶାର 3 କୋଟି 25 ଲକ୍ଷ ହିତାଧିକାରୀଙ୍କୁ ସହାୟତା ମିଳିଛି । କେବଳ ଓଡିଶା ପାଇଁ 10 ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଖାଦ୍ୟ ଶସ୍ୟ ବଣ୍ଟନ କରାଯାଇଛି । ଷଷ୍ଠ ଥର ପାଇଁ ମଧ୍ୟ 3 କୋଟି 25 ଲକ୍ଷ ହିତାଧିକାରୀଙ୍କୁ 3 ହାଜର 550 କୋଟି ଟଙ୍କାର ଶସ୍ୟ ଦେଇଛନ୍ତି । ଅଧିକ ପଢନ୍ତୁ

ବିଜେପି
ବିଜେପି
author img

By

Published : Apr 13, 2022, 9:32 PM IST

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡିଶାକୁ ବ୍ୟାପକ ସହାୟତା ଯୋଗାଇ ଦେଉଛନ୍ତି କେନ୍ଦ୍ର ସରକାର । ଦେଶର 80 କୋଟି ଲୋକଙ୍କୁ 5ଟି ପର୍ଯ୍ୟାୟରେ 2 ଲକ୍ଷ 60 ହଜାର କୋଟି ଟଙ୍କା ମୂଲ୍ୟର 759 ଲକ୍ଷ ମେଟ୍ରିକ ଟନ ଖାଦ୍ୟ ଶସ୍ୟ ବଣ୍ଟାଯାଇଛି । ଓଡିଶାର 3 କୋଟି 25 ଲକ୍ଷ ହିତାଧିକାରୀଙ୍କୁ ସହାୟତା ମିଳିଛି । କେବଳ ଓଡିଶା ପାଇଁ 10 ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଖାଦ୍ୟ ଶସ୍ୟ ବଣ୍ଟନ କରାଯାଇଛି । ଷଷ୍ଠ ଥର ପାଇଁ ମଧ୍ୟ 3 କୋଟି 25 ଲକ୍ଷ ହିତାଧିକାରୀଙ୍କୁ 3 ହାଜର 550 କୋଟି ଟଙ୍କାର ଶସ୍ୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଏପ୍ରିଲ 2022ରୁ ସେପ୍ଟେମ୍ବର 2022 ଅର୍ଥାତ 6 ମାସ ପାଇଁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ପଞ୍ଚାୟତ ଏବଂ ପୌର ନିର୍ବାଚନ ବେଳେ ରାଜ୍ୟ ସରକାର ଭୋଟ ପାଇଁ ରାସନ କାର୍ଡ ବାଣ୍ଟିଥିଲେ ବୋଲି ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର ସୁରଥ ବିଶ୍ବାଳ ।

ଯେଉଁଥିରେ ଅନେକ ଜାଲ ରାସନ କାର୍ଡ ବାଣ୍ଟିଛନ୍ତି ରାଜ୍ୟ ସରକାର । ପ୍ରତ୍ୟେକ ପର୍ଯ୍ୟାୟରେ ଖାଦ୍ୟ ଶସ୍ୟ ବଣ୍ଟନ ବେଳେ ହିତାଧିକାରୀ ତାଲିକାରେ ତାଳମେଳ ନାହିଁ । 5 ଲକ୍ଷରୁ ଅଧିକ ଲୋକ ସହାୟତା ପାଇବାରୁ ବଞ୍ଚିତ ଅଛନ୍ତି । ଷ୍ଟୋରେଜ ଏଜେଣ୍ଟ ଉଚ୍ଛେଦ କରି ଟ୍ରାନ୍ସପୋର୍ଟର ମାନେ ସିଧା ରିଟେଲର ପାଖରେ ପହଞ୍ଚୁଛନ୍ତି । କେନ୍ଦ୍ର ସରକାରଙ୍କ ଘୋଷଣା ପରେ ରାଜ୍ୟ ସରକାର ମଧ୍ୟ ଚାଉଳ ଦେବେ ବୋଲି ଘୋଷଣା କରିଛନ୍ତି । ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ହିତାଧିକାରୀଙ୍କୁ 10 କେଜି ଚାଉଳ ମିଳିବ କି ? ବୋଲି ପ୍ରଶ୍ନ କରିଛନ୍ତି ସୁରଥ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.