ETV Bharat / city

'OBCଙ୍କୁ ନିଜ ଅଧିକାରରୁ ବଞ୍ଚିତ କରୁଛନ୍ତି ରାଜ୍ୟ ସରକାର'

author img

By

Published : Aug 17, 2021, 5:10 PM IST

ରାଜ୍ୟ ସରକାର ପ୍ରଚାର ସର୍ବସ୍ବ ସରକାର । ପଛୁଆ ବର୍ଗଙ୍କ ସମ୍ପର୍କରେ ସରକାର ମିଛ ପ୍ରଚାର କରି ସାମ୍ବିଧାନିକ ଅଧିକାରରୁ ତାଙ୍କୁ ବଞ୍ଚିତ କରୁଛନ୍ତି । ସାମ୍ବାଦିକ ସମ୍ମିଳନୀ ଜରିଆରେ ଏପରି ଅଭିଯୋଗ କଲା ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା । ଅଧିକ ପଢନ୍ତୁ...

'ଓବିସି ବର୍ଗକୁ ତାଙ୍କ ଅଧିକାରରୁ ବଞ୍ଚିତ କରୁଛନ୍ତି ରାଜ୍ୟ ସରକାର'

ଭୁବନେଶ୍ବର: ଓଡିଶାରେ 52 ଭାଗରୁ ଉର୍ଦ୍ଧ୍ବ ପଛୁଆ ବର୍ଗ ବା ଓବିସି ଅଛନ୍ତି । ମାତ୍ର ସେମାନଙ୍କ ସାମ୍ବିଧାନିକ ଅଧିକାର ପ୍ରତି ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ । ଓଡିଶା ସରକାର ଜାଣି ଜାଣି ତାଙ୍କୁ ଅଧିକାରରୁ ବଞ୍ଚିତ କରୁଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀ ଜରିଆରେ ଅଭିଯୋଗ କରିଛି ବିଜେପି ଓବିସି ମୋର୍ଚ୍ଚା ।

ମୋର୍ଚ୍ଚାର ରାଜ୍ୟ ସଭାପତି ସୁରଥ ବିଶ୍ବାଳ ସମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଉପରେ ବର୍ଷିଛନ୍ତି । ରାଜ୍ୟ ସରକାର ପ୍ରଚାର ସର୍ବସ୍ବ ସରକାର । ପଛୁଆ ବର୍ଗଙ୍କ ସମ୍ପର୍କରେ ସେ ମିଛ ପ୍ରଚାର କରି ତାଙ୍କୁ ପ୍ରତାରଣା କରିଛନ୍ତି । ପଛୁଆ ବର୍ଗଙ୍କୁ ସେମାନଙ୍କ ଅଧିକାର ଦେବା ଦିଗରେ ରାଜ୍ୟ ସୁପ୍ରିମକୋର୍ଟରେ କେତେ ଟଙ୍କା ଖର୍ଚ୍ଚ କରିଛି, କେଉଁ ଓକିଲଙ୍କୁ ନିଯୁକ୍ତ କରିଛନ୍ତି, ତା'ର ତଥ୍ୟ ପ୍ରମାଣ ସାର୍ବଜନୀନ କରନ୍ତୁ ବୋଲି ସୁରଥ ବିଶ୍ବାଳ ଦାବି କରିଛନ୍ତି । ଏପରିକି ତାମିଲନାଡୁ, ବିହାର ଭଳି ରାଜ୍ୟ ସୁପ୍ରିମକୋର୍ଟ ଯାଇ 50% ସଂରକ୍ଷଣ ଟପି ସାରିଛନ୍ତି, ମାତ୍ର ଆମ ରାଜ୍ୟ ସରକାର ସେ ବାଟ କେମିତି ପାଉନାହାନ୍ତି ବୋଲି ସେ କଟାକ୍ଷ କରି ସରକାର କେବଳ ସୁପ୍ରିମକୋର୍ଟଙ୍କ ବାହାନା ଦେଖାଇ ଖସିଯିବାକୁ ବାଟ ଖୋଜୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

କେନ୍ଦ୍ର ସରକାର ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ 27% ସଂରକ୍ଷଣ ଦେଇଥିବା ବେଳେ ରାଜ୍ୟ ନିଜର ପୂର୍ବ ପ୍ରତିଶ୍ରୁତି ବି ପାଳନ କରୁନି । 27% ସଂରକ୍ଷଣ ଦେବା ତ ଦୂରର କଥା, ନିଜ ପୂର୍ବ ପ୍ରତିଶ୍ରୁତି ଅନୁସାରେ 11.25% ପ୍ରତିଶତ ସଂରକ୍ଷଣ ବି ଦେଉନି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ନିଯୁକ୍ତି ବିଜ୍ଞାପନରୁ ଏହା ଜଳଜଳ ଦିଶୁଛି । ବିଜେପି ଏହାକୁ ନିନ୍ଦା କରୁଛି ଏବଂ ପଛୁଆ ବର୍ଗଙ୍କୁ ସେମାନଙ୍କ ଅଧିକାର ଫେରାଇ ଦେବାକୁ ଦାବି କରୁଛି । ନଚେତ୍ ଆଗାମୀ ଦିନରେ ଦଳ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ସୁରଥ ।

ଅନ୍ୟପଟେ ଓବିସି ବର୍ଗଙ୍କ ପ୍ରତି କରାଯାଉଥିବା ଅବହେଳା ପ୍ରତି ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା କେନ୍ଦ୍ର ପଛୁଆ ବର୍ଗ କମିଶନଙ୍କୁ ଫେରାଦ ଦେଇଛି ଓ ରାଜ୍ୟର ଏହି ଅବହେଳା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ଜଣାଇଛି । ଯାହାର ଅନୁଧ୍ୟାନ ପାଇଁ କେନ୍ଦ୍ର ପଛୁଆ ବର୍ଗ କମିଶନ ଓଡିଶା ଆସିବ ବୋଲି ସୂଚନା ଦେଇଛି ବିଜେପି ଓବିସି ମୋର୍ଚ୍ଚା ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.