ଭୁବନେଶ୍ବର: ବିଳମ୍ବ ହେଲେ ସୁଦ୍ଧା ସ୍ବାଗତଯୋଗ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଦୀର୍ଘ ଦିନ ପରେ ରାଜ୍ୟ ସରକାରଙ୍କ ମନକୁ ଆସିଛି ଯୋଡାମୁଣ୍ଡ ଅସ୍ତ୍ରୋପଚାର ଘଟଣା । କନ୍ଧମାଳର ଯୋଡାମୁଣ୍ଡ ଅପରେସନ ଘଟଣା ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଯେଉଁଥି ପାଇଁ ଚିଠି ଜରିଆରେ ଅସ୍ତ୍ରୋପଚାର କରିଥିବା ଡାକ୍ତରୀ ଟିମକୁ ସୋମବାର ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ସରକାର ।

ସାରା ରାଜ୍ୟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଯୋଡାମୁଣ୍ଡ ଶିଶୁଙ୍କ ସଫଳ ଅସ୍ତ୍ରୋପଚାର ପଛରେ ଡାକ୍ତରୀ ଟିମର ରହିଥିବା ଭରପୂର ଅବଦାନ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏମ୍ସ ନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖିଛନ୍ତି । ଏହି ଚିଠିରେ ସେ ସଫଳ ଅସ୍ତ୍ରାପଚାର ପାଇଁ ଡାକ୍ତରୀ ଟିମ ଓ ମେଡିକାଲ ଷ୍ଟାଫଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ