ETV Bharat / city

ଶକ୍ତିକ୍ଷେତ୍ରକୁ ସ୍ବାଭାବିକ କରିବା ଦିଗରେ କେନ୍ଦ୍ରର ସହଯୋଗ ଲୋଡିଲେ ଶକ୍ତିମନ୍ତ୍ରୀ - କେନ୍ଦ୍ର ଶକ୍ତିମନ୍ତ୍ରୀ ଆର କେ ସିଂହ

ରାଜ୍ୟରେ ଶକ୍ତି ବିତରଣ କ୍ଷେତ୍ର କ୍ରମାଗତ ଭାବେ ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହୋଇ ଆସିଛି । ସେସବୁ ସତ୍ତ୍ବେ ଏହି କ୍ଷେତ୍ରରେ ସଂସ୍କାର ଆଣି ଗୁଣାତ୍ମକ ବିଦ୍ୟୁତ୍‌ ସେବା ଯୋଗାଇ ଦିଆଯାଇଛି । ଅଧିକ ପଢନ୍ତୁ...

ଶକ୍ତିକ୍ଷେତ୍ରକୁ ସ୍ବାଭାବିକ କରିବା ଦିଗରେ କେନ୍ଦ୍ରର ସହଯୋଗ ଲୋଡିଲେ ଶକ୍ତିମନ୍ତ୍ରୀ

author img

By

Published : Jul 10, 2020, 8:30 PM IST

ଭୁବନେଶ୍ବର: କୋଭିଡ୍ ୧୯ରେ କ୍ଷତିର ସାମ୍ନା କରୁଥିବା ଶକ୍ତିକ୍ଷେତ୍ରକୁ ସୁଧାରିବା ପାଇଁ ରାଜ୍ୟ ଶକ୍ତିମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର କେନ୍ଦ୍ର ଶକ୍ତିମନ୍ତ୍ରୀ ଆର କେ ସିଂହଙ୍କୁ ଚିଠି ଲେଖିଛନ୍ତି । ଏଥିରେ ସେ କେତେକ ପ୍ରସ୍ତାବ ଦେଇଛନ୍ତି । ଏହାସହ ବିଦ୍ୟୁତ୍ କ୍ଷେତ୍ର ପାଇଁ ଅଣାଯାଇଥିବା ଋଣର ସୁଧହାରକୁ ୯.୫ ପ୍ରତିଶତରୁ କମାଇ ୬ ପ୍ରତିଶତ କରିବା ପାଇଁ ସେ ଦାବି କରିଛନ୍ତି । ଏହି ଋଣ ପରିଶୋଧର ଅବଧିକୁ ୧୫ ବର୍ଷକୁ ବୃଦ୍ଧି କରିବାକୁ ମଧ୍ୟ ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ରାଜ୍ୟରେ ଶକ୍ତି ବିତରଣ କ୍ଷେତ୍ର କ୍ରମାଗତ ଭାବେ ଫନି, ବୁଲ୍‌ବୁଲ୍‌ ଏବଂ ଅମ୍ଫାନ୍‌ ଭଳି ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହୋଇ ଆସିଛି । ସେସବୁ ସତ୍ତ୍ବେ ଏହି କ୍ଷେତ୍ରରେ ସଂସ୍କାର ଆଣି ଗୁଣାତ୍ମକ ଓ ସ୍ଥିର ବିଦ୍ୟୁତ୍‌ ସେବା ଯୋଗାଇଦେବାରେ ଅଗ୍ରଣୀ ରାଜ୍ୟ ଭାବେ ଓଡିଶା କାର୍ଯ୍ୟ କରିଆସୁଛି । ତେବେ ଚଳିତ ବର୍ଷ କୋଭିଡ୍‌ ୧୯ ଯୋଗୁଁ ଜାରି ଲକଡାଉନରେ କଳ କାରଖାନା, ଶିଳ୍ପ ପ୍ରତିଷ୍ଠାନଗୁଡିକରେ ଶକ୍ତି ଚାହିଦା ହ୍ରାସ ପାଇଛି । ଏହାସହ ଆଶାନୁରୂପକ ବିଦ୍ୟୁତ୍ ଦେୟ ଆଦାୟ ହୋଇ ପାରୁନଥିବା ଯୋଗୁଁ ଏକ ସଙ୍କଟମୟ ପରିସ୍ଥିତି ସୃଷ୍ଟି ହୋଇଥିବା ସେ ଚିଠିରେ ଦର୍ଶାଇଛନ୍ତି ।

ନିକଟରେ ରାଜ୍ୟ ସରକାର ଗୋଟିଏ ବିଦ୍ୟୁତ୍ ବିତରଣକାରୀ ସଂସ୍ଥାର ୫୧ ପ୍ରତିଶତ ଅଂଶଧନ ଘରୋଇ ସଂସ୍ଥାକୁ ହସ୍ତାନ୍ତର କରି ପରିଚାଳନା ଭାରକୁ ସହଜ କରିବାର ଉଦ୍ୟମ କରିଛନ୍ତି । ଏହାସହ ଅନ୍ୟ ବିତରଣକାରୀ ସଂସ୍ଥାଗୁଡିକୁ ମଧ୍ୟ ଘରୋଇ ସଂସ୍ଥାକୁ ହସ୍ତାନ୍ତର ଉପରେ ଅନୁଧ୍ୟାନ କରାଯାଉଛି । କେନ୍ଦ୍ର ସରକାରଙ୍କ ପରାମର୍ଶ ମୁତାବକ ସଂସ୍କାରଯୁକ୍ତ ବିତରଣ ବ୍ୟବସ୍ଥା ଉପରେ ଜୋର ଦେଇଆସିଛୁ । ସେହିପରି ଚାଲୁଥିବା ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା (ଡିଡିୟୁଜିଜେୱାଇ), ଆଇପିଡିଏସ୍‌-୧୧ ଏବଂ ସୌଭାଗ୍ୟ ଭଳି କାର୍ଯ୍ୟକ୍ରମ ରୂପାୟନ କ୍ଷେତ୍ରରେ ପ୍ରାକୃତିକ ବିପର୍ଯ୍ୟୟଗୁଡିକ ଅନ୍ତରାୟ ସୃଷ୍ଟି କରୁଥିବାରୁ ଏହା ବିଳମ୍ବ ହୋଇଥିବା ଦିବ୍ୟଶଙ୍କର କହିଛନ୍ତି ।

ସରକାର ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରକୁ ସ୍ବାଭାବିକ କରିବା ପାଇଁ ଯେତେସବୁ ପଦକ୍ଷେପ ନେଲେ ବି କୋଭିଡ୍‌ ଯୋଗୁଁ ମାନ୍ଦାବସ୍ଥା ବର୍ଷବ୍ୟାପୀ ଜାରି ରହିବ । ଏଥିରେ ବିଦ୍ୟୁତ୍ ଚାହିଦା ବହୁତ ମାତ୍ରାରେ ହ୍ରାସ ପାଇ ବିତରଣ ସଂସ୍ଥାଗୁଡିକର ଆର୍ଥିକ ଅବସ୍ଥାକୁ ପ୍ରଭାବିତ କରିବ । ତେଣୁ ବିତରଣ ସଂସ୍ଥାଗୁଡିକୁ ଜାତୀୟ ତାପଜ ବିଦ୍ୟୁତ୍ ନିଗମ, ଜାତୀୟ ଜଳବିଦ୍ୟୁତ୍ ନିଗମ ଓ ଭାରତୀୟ ଶକ୍ତି ଉତ୍ପାଦନ ନିଗମ ଦ୍ବାରା ରିହାତି ପ୍ରଦାନ ଓ ସୁଧ ହ୍ରାସ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ଶକ୍ତିମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଗତ ଜୁଲାଇ ୩ ତାରିଖ ଦିନ ଆୟୋଜିତ ଦେଶର ସମସ୍ତ ଶକ୍ତିମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂରେ କ୍ୟାପ୍ଟେନ୍ ମିଶ୍ର ଉକ୍ତ ବିଷୟଗୁଡିକ ପ୍ରତି କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.