ETV Bharat / city

Panchayat Election: ଜିଲ୍ଲାପାଳଙ୍କୁ ତଥ୍ୟ ମାଗିଲେ ନିର୍ବାଚନ ଆୟୋଗ

ନିର୍ବାଚନ ମାମଲାର ତଥ୍ୟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ସଚିବ ରବୀନ୍ଦ୍ର ସାହୁ । ଅଧିକ ପଢନ୍ତୁ

author img

By

Published : Jan 5, 2022, 10:13 AM IST

ଜିଲ୍ଲାପାଳଙ୍କୁ ତଥ୍ୟ ମାଗିଲେ ନିର୍ବାଚନ ଆୟୋଗ
ଜିଲ୍ଲାପାଳଙ୍କୁ ତଥ୍ୟ ମାଗିଲେ ନିର୍ବାଚନ ଆୟୋଗ

ଭୁବନେଶ୍ବର: ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ (Panchayat elections in Odisha) ପାଇଁ ଆଉ ପାଦେ ଆଗେଉଛନ୍ତି ରାଜ୍ୟ ନିର୍ବାଚନ କମିଶନ । ନିର୍ବାଚନ ମାମଲାର ତଥ୍ୟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ସଚିବ ରବୀନ୍ଦ୍ର ସାହୁ । ଜାନୁଆରୀ 7 ତାରିଖ ସୁଦ୍ଧା ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ ହୋଇଛି ।

ପଞ୍ଚାୟତ ନିର୍ବାଚନ ନେଇ ପ୍ରକ୍ରିୟା ଜୋରଦାର କରିଛନ୍ତି ନିର୍ବାଚନ ଆୟୋଗ । ଏ ନେଇ ଆସନ୍ତା 10 ତାରିଖରେ ସର୍ବ ଦଳୀୟ ବୈଠକ ଡାକିଛନ୍ତି ନିର୍ବାଚନ ଆୟୋଗ । ବୈଠକ ପରେ କୌଣସି ସମୟରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ସେପଟେ ନିର୍ବାଚନ ବନ୍ଦ ରଖିବାକୁ ହାଇକୋର୍ଟଙ୍କ ରହିତାଦେଶ ଥିଲେ ତଥ୍ୟ ଦେବାକୁ କହିଛନ୍ତି ଆୟୋଗ । ଜାନୁଆରୀ 7 ତାରିଖ ସୁଦ୍ଧା ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ ହୋଇଛି ।

ପ୍ରକାଶ ଥାଉ କି, ନିର୍ବାଚନର ଆୟୋଜନ ଓ ପ୍ରସ୍ତୁତି, ରାଜନୈତିକ ଦଳ ମାନଙ୍କର ମତାମତ ନେଇ ଜାନୁୟାରୀ 10 ରେ ସର୍ବଦଳୀୟ ବୈଠକ ଡାକିଛନ୍ତି କମିଶନ । ଏ ନେଇ ସମସ୍ତ ରାଜନୈତିକ ଦଳର ସଭାପତି/ ସାଧାରଣ ସମ୍ପାଦକଙ୍କୁ ଚିଠି ଲେଖିଥିଲେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ରବୀନ୍ଦ୍ର ସାହୁ । ସବୁ ଦଳର ପ୍ରତିନିଧିଙ୍କ ସହ ଆଲୋଚନା ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ ଆୟୋଗ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.