ETV Bharat / city

Panchayat Election: ଆସନ୍ତା 10ରେ ସର୍ବଦଳୀୟ ବୈଠକ ଡାକିଲେ EC

ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ (Panchayat election) ପାଇଁ ଆଉ ପାଦେ ଆଗେଇଲେ ରାଜ୍ୟ ନିର୍ବାଚନ କମିଶନ। ନିର୍ବାଚନର ଆୟୋଜନ, ପ୍ରସ୍ତୁତି, ରାଜନୈତିକ ଦଳ ମାନଙ୍କର ମତାମତ ପାଇଁ ଆସନ୍ତା 10 ରେ ସର୍ବଦଳୀୟ ବୈଠକ ଡାକିଲେ କମିଶନ । ଅଧିକ ପଢନ୍ତୁ

author img

By

Published : Jan 4, 2022, 4:33 PM IST

Updated : Jan 4, 2022, 7:13 PM IST

Panchayat elections Odisha
Panchayat elections Odisha

ଭୁବନେଶ୍ବର: ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ (Panchayat elections in Odisha) ପାଇଁ ଆଉ ପାଦେ ଆଗେଇଲେ ରାଜ୍ୟ ନିର୍ବାଚନ କମିଶନ(Election Commission) । ନିର୍ବାଚନର ଆୟୋଜନ, ପ୍ରସ୍ତୁତି, ରାଜନୈତିକ ଦଳ ମାନଙ୍କର ମତାମତ ନେଇ ଜାନୁୟାରୀ 10 ରେ ସର୍ବଦଳୀୟ ବୈଠକ ଡାକିଲେ କମିଶନ (call for an all-party meeting on January 10) ।

Panchayat Election: ଆସନ୍ତା 10ରେ ସର୍ବଦଳୀୟ ବୈଠକ ଡାକିଲେ EC
Panchayat Election: ଆସନ୍ତା 10ରେ ସର୍ବଦଳୀୟ ବୈଠକ ଡାକିଲେ EC

ଏ ନେଇ ସମସ୍ତ ରାଜନୈତିକ ଦଳର ସଭାପତି/ ସାଧାରଣ ସମ୍ପାଦକଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ରବୀନ୍ଦ୍ର ସାହୁ । ସବୁ ଦଳର ପ୍ରତିନିଧିଙ୍କ ସହ ଆଲୋଚନା ପରେ ତ୍ରୀସ୍ତରିୟ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ ଆୟୋଗ ।

ବର୍ତ୍ତମାନର ଜିଲ୍ଲା ପରିଷଦ ଗୁଡିକର କାର୍ଯ୍ୟକାଳ ୨୦୨୨ ମାର୍ଚ୍ଚମାସ ଦ୍ବିତୀୟ ସପ୍ତାହ ସୁଦ୍ଧା ଶେଷ ହେବ । ନିୟମ ଅନୁସାରେ କାର୍ଯ୍ୟକାଳ ୫ ବର୍ଷ ଶେଷ ହେବା ପୂର୍ବରୁ ସାଧାରଣ ନିର୍ବାଚନ ହେବା ଆବଶ୍ୟକ । ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ରାଜନୈତିକ ଦଳମାନଙ୍କ ସହିତ ବିଚାରବିମର୍ଷ କରିବେ ରାଜ୍ୟ ନିର୍ବାଚନ କମିଶନର । ରାଜନୈତିକ ଦଳଗୁଡିକ ସହିତ ଏନେଇ ଏକ ବୈଠକ ସ୍ଥିର କରିଛନ୍ତି । ଗୀତ ଗୋବିନ୍ଦ ସଦନ ସଭାଗୃହରେ ଆସନ୍ତା 10 ତାରିଖ ପୂର୍ବାହ୍ନ 11.30 ରେ ଏହି ବୈଠକ ଅନୁଷ୍ଠିତ ହେବ ।

ରାଜନୈତିକ ଦଳଙ୍କ ଦ୍ବାରା ପ୍ରାଧିକୃତ ପ୍ରତିନିଧି ଉକ୍ତ ବୈଠକରେ ଯୋଗ ଦେବାକୁ ନିର୍ବାଚନ କମିଶନଙ୍କ ସଚିବ ଅନୁରୋଧ କରିଛନ୍ତି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଦଳର ଜଣେ ପ୍ରତିନିଧିତ୍ଵ କରିବାପାଇଁ ଅନୁରୋଧ କରାଯାଇଛି । ପ୍ରାଧିକୃତ ପ୍ରତିନିଧି ସାଙ୍ଗରେ ପ୍ରାଧିକରଣ ପତ୍ର ଆଣିବାକୁ ଅନୁରୋଧ କରାଯାଇଛି ।

ଭୁବନେଶ୍ବରରୁ ଭବନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jan 4, 2022, 7:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.