ETV Bharat / city

ନିର୍ବାଚନ କର୍ମଚାରୀଙ୍କ ପାଇଁ ଅନୁକମ୍ପା ରାଶି, ଡ୍ୟୁଟିରେ ମୃତ୍ୟୁ ହେଲେ ମିଳିବ 30 ଲକ୍ଷ

author img

By

Published : Jan 18, 2022, 2:00 PM IST

ପଞ୍ଚାୟତ ନିର୍ବାଚନରେ ସାମିଲ ହୋଇଥିବା କର୍ମଚାରୀଙ୍କ ଲାଗି ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ନିର୍ବାଚନ ଡ୍ୟୁଟିରେ ମୃତ୍ୟୁ ହେଲେ ମିଳିବ 30 ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ରାଶି । ଅଧିକ ପଢନ୍ତୁ

ନିର୍ବାଚନ କର୍ମଚାରୀଙ୍କ ପାଇଁ ଅନୁକମ୍ପା ରାଶି
ନିର୍ବାଚନ କର୍ମଚାରୀଙ୍କ ପାଇଁ ଅନୁକମ୍ପା ରାଶି

ଭୁବନେଶ୍ବର: ବାଜି ସାରିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଗୁଲ । ଏ ନେଇ ପାଦେ ପାଦେ ଆଗଉଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ପଞ୍ଚାୟତ ନିର୍ବାଚନରେ ସାମିଲ ହୋଇଥିବା କର୍ମଚାରୀଙ୍କ ଲାଗି ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ନିର୍ବାଚନ ଡ୍ୟୁଟିରେ ମୃତ୍ୟୁ ହେଲେ ମିଳିବ 30 ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ରାଶି । ଏ ନେଇ ନିର୍ବାଚନ ଆୟୋଗଙ୍କ ସଚିବ ରବୀନ୍ଦ୍ର ସାହୁଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ନିର୍ବାଚନକୁ ସଠିକ୍ ଭାବରେ କରିବା ପାଇଁ ବ୍ୟାପକ ମାତ୍ରାରେ ସରକାରୀ କର୍ମଚାରୀ ନିୟୋଜନ କରାଯାଇଛି । କୋଭିଡ଼ ସମୟ ହୋଇଥିବାରୁ ସରକାରୀ କର୍ମଚାରୀ ସଂକ୍ରମିତ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ବଳିଷ୍ଠ ପଦକ୍ଷେପ ନେଇଛନ୍ତି । ପଞ୍ଚାୟତ ନିର୍ବାଚନରେ ଡ୍ୟୁଟି କରିବା ପାଇଁ ଯାଉଥିବା ସମସ୍ତ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ପଞ୍ଚାୟତ ନିର୍ବାଚନ ସମୟରେ ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ପରିବାରକୁ ମିଳିବ 30 ଲକ୍ଷ ଟଙ୍କାର ସହାୟତା ରାଶି ।

ସେହିପରି ହିଂସାକାଣ୍ଡ, ବିସ୍ଫୋରଣ ଆକ୍ରମଣଜନିତ ମୃତ୍ୟୁରେ ମଧ୍ୟ ମିଳିବ କ୍ଷତିପୂରଣ । ଏହାବାଦ ଅନ୍ୟ କୌଣସି କାରଣରୁ ମୃତ୍ୟୁ ହେଲେ ପରିବାରକୁ 15 ଲକ୍ଷ ଟଙ୍କା ମିଳିବ । ଆକ୍ରମଣରେ ସମ୍ପୂର୍ଣ୍ଣ ବିକଳାଙ୍ଗ ହେଲେ ପରିବାରକୁ ମିଳିବ 15 ଲକ୍ଷ ଟଙ୍କାର ସହାୟତା ରାଶି । ସେହିପରି ଦୁର୍ଘଟଣାରେ ବିକଳାଙ୍ଗ ହେଲେ ମିଳିବ 7 ଲକ୍ଷ 50 ହଜାର ଟଙ୍କାର ସହାୟତା ମିଳିବ । ଗୁରୁତର ଆହତ ହେଲେ ସର୍ବାଧିକ 2 ଲକ୍ଷ ପର୍ଯ୍ୟନ୍ତ ସହାୟତା ଦିଆଯିବ । ଏଥିସହ ନିର୍ବାଚନ ଡ୍ୟୁଟି ସମୟରେ କୋଭିଡରେ ମୃତ୍ୟୁ ହେଲେ 30 ଲକ୍ଷ ଟଙ୍କାର ସହାୟତା ମିଳିବ । ଏବାବାଦ କୋଭିଡରେ ସଂକ୍ରମିତ ହେବେ ତେବେ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ।

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଛି । ରାଜ୍ୟରେ ପାଞ୍ଚଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟାର ଆଜି ଦ୍ଵିତୀୟ ଦିନ । ପଞ୍ଚାପତ ନିର୍ବାଚନ ସୁରୁଖୁରୁରେ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । କୋରୋନା କାଳରେ ଏହି ନିର୍ବାଚନ ସମସ୍ତଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହେବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.